1. ସରକାରୀ ସ୍କିମ

କର୍ମଚାରୀଙ୍କୁ ମିଳିପାରେ ବର୍ଦ୍ଧିତ ବେତନ: DAରେ ହେବ ବୃଦ୍ଧି

ପ୍ରତିବର୍ଷ କେନ୍ଦ୍ର ସରକାର କେନ୍ଦ୍ରୀୟ ସରକାରଙ୍କ କର୍ମଚାରୀ ଭତ୍ତା ବୃଦ୍ଧି କରିଥାନ୍ତି l ତେବେ ଏଥର ମଧ୍ୟ କେନ୍ଦ୍ରୀୟ ଭତ୍ତା ପ୍ରଦାନ ପାଇଁ ସରକାର ଖୁବ ଶୀଘ୍ର ନିଷ୍ପତ୍ତି ନେଇ ପାରନ୍ତି l ତେଣୁ ଆଶା କରାଯାଉଛି ଯେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏହି ମାସରେ କିଛି ବଡ ଖବର ଆସିପାରେ । କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଏହି ମାସରେ ଘୋଷଣା କରିବାର ସମ୍ଭାବନା ଅଛି ।

Tanushree Mahapatra
Tanushree Mahapatra
Employees may get the gift of increased salary , image source - pexels.com

Employees may get the gift of increased salary , image source - pexels.com

ପ୍ରତିବର୍ଷ କେନ୍ଦ୍ର ସରକାର କେନ୍ଦ୍ରୀୟ ସରକାରଙ୍କ କର୍ମଚାରୀ ଭତ୍ତା ବୃଦ୍ଧି କରିଥାନ୍ତି l ତେବେ ଏଥର ମଧ୍ୟ କେନ୍ଦ୍ରୀୟ ଭତ୍ତା ପ୍ରଦାନ ପାଇଁ ସରକାର ଖୁବ ଶୀଘ୍ର ନିଷ୍ପତ୍ତି ନେଇ ପାରନ୍ତି l ତେଣୁ ଆଶା କରାଯାଉଛି ଯେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏହି ମାସରେ କିଛି ବଡ ଖବର ଆସିପାରେ । କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଏହି ମାସରେ ଘୋଷଣା କରିବାର ସମ୍ଭାବନା ଅଛି । ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ନବରାତ୍ରୀ ଏବଂ ଦିୱାଲୀ ମଧ୍ୟରେ କର୍ମଚାରୀଙ୍କ ପାଇଁ ଡିଏ ବୃଦ୍ଧି ଘୋଷଣା କରନ୍ତି କେନ୍ଦ୍ର ସରକାର ।

 ଗତଥର ବର୍ଦ୍ଧିତ ଡିଏ ୧ ଜୁଲାଇ ୨୦୨୩ ରୁ ଲାଗୁ ହେବ ବୋଲି କୁହାଯାଉଛି । ଯଦିଓ ପୂର୍ବ ରିପୋର୍ଟରେ ୩ ପ୍ରତିଶତ ଡିଏ ବୃଦ୍ଧି ପାଇଁ ପରାମର୍ଶ ଦିଆଯାଇଥିଲା , କିନ୍ତୁ ଏହି ସଂଖ୍ୟା ଚଳିତ ଥର ବୃଦ୍ଧି ପାଇପାରେ ବୋଲି ଆଶା ରଖିଛନ୍ତି କର୍ମଚାରୀ ।

ସେହିପାଇଁ ଏକ ରିପୋର୍ଟ ଅନୁଯାୟୀ, ଶିଳ୍ପ କର୍ମଚାରୀଙ୍କ ପାଇଁ ନୂଆ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଉପରେ ଆଧାରିତ କରି ଡିଏ ଗଣନା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ପ୍ରାୟତଃ ୪ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି କୁହାଯାଉଛି । ତେବେ ଏହି ବୃଦ୍ଧି ପରେ ମହଙ୍ଗା ଭତ୍ତା ୪୬ ପ୍ରତିଶତରେ ପହଞ୍ଚିବ, ଏ ନେଇ ଆଶା ବାନ୍ଧିଛନ୍ତି କେନ୍ଦ୍ରୀୟ କର୍ମଚାରୀ ।

 ଯେପରିକି ଆପଣ ଜାଣିଛନ୍ତି, ସରକାରୀ କର୍ମଚାରୀଙ୍କୁ DA ଦିଆଯାଉଥିବାବେଳେ ପେନସନଭୋଗୀଙ୍କୁ DR ଦିଆଯାଉଛି । ସେହିପରି ଜାନୁଆରୀ ଏବଂ ଜୁଲାଇ ମାସରେ ବର୍ଷକୁ ମୋଟ ଦୁଇଥର ଡିଏ ଏବଂ ଡିଆର ବୃଦ୍ଧି କରାଯାଏ ସରକାରଙ୍କ ତରଫରୁ । ତେଣୁ ବର୍ତ୍ତମାନ ଏକ କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀମାନେ ଏବଂ କେନ୍ଦ୍ର ପେନସନଭୋଗୀଙ୍କୁ ୪୨ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଛି ।

ତେବେ ମାର୍ଚ୍ଚ ୨୦୨୩ ର ଶେଷଥର ଏହି ବୃଦ୍ଧି କରାଯାଇଥିଲା l ତେବେ ମହଙ୍ଗା ଭତ୍ତା ପ୍ରାୟ  ୪ ପ୍ରତିଶତ ବଢ଼ି ୪୨ ପ୍ରତିଶତରେ ପହଞ୍ଚିଥିଲା । ସେହିପରି ବିଭିନ୍ନ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ମୁଦ୍ରାସ୍ଫୀତି ହାରକୁ ଆଖି ଆଗରେ ରଖି ପରବର୍ତ୍ତୀ ଡିଏ ବୃଦ୍ଧି ୪ ପ୍ରତିଶତ ହେବ ବୋଲି ଆଶା କରାଯାଉଛି । କାରଣ ନିକଟରେ ମଧ୍ୟପ୍ରଦେଶ, ଓଡିଶା, କର୍ଣ୍ଣାଟକ ସହିତ ଝାଡଖଣ୍ଡ ଏବଂ ହିମାଚଳ ପ୍ରଦେଶ ଭଳି ବିଭିନ୍ନ ରାଜ୍ୟ ସରକାର ସେମାନଙ୍କ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରିଥିବା ସୂଚନା ରହିଛି  ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments