1. ସରକାରୀ ସ୍କିମ

୧୫ ଅଗଷ୍ଟରେ ପେନସନ୍‌ ପାଇବେ ନୂଆ ହିତାଧିକାରୀ

ଗତକାଲି ରାଜ୍ୟ ସରକାର ସାମାଜିକ ସୁରକ୍ଷାକୁ ଗୁରୁତ୍ବ ଦେଇ ବଢ଼ାଇଛନ୍ତି ମଧୁବାବୁ ପେନସନ୍ ଯୋଜନାର ପରିସର । ଏଥିରେ ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀଙ୍କୁ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହିତ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୨୮ଲକ୍ଷ ୬୧ହଜାରରୁ ୩୨ଲକ୍ଷ ୭୫ହଜାରକୁ ବୃଦ୍ଧି ପାଇଥିବା ସୂଚନା ରହିଛି ।

Tanushree Mahapatra
Tanushree Mahapatra
Expanded scope of madhubabu pension scheme, image source - pexels.com

Expanded scope of madhubabu pension scheme, image source - pexels.com

ଗତକାଲି ରାଜ୍ୟ ସରକାର ସାମାଜିକ ସୁରକ୍ଷାକୁ ଗୁରୁତ୍ବ ଦେଇ ବଢ଼ାଇଛନ୍ତି ମଧୁବାବୁ ପେନସନ୍ ଯୋଜନାର ପରିସର । ଏଥିରେ ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀଙ୍କୁ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହିତ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୨୮ଲକ୍ଷ ୬୧ହଜାରରୁ ୩୨ଲକ୍ଷ ୭୫ହଜାରକୁ ବୃଦ୍ଧି ପାଇଥିବା ସୂଚନା ରହିଛି  । ତେବେ ଅଗଷ୍ଟ ୧୫ତାରିଖ ଜନସେବା ଦିବସରେ ନୂଆ ହିତାଧିକାରୀ ସେମାନଙ୍କ ପ୍ରଥମ ପେନସନ୍ ପାଇବେ ବୋଲି ସରକାର କହିଛନ୍ତି ।

ସେହିପରି ଗ୍ରାମପଞ୍ଚାୟତ ହେଡକ୍ବାଟର୍ ଓ ଓ୍ବାର୍ଡ କାର୍ଯ୍ୟାଳୟରେ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ହିତାଧିକାରୀଙ୍କୁ ପେନସନ୍ ଟଙ୍କା ଦିଆଯିବ ବୋଲି କୁହ ଯାଇଛି । କ୍ୟାମ୍ପ କରି ହିତାଧିକାରୀଙ୍କୁ ପେନସନ୍ ବଣ୍ଟନ ଟଙ୍କାପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ସରକାର । ଏବେ ରାଜ୍ୟ ସରକାର ଏହି ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ଜିଲ୍ଲା ରୁ ଜିଲ୍ଲା ଗସ୍ତ କରିବେ l

ରାଜ୍ୟ ସରକାରଙ୍କ ଏହି ଯୋଜନାରେ ବୟସ୍କ, ବିଧବା, ଦିବ୍ୟାଙ୍ଗ, ଅବିବାହିତ ମହିଳା, କୋଭିଡରେ ଅନାଥ ପିଲା,ଏଡସ ରୋଗୀଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ପେନସନ୍ ଦିଆଯାଉଛି ଯାହା ଟଙ୍କା ଆର୍ଥିକ କ୍ଷେତ୍ରକୁ ମଜବୁତ କରୁଛି । ୭୯ବର୍ଷ କିମ୍ବା ତାଠୁ କମ୍ ହିତାଧିକାରୀଙ୍କୁ ମାସିକ ୫ଶହ ଟଙ୍କା, ୮୦ରୁ ଅଧିକ ବୟସ୍କଙ୍କୁ ୭ଶହ ଟଙ୍କା, ୪୦ରୁ ୫୯ପ୍ରତିଶତ ଦିବ୍ୟାଙ୍ଗଙ୍କୁ ୫ଶହ ଟଙ୍କା , ୬୦ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କୁ ୭ଶହ ଟଙ୍କା , ୬୦ ପ୍ରତିଶତରୁ ଅଧିକ ଶାରିରୀକ ଅକ୍ଷମତା ଥିବା ଲୋକଙ୍କୁ ୮୦ବର୍ଷରୁ ଅଧିକଙ୍କୁ ମାସିକ ୯ଶହ ଟଙ୍କା ପେନସନ୍ ପ୍ରଦାନ କରାଯାଉଛି । ୪ଲକ୍ଷ ୧୩ ହଜାର ଅତିରିକ୍ତ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିବା ଦ୍ବାରା ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି ।

ଗତକାଲି ର ଏହି ନିଷ୍ପତ୍ତି ହେବା ପରେ ମଧୁବାବୁ ପେନସନ୍ ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଯେପରି ସୁଚନା ଅନୁଯାୟୀ ମଧୁବାବୁ ପେନସନ୍ ଯୋଜନା ପରିସର ବୃଦ୍ଧି ହୋଇଥିବା ସୂଚନା ମିଳିଛି । ଏବେ ଏଥିରେ  ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀଙ୍କୁ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ଫଳରେ ହିତାଧିକାରୀଙ୍କ ସଂଖ୍ୟା ୨୮ଲକ୍ଷ ୬୧ହଜାରରୁ ୩୨ଲକ୍ଷ ୭୫ହଜାରକୁ ବୃଦ୍ଧି ପାଇଥିବା ନଜିର ରହିଛି । ସେହିପରି ଆଗକୁ ଅଗଷ୍ଟ ୧୫ତାରିଖ ଜନସେବା ଦିବସରେ ନୂଆ ହିତାଧିକାରୀ ସେମାନଙ୍କ ପ୍ରଥମ ପେନସନ୍ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି l

ସୂଚନା ଅନୁଯାୟୀ, ଏହି ଯୋଜନାରେ ଗ୍ରାମପଞ୍ଚାୟତ ହେଡକ୍ବାଟର୍ ଓ ୱାର୍ଡ କାର୍ଯ୍ୟାଳୟରେ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ପେନସନ୍ ଦିଆଯିବ ହିତାଧିକାରଙ୍କୁ ।ହିତାଧିକାରୀଙ୍କୁ ପେନସନ୍ ବଣ୍ଟନ ପାଇଁ ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । ବୟସ୍କ, ବିଧବା, ଦିବ୍ୟାଙ୍ଗ, ଅବିବାହିତ ମହିଳା, କୋଭିଡରେ ଅନାଥ ପିଲା, ଏଡସ ରୋଗୀଙ୍କ ଭଳି ସମସ୍ତ ବିଭିନ୍ନ କ୍ଷେତ୍ରରେ ପେନସନ୍ ଦିଆଯାଉଛି । ଯାହା ଦ୍ୱାରା ସେମାନେ ଆର୍ଥିକ ସହାୟତା ପାଇଁ ପାରୁଛନ୍ତି l

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଫାଇଭ୍ -ଟି ସଚିବ ଭିକେ ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ବିକାଶମୂଳକ କାମର ସମୀକ୍ଷା କରିବେ l ତୃଣମୂଳସ୍ତରରେ ଲୋକଙ୍କ ସମସ୍ୟା ବୁଝୁଛନ୍ତି ଏବେ ରାଜ୍ୟ ସରକାର । ଏହାଦ୍ବାରା ଲୋକଙ୍କ ସମସ୍ୟାର ତ୍ବରିତ ସମାଧାନ ମଧ୍ୟ ହୋଇପାରୁଛି । ଯାହା ରାଜ୍ୟ ସରକାର ୨୮ଲକ୍ଷ ୬୧ ହଜାର ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମାଜିକ ସୁରକ୍ଷା ପେନସନ୍ ଦେଇ ଆର୍ଥିକ ସ୍ଥିତିରେ ମଜବୁତ କରୁଛନ୍ତି । 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments