1. ସରକାରୀ ସ୍କିମ

ଚାଷୀଙ୍କୁ ମିଳିବ ୯୦% ସବସିଡି: କେନ୍ଦ୍ର ସରକାର ଆରମ୍ଭ କଲେ ନୂଆ ଯୋଜନା

କୃଷି ଓ କୃଷକ ର ଉନ୍ନତି ହେଲେ ସମାଜର ଉନ୍ନତି ସହ ଦେଶର ବିକାଶ ହୋଇଥାଏ । କୃଷକମାନେ ଆମ ଦେଶର ମେରୁଦଣ୍ଡ ଅଟନ୍ତି। ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ କୃଷକଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ।କୃଷି ଦେଶର ସାମଗ୍ରିକ,ସାମାଜିକ ଏବଂ ଅର୍ଥନୈତିକ ବିକାଶ ରେ ସାହାଯ୍ୟ କରିଥାଏ ।

Tanushree Mahapatra
Tanushree Mahapatra
Farmers can get upto 90 subsidy by new scheme

Farmers can get upto 90 subsidy by new scheme

କୃଷି ଓ କୃଷକ  ର ଉନ୍ନତି ହେଲେ ସମାଜର ଉନ୍ନତି ସହ ଦେଶର ବିକାଶ ହୋଇଥାଏ । କୃଷକମାନେ ଆମ ଦେଶର ମେରୁଦଣ୍ଡ ଅଟନ୍ତି। ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ କୃଷକଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ।କୃଷି ଦେଶର ସାମଗ୍ରିକ,ସାମାଜିକ ଏବଂ ଅର୍ଥନୈତିକ ବିକାଶ ରେ ସାହାଯ୍ୟ କରିଥାଏ । କୃଷିର ଉନ୍ନତିରେ ମାନବ ଜାତିର ଉନ୍ନତି ।

କୃଷି କୃଷକ ପାଇଁ ଏକ ବୃତ୍ତି ନୁହେଁ, ଏହା ଜୀବନ ଧାରଣର ଏକ ଉଦ୍ଦେଶ୍ୟ ଏବଂ ସାମାଜିକ ବ୍ୟବସ୍ଥା ମଧ୍ୟରେ ଏକ ପରମ୍ପରା ।  ସାର ହେଉ କି ବିହନ ସବୁଥିରେ ରାଜ୍ୟ ଏବଂ କେନ୍ଦ୍ର ସରକାର ସବସିଡି ପ୍ରଦାନ କରୁଛନ୍ତି l ଚାଷ କୁ ଆହୁରି ସରଳ ଏବଂ ଚାଷୀଙ୍କୁ ଚାଷ ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି l

ଆଉ କୃଷି ଆଉ କୃଷକଙ୍କୁ ପ୍ରାଧାନ୍ୟ ଦେଇ କେନ୍ଦ୍ର ଆରମ୍ଭ କରିଛି ଆଉ ଏକ ସବସିଡି ବ୍ୟବସ୍ଥା l ଦେଶର ଲକ୍ଷ ଲକ୍ଷ କୃଷକଙ୍କ ପାଇଁ ଆଉ ଏକ ନୂଆ ଯୋଜନା ଆଣିଛନ୍ତି କେନ୍ଦ୍ର ସରକାର । କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେବା ପାଇଁ ଏବଂ କୃଷକଙ୍କୁ ଆହୁରି ଶକ୍ତିଶାଳୀ ତଥା ସଶକ୍ତ କରିବା ପାଇଁ ସରକାର ଏକ ନୂଆ ସ୍କିମ ଆଣିଛନ୍ତି । ତେବେ ଏହାଦ୍ୱାରା କୃଷକଙ୍କୁ ୯୦% ପର୍ଯ୍ୟନ୍ତ ସବସିଡି ମିଳିବ ବୋଲି ଜଣା ପଡିଛି । ତେବେ ଦେଶର କୋଟି କୋଟି କୃଷକ ଏହି ଯୋଜନାରେ ଉପକୃତ ହୋଇପାରିବେ ବୋଲି କୁହାଯାଉଛି । କେନ୍ଦ୍ର ସରକାରଙ୍କର ଏହି ଯୋଜନା ହେଉଛି ପିଏମ୍ କୁସୁମ ଯୋଜନା ଯେଉଁଥିରେ କୃଷକଙ୍କୁ ମିଳିବ ସବସିଡି । ଯେଉଁ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ସୌର ପମ୍ପ ସ୍ଥାପନ କରିବା ପାଇଁ ସୁବିଧା ଯୋଗାଇ ଦିଆଯିବ । ଯାହା ସ୍ୱଳ୍ପ ଖର୍ଚ୍ଚରେ ଧିକ ଲାଭ ଦେବା ଚାଷୀଙ୍କୁ l 

ପିଏମ୍ -କୁସୁମ ବା ପ୍ରଧାନ ମନ୍ତ୍ରୀ କିଷାନ ଉର୍ଜା ସୁରକ୍ଷା ଏବଂ ଉତ୍ଥାନ ମହାଭିଜାନ ସ୍କିମ୍ ହେଉଛି କେନ୍ଦ୍ର ସରକାରଙ୍କର ଏକ ପ୍ରମୁଖ ସ୍କିମ୍ ଯେଉଁଥିରେ କୃଷି ଅଞ୍ଚଳଗୁଡ଼ିକୁ ଏବଂ ଜଳସେଚନ କାର୍ଯ୍ୟଗୁଡ଼ିକରେ ସୌର ଶକ୍ତିର ଉପଯୋଗ କରାଯିବ l ୨୦୧୯ରେ ୟୁନିଅନ୍ କ୍ୟାବିନେଟ ଦ୍ୱାରା ଅନୁମୋଦନ ଲାଭ କରିଥିବା କୁସୁମର ତିନିଗୋଟି ଉପାଦାନ ରହିଛି: ଚାଷ ଜମିଗୁଡ଼ିକରେ ୧୦,୦୦୦  MW କ୍ଷମତା ବିଶିଷ୍ଟ ଗ୍ରୀଡ଼ ସଂଯୋଜିତ/ଅଫ-ଗ୍ରୀଡ଼ ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନ; ୧,୭୫୦,୦୦୦ଟି ଗୋଟିକିଆ ସୌରଚାଳିତ କୃଷି ପମ୍ପ ସ୍ଥାପନ ଏବଂ ଗ୍ରୀଡ଼ ସଂଯୋଜିତ ୧ ମିଲିୟନ କୃଷି ପମ୍ପର ସୌରଶକ୍ତିକରଣ l

ପିଏମ୍ କୁସୁମ ଯୋଜନା ଦ୍ୱାରା କୃଷକମାନେ ସୌରଶକ୍ତି ବ୍ୟବହାର କରି ସ୍ୱଳ୍ପ ମୂଲ୍ୟରେ ଭଲ ଫସଲ ଅମଳ କରିପାରିବେ । କେନ୍ଦ୍ର ପକ୍ଷରୁ କୃଷକମାନଙ୍କୁ ନିଜ ଜମିରେ ସୌର ପ୍ୟାନେଲ ସ୍ଥାପନ କରିବା ପାଇଁ ଏହି ଯୋଜନା ଖୁବ ସହାୟକ ହେବ ବୋଲି ଆଶା । ଏହି ଯୋଜନା ମାଧ୍ୟମରେ ଏବେ ଚାଷୀଙ୍କୁ ୯୦ ପ୍ରତିଶତ ସବସିଡି ସୋଲାର ପମ୍ପ ଯୋଜନା ସବସିଡି ଭାବେ ପ୍ରଦାନ କରାଯିବ ଯାହା ପାଇଁ ସେମାନଙ୍କୁ କୌଣସି ବିଦ୍ୟୁତ ଦେୟ ଦେବାକୁ ପଡିବ ନାହିଁ  । ତେବେ ଦେଶରେ ଥିବା କୋଟି କୋଟି କୃଷକ ଏହି ଯୋଜନା ମାଧ୍ୟମରେ ଉପକୃତ ହୋଇପାରିବେ । ଜଣେ ଚାଷୀ କ୍ଷେତରେ ପାଣି ଦେବା ପାଇଁ ବିଦ୍ୟୁତ କିମ୍ବା ଟ୍ୟୁବୱେଲ ବ୍ୟବହାର କରିଥାଏ ଯାହା ପାଇଁ ଶାରୀରିକ ଶକ୍ତି ସହ ବିଦ୍ୟୁତ ଦେୟ ବି ଦେବା ପାଇଁ ପଡିଥାଏ । ତେବେ ଏଥିରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ କୁସୁମ ଯୋଜନା ମାଧ୍ୟମରେ ସୌର ପ୍ୟାନେଲର ସୁବିଧା ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଯେଉଁଥିରେ କୃଷକଙ୍କୁ ମିଳିବ ୯୦% ସବସିଡି l

୨୦୧୯ ମସିହାରେ ଏହି ଯୋଜନାକୁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ l ତେବେ ଏଥିରେ ୯୦% ସବସିଡି ପ୍ରଦାନ କରାଯାଏ କେନ୍ଦ୍ର ପକ୍ଷରୁ । ଏହା ମଧ୍ୟରୁ କେନ୍ଦ୍ର ସରକାରଙ୍କ ତରଫରୁ ୩୦%, ରାଜ୍ୟ ସରକାରଙ୍କ ତରଫରୁ ୩୦% ଏବଂ ଅନ୍ୟ ଆର୍ଥିକ ସଂସ୍ଥା ପକ୍ଷରୁ ୩୦% ସବସିଡି ମିଳିଥାଏ ଚାଷୀଙ୍କୁ । ଅର୍ଥାତ୍ ମାତ୍ର ୧୦% ଖର୍ଚ୍ଚ ଦେଇଥାନ୍ତି ଜଣେ ଚାଷୀ । ତେବେ ଏଥିପାଇଁ କିମ୍ବା ଏହି ଯୋଜନାର ଲାଭ ଉଠାଇବା ପାଇଁ ଆବେଦନ କରିବାକୁ ହେଲେ ପ୍ରଥମେ ସରକାରଙ୍କ ଅଫିସିଆଲ ୱେବସାଇଟକୁ ଯାଇ ଏହାର ଅନଲାଇନ ଫର୍ମ ଭରିବାକୁ ପଡିବ । ଅନଲାଇନ ଫର୍ମ ପୂରଣ କରିବା ପରେ ନିଜ ଆଧାର କାର୍ଡ, ଖସଡା ସହିତ ଜମିର ଦଲିଲ, ପ୍ରମାଣ ପତ୍ର, ବ୍ୟାଙ୍କ ପାସବୁକ ଇତ୍ୟାଦି ଡକ୍ୟୁମେଣ୍ଟ ପ୍ରଦାନ କରିବାକୁ ହେବ । କାରଣ ସରକାରୀ ସ୍ତରରେ ଏହି ପ୍ରମାଣପତ୍ର ଆବଶ୍ୟକ l

ସରକାରଙ୍କ ବଡ଼ ଘୋଷଣା, ୭୬ ଲକ୍ଷ ଛୋଟ କୃଷକଙ୍କୁ ମିଳିବ ଫସଲ ବୀମା !

ମଖାନା ମଞ୍ଜି କିଣିଲେ ସରକାର ଦେବେ ୭୫% ସବସିଡି

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments