ପ୍ରାକୃତିକ ଉପାୟରେ ଫସଲ ଚାଷ କରିବାକୁ ଜୈବିକ ଚାଷ କୁହାଯାଏ । ଜୈବିକ ଚାଷ ଦ୍ୱାରା ପରିବେଶ ନଷ୍ଟ ହୋଇ ନଥାଏ l ଜୈବିକ ଚାଷ ପାଇଁ କିଛି ଦିଗ ଉପରେ ଧ୍ୟାନ ଦେବା ଆବଶ୍ୟକ l ପ୍ରାକୃତିକ ପଦାର୍ଥ ବ୍ୟବହାର କରି ଖାଦ୍ୟ ଉତ୍ପାଦନ କରିବାକୁ ଜୈବିକ ଚାଷ କୁହାଯାଏ । ପୃଷ୍ଟିକର ଓ ପ୍ରଦୂଷଣ ମୁକ୍ତ ଖାଦ୍ୟ ଯଥେଷ୍ଟ ପରିମାଣରେ ଉତ୍ପାଦନ ହୋଇଥାଏ ।
ମାଟିରେ ଥିବା କ୍ଷୁଦ୍ରଜୀବ ଜନ୍ତୁ ମାନଙ୍କର ସଂରକ୍ଷଣ ଓ ସମୃଦ୍ଧି ଘଟାଇ ପ୍ରାକୃତିକ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ପ୍ରକୃତିର ବିବିଧତାକୁ ବଜାୟ ରଖିବା ହେଉଛି ଜୈବିକ ଚାଷର ଉଦେଶ୍ୟ । ଜଳ, ସ୍ଥଳ ଓ ବାୟୁର ସ୍ଵଚ୍ଛତା ସନ୍ତୁଳିତ ରଖିବା ସହ ସେଥିରେ ବାସ କରୁଥିବା ଜୀବମାନଙ୍କରେ ଦାୟିତ୍ଵ ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ମୃତ୍ତିକା, ଜଳ ଓ ପରିବେଶ ସଂରକ୍ଷଣ । ଅସରନ୍ତି ଓ ଅକ୍ଷୟ ଶକ୍ତିରୁ ବିଭିନ୍ନ ଜୈବିକ ପ୍ରକ୍ରିୟା ଦ୍ଵାରା ଶୀଘ୍ର ନଷ୍ଟ ହେଉଥିବା ଅଣଖାଦ୍ୟ ପ୍ରସ୍ତୁତି ଓ ବ୍ୟବହାର କରାଯାଏ ଏହି ଚାଷରେ ।
ଯେଉଁ ଜମିରେ ରାସାୟନିକ ସାର ବା ପୋକ ମରା ଔଷଧ ଆଦୌ ପକାଯାଇନାହିଁ ସେଥିରେ ଜୈବିକ ଚାଷ ପ୍ରଣାଳୀ ସିଧାସଳଖ ପ୍ରୟୋଗ କରାଯାଇ ଜୈବିକ ଫସଲ ଅମଳ କରାଯାଇ ପାରିବ। କିନ୍ତୁ ଜମିରେ ରାସାୟନିକ ସାର ଓ ପୋକମାରା ଔଷଧ ବ୍ୟବହାର କରାଯାଇଥିଲେ ଜୈବିକ ଚାଷକୁ ପରିବର୍ତ୍ତନ କରିବା ପାଇଁ କେତେକ ନିୟମ ମାନିବାକୁ ହେବ । ସାଧାରଣତଃ ଚାଷ ଜମିରେ ରାସାୟନିକ ପିଡିଆ ପଡିବା ହେତୁ ମାଟିର ଉର୍ବରତା କମି କମି ଯାଉଛି । ଏହି କାରଣରୁ ସରକାର ଜୈବିକ ପିଡିଆର ବିଶେଷତା ଉପରେ ଗୁରୁତ୍ୱ ଦେଇଛନ୍ତି । କୃଷକମାନେ ଫସଲରେ ରାସାୟନିକ ପଦାର୍ଥ ପରିବର୍ତ୍ତେ ଏହି ଜୈବିକ ପଦାର୍ଥର ଉପଯୋଗ କରିବା ପାଇଁ ସରକାର ଉପଦେଶ ଦେଇଛନ୍ତି । ବିହାର ସରକାର କୃଷକମାନଙ୍କୁ ଜୈବିକ ଜମି ଅପଣେଇବା ପାଇଁ ଆର୍ଥିକ ସହାୟତା ଦେବାକୁ ମଧ୍ୟ ଘୋଷଣା କରିଛନ୍ତି ।
ଜଙ୍ଗଲ ଉପରେ ନିର୍ଭର କରୁଥିବା ଆଦିବାସୀଙ୍କ ରୋଜଗାରର ପନ୍ଥା ପାଲଟିଛି ପରିବା ଚାଷ ଯାହା ଏବେ ଜୈବିକ ଉପାୟରେ କରି ଲାଭବାନ ହେଉଛନ୍ତି । ଗାଁର ଲୋକେ ଆଗରୁ ନିଜ ନିଜ ଜମିରେ ବର୍ଷାଦିନେ କେବଳ ଧାନଚାଷ କରୁଥିଲେ ଓ ବର୍ଷର ଅନ୍ୟ ଋତୁଗୁଡ଼ିକରେ ବଣ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସହ କାଠପତ୍ର ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିଲେ । ଏମାନଙ୍କ ପାଖରେ ନା ଥିଲା ଅନ୍ୟ ଚାଷ କରିବାର ଉପାୟ, ନା ଥିଲା ଜଳସେଚନର ସୁବିଧା । କୃଷି ବିଭାଗର ସହାୟତାରେ ଚାଷୀମାନଙ୍କୁ ଉତ୍ତମ କିସମର ବିହନ ଯୋଗାଇ ଦିଆଯାଇଛି ତା ସହିତ ବିଭିନ୍ନ ଯୋଜନା ମଧ୍ୟ । ଏଥିସହ ଉନ୍ନତମାନର ତାଲିମ ପ୍ରଦାନ କରାଯିବା ପରେ ଅନେକ ଅଂଚଳରେ ଜୈବିକ ଚାଷ କରାଉଛନ୍ତି ଚାଷୀ l ଆଉ ଏବେ ଜୈବିକ ଚାଷ କଲେ ମିଳିବ ସରକାରଙ୍କ ତରଫରୁ ଟଙ୍କା l
ତେବେ ଏବେ ବିହାର କୃଷି ବିଭାଗ ମୁତାବକ ପ୍ରତି ଏକର ଜମିରେ ଜୈବିକ ଚାଷ କରିବା ପାଇଁ କୃଷକଙ୍କୁ ୬,୫୦୦ ଟଙ୍କା ମିଳିବ । କୃଷକଙ୍କୁ ଏହି ରାଶି ଜୈବିକ ପ୍ରୋତ୍ସାହନ ଯୋଜନା ସାହାଯ୍ୟରେ ଦିଆଯିବ ଯାହା ତାଙ୍କୁ ତାଙ୍କ ଚାଷ ଖେତରେ ସାହାଯ୍ୟ କରିବ । କିନ୍ତୁ ଏହି ରାଶିକୁ ପାଇବା ପାଇଁ କୃଷକଙ୍କୁ ୨.୫ ଏକର ଜମି ଥିବା ଆବଶ୍ୟକ । ତେବେ ୨.୫ ଏକର ଜମି ପାଇଁ କୃଷକଙ୍କୁ ସମୁଦାୟ ୧୬ ହଜାର ୨୫୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ । ତେବେ ଯେକୌଣସି ସୂଚନା ପାଇଁ ବିହାର ସରକାର ଟୋଲ ଫ୍ରୀ ନମ୍ବର ମଧ୍ୟ ଜାରି କରିଛନ୍ତି l
ଯଦି ଗୋଟେ ଏକର ଜମିରେ ରାସାୟନିକ ଦ୍ରବ୍ୟ ବ୍ୟବହୃତ ହେଉଛି ତେବେ ତା ଉପରେ ୩୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ସେହିପରି ଜୈବିକ ସାର ବ୍ୟବହୃତ ହେଲେ ମାତ୍ର ଏଥିପାଇଁ ୫୦୦୦ ଟଙ୍କା ହେବ ଖର୍ଚ୍ଚ ହେବ । ତେବେ ରାସାୟନିକ ଏବଂ ଜୈବିକ ମଧ୍ୟରେ ପାର୍ଥକ୍ୟ ୨୦ ପ୍ରତିଶତ କମ ଜୌବିକ ସାର । ଏବେ ଅନେକ ଜୈବିକ ଚାଷ କରି ଅନେକ ଚାଷୀ ଲାଭବାନ ହେଉଛନ୍ତି ଆଉ ଏଥିପାଇଁ ଅନେକ ରାଜ୍ୟରେ ସବସିଡି ମଧ୍ୟ ମିଳୁଛି l