1. ସରକାରୀ ସ୍କିମ

Salary Hike: କର୍ମଚାରୀଙ୍କ ପାଇଁ ଖୁସି ଖବର!

କର୍ମଚାରୀଙ୍କ ମୌଳିକ ଦରମାରେ ୮୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ

Tanushree Mahapatra
Tanushree Mahapatra
employees salary will increase by rs 8000, image source - pexels

employees salary will increase by rs 8000, image source - pexels

ଦେଶର କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର l କାରଣ ସରକାର ଖୁବ ଶୀଘ୍ର ସେମାନଙ୍କର ମୌଳିକ ଦରମା ବୃଦ୍ଧି କରିପାରନ୍ତି। ଯାହା ସୂଚନା ରହିଛି, ଅଗଷ୍ଟ ମାସରେ ସରକାର ଏ ବାବଦରେ ନିଷ୍ପତ୍ତି ନେବେ ବୋଲି ଚର୍ଚ୍ଚା ଜୋର ଧରିଛି l ସପ୍ତମ ବେତନ ଆୟୋଗ ସୁପାରିଶ ଅନୁସାରେ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନ ବୃଦ୍ଧି କରିବା ପାଇଁ ଦୀର୍ଘ ସମୟ ଧରି ଦାବି କରାଯାଉଛି ।

ନିକଟରେ ଅର୍ଥ ବିଭାଗର ଏକ ବୈଠକରେ ଏହି ପ୍ରସଙ୍ଗକୁ ଗୁରୁତର ସହ ବିଚାର ମଧ୍ୟ କରାଯାଇଥିଲା ଏବଂ କର୍ମଚାରୀଙ୍କ ବେତନ ବୃଦ୍ଧି କରାଯିବ ବୋଲି ସହମତ ମଧ୍ୟ ହୋଇଛି । ଯଦି ଏହା ହୁଏ ତେବେ ୫୦ ଲକ୍ଷ ସରକାର କର୍ମଚାରୀ ଏଥିରେ ଉପକୃତ ହେବେ l

ସପ୍ତମ ବେତନ ଆୟୋଗ ସୁପାରିଶ ଅନୁସାରେ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନ ମଧ୍ୟ ବୃଦ୍ଧି ପାଇଁ ଦୀର୍ଘ ସମୟ ଧରି ଦାବି କରାଯାଉଥିଲା । ସରକାର ଏବେ ଏହା ଉପରେ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି ବୋଲି ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ଚାଲିଛି । ଯାହାକୁ ନେଇ କର୍ମଚାରୀ ମଧ୍ୟ ଆଶାବାଦୀ ଅଛନ୍ତି l ଯଦି ସବୁକିଛି ଠିକ୍ ରୁହେ ତେବେ ଆଗକୁ ସରକାରୀ କର୍ମଚାରୀଙ୍କ ମୌଳିକ ଦରମାରେ ୮୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଯାହାକି କର୍ମଚାରୀଙ୍କ ପାଇଁ ଏକ ବଡ଼ ଉପହାର ହୋଇପାରେ । ସବୁଠାରୁ ବଡ କଥା ବେତନ ବୃଦ୍ଧି ସହିତ କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର ମଧ୍ୟ ବୃଦ୍ଧି କରାଯିବ । କାରଣ ବର୍ତ୍ତମାନ, ଫିଟମେଣ୍ଟ ଫ୍ୟାକ୍ଟର୍ ହେଉଛି ୨.୫୭% l ଯାହାକୁ ୩.୬୮% କୁ ବୃଦ୍ଧି କରାଯାଇପାରିବ ବୋଲି କୁହାଯାଉଛି ।

ଏହାର ଅର୍ଥ,କର୍ମଚାରୀଙ୍କ ମୋଟ ଦରମାରେ ପ୍ରାୟ ୮୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ। ସରକାର ଏହା ଉପରେ ଖୁବ ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି। ତେବେ ସରକାର ଏଥିପାଇଁ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରିନାହାଁନ୍ତି l କିନ୍ତୁ ଚଳିତ ଅଗଷ୍ଟ ମାସରେ ଏ ବାବଦରେ ପ୍ରମୁଖ ନିଷ୍ପତ୍ତି ନିଆଯିବ ବୋଲି ଆଶା କରୁଛନ୍ତି କର୍ମଚାରୀ । ଯଦି ସରକାର ଏହାକୁ ଅନୁମୋଦନ କରନ୍ତି ତେବେ ଆଗକୁ କର୍ମଚାରୀମାନେ ଶୀଘ୍ର ଏହି ବେତନ ପାଇବା ଆରମ୍ଭ କରିବେ। ତେବେ ଏ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା ଏ ପର୍ଯ୍ୟନ୍ତ ହୋଇନାହିଁ। କିନ୍ତୁ ସରକାର ଏ ଖୁବ ଶୀଘ୍ର ଏ ନେଇ ବଡ଼ ଘୋଷଣା କରିପାରନ୍ତି ବୋଲି କର୍ମଚାରୀ ଅସହ ରଖିଛନ୍ତି ।

ଅଧିକ ପଢ଼ନ୍ତୁ

RAIN ALERT: ୬ ତାରିଖ ପରେ ବଢ଼ିବ ବର୍ଷା

ଡିଗ୍ରୀ ସହ ଦକ୍ଷତା ବିକାଶ ଯୁବପିଢିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ