1. ସରକାରୀ ସ୍କିମ

pm kisan: ଚାଷୀଙ୍କ ପାଇଁ ଏହା ଜରୁରୀ !

ତେବେ ଆଜି ହିଁ PM Kisan Yojanaର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ......

Tanushree Mahapatra
Tanushree Mahapatra
farmers will get the benefit of pm kisan, image source - pexels

farmers will get the benefit of pm kisan, image source - pexels

କେନ୍ଦ୍ର ସରକାର ସର୍ବଦା ଚାଷୀଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଚଳିତ କରିଛନ୍ତି ଦେଶରେ l ଯାହା ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛି l ତେବେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା କିଛି ବର୍ଷ ତଳେ କେନ୍ଦ୍ର ସରକାର ପ୍ରତିବର୍ଷ ୩ ଟି କିସ୍ତି ମାଧ୍ୟମରେ ଚାଷୀଙ୍କୁ ୬ ହଜାର ଟଙ୍କା ପ୍ରଦାନ କରୁଛନ୍ତି।

ଦେଶର କୋଟି କୋଟି ଚାଷୀ ଏହି ସୁବିଧା ନେଉଛନ୍ତି । ଯଦି ଆପଣ ଜଣେ ଚାଷୀ ଏବଂ ଆପଣ ମଧ୍ୟ ସରକାରଙ୍କ ଏହି ସୁବିଧା ପାଇବାକୁ ଇଛା ରଖୁଛନ୍ତି ତେବେ ଆଜି ହିଁ PM Kisan Yojanaର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ । ଏହି ଯୋଜନାର ଲାଭ ପାଇବା ପୂର୍ବରୁ ଆପଣଙ୍କୁ ଏହାର ଯୋଗ୍ୟତା ଯାଞ୍ଚ କରିବାକୁ ହେବ।

କୃଷକଙ୍କ ଆର୍ଥିକ ସହାୟତା ପାଇଁ ପିଏମ କିସାନ ଯୋଜନା ୨୦୧୯ରେ ଆରମ୍ଭ କରିଥିଲେ କେନ୍ଦ୍ର ସରକାର। ଏହି ଯୋଜନା ଆରମ୍ଭରେ ବାର୍ଷିକ ୬ ହଜାର ଟଙ୍କା ୩ ଟି କିସ୍ତି ମାଧ୍ୟମରେ ସୁବିଧା ଦିଆଯାଉଥିଲା। ଯାହାକି ବର୍ଷକୁ ୨ ହଜାର ଟଙ୍କା ପ୍ରତି କିସ୍ତିରେ। ଅନ୍ୟପଟେ ଚାଷୀଙ୍କ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ବଜେଟ୍ ରେ କେନ୍ଦ୍ର ସରକାର କିସାନ ସମ୍ମାନ ନିଧି ଯୋଜନାରେ କରିଥିଲେ ବଡ଼ ପରିବର୍ତ୍ତନ l ବର୍ତ୍ତମାନ ଚାଷୀଙ୍କୁ ଏହି ଯୋଜନାରେ ଅଧିକ ୨ ହଜାର ଟଙ୍କା ପ୍ରଦାନ କରାଯିବ । ଏହି ଯୋଜନାର ପରିମାଣକୁ ବାର୍ଷିକ ୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ଚାଷୀଙ୍କ ପାଇଁ ଏକ ବଡ଼ ଖୁସି ଖବର ।

ତେବେ ଚଳିତ ବଜେଟରେ ପିଏମ କିସାନ ଯୋଜନାରେ ଗୋଟିଏ ବର୍ଷରେ ୪ଟି କିସ୍ତି ଚାଷୀଙ୍କୁ ଦିଆଯିବ। ଯେଉଁଥିରେ ଚାଷୀଙ୍କୁ ୮ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏହି ପରିମାଣ ଚାଷୀଙ୍କୁ DBT ମାଧ୍ୟମରେ କରାଯିବ । ଏଥିପାଇଁ ହିତାଧିକାରୀମାନେ ନିଜେ ନିଜର ସରକାରୀ ୱେବସାଇଟରୁ ସ୍ଥିତି ଆଜି ହିଁ ଯାଞ୍ଚ କରିପାରିବେ । E-KYC ଏଯାବତ୍ କରିନାହାଁନ୍ତି ଯେଉଁ ଚାଷୀ ସେମାନେ ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ । ତେବେ ଯଥା ଶୀଘ୍ର ଏହି କାମ ଶେଷ କରିବାକୁ ଚାଷୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଚାଷୀ ପିଏମ କିସାନ କିସ୍ତି ଟଙ୍କା ପାଇବାକୁ ଚାହୁଁଥିଲେ PM Kisan Yojanaର ୱେବସାଇଟ୍‌ର ମେନ୍ ପେଜ କୁ ଯାଇ ଡାହାଣ ପାର୍ଶ୍ୱରେ ଥିବା ବିକଳ୍ପରେ ନିଜ ସ୍ଥିତି ଯାଞ୍ଚ କରିପାରିବେ l ବର୍ତ୍ତମାନ ନୂଆ ପେଜରେ ଚାଷୀ ନିଜର ପଞ୍ଜୀକରଣ ନମ୍ବର ପ୍ରବେଶ କରିବେ ଏବଂ OTP ପାଇବେ l ଚାଷୀ ପଞ୍ଜୀକରଣ ନମ୍ବରକୁ ମନେ ରଖନ୍ତି ନାହିଁ ଯଦି , ସେମାନେ ନିଜର ପଞ୍ଜୀକରଣ ନମ୍ବର ଜାଣିବା ବିକଳ୍ପକୁ ଯାଇ ମୋବାଇଲ୍ ନମ୍ବର ଯାଞ୍ଚ କରିବେ ଏବଂ ପଞ୍ଜୀକରଣ ନମ୍ବର ସହଜରେ ଜାଣିପାରିବେ।

ଅଧିକ ପଢ଼ନ୍ତୁ

NPCIL ନିଯୁକ୍ତି ସୁଯୋଗ: ୨୭୯ ପଦ ଖାଲି

HEAVY RAIN ALERT: ୩ ଦିନ ପ୍ରବଳ ବର୍ଷା!

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ