1. ସରକାରୀ ସ୍କିମ

ଅଧିକ ବିଦ୍ୟୁତ ବିଲକୁ ନେଇ ଚିନ୍ତିତ କି ? ତେବେ ଆପଣାନ୍ତୁ ଏହି ସ୍କିମ

ଖରା ଦିନରେ ଗରମ ଯୋଗୁଁ ବିଦ୍ୟୁତ ବ୍ୟବହାର ଅଧିକ ହୋଇଥାଏ l ଆଉ ଯେଉଁଥିପାଇଁ ଅଧିକ ବିଦ୍ୟୁତ ବିଲ ଆସିଥାଏ l କାରଣ ଗରମ ଯୋଗୁଁ ଘରେ ଘରେ ଏସି , କୁଲର , ଫ୍ୟାନ ଭଳି ଉପକରଣର ବ୍ୟବହାର ବୃଦ୍ଧି ହୋଇଥାଏ l

Tanushree Mahapatra
Tanushree Mahapatra
Free electricity for 25 years

Free electricity for 25 years

ଖରା ଦିନରେ ଗରମ ଯୋଗୁଁ ବିଦ୍ୟୁତ ବ୍ୟବହାର ଅଧିକ ହୋଇଥାଏ l ଆଉ ଯେଉଁଥିପାଇଁ ଅଧିକ ବିଦ୍ୟୁତ ବିଲ ଆସିଥାଏ l କାରଣ ଗରମ ଯୋଗୁଁ ଘରେ ଘରେ ଏସି , କୁଲର , ଫ୍ୟାନ ଭଳି ଉପକରଣର ବ୍ୟବହାର ବୃଦ୍ଧି ହୋଇଥାଏ l ଯାହାକୁ ନେଇ ଗ୍ରାହକ ସବୁବେଳେ ଚିନ୍ତାରେ l କାରଣ ବିଲ ଅଧିକ ଆସିଥାଏ l

ଯାହା ତାଙ୍କୁ ଚିନ୍ତାରେ ପକାଇଥାଏ l ଏବେ ଏହି ବିଲ କିନ୍ତୁ ଆଉ ଦେବାକୁ ପଡିବ ନାହିଁ କାରଣ ସରକାର ଆଣିଛନ୍ତି l ସରକାରଙ୍କ ଏହି ସ୍କିମ ଆପଣାଇଲେ ଆପଣଙ୍କୁ ଆଉ ଦେବାକୁ ପଡ଼ିବନି ବିଦ୍ୟୁତ ବିଲ l ସୋଲାର ପ୍ୟାନେଲ ହେଉଛି ଏକ ଉତ୍ପାଦ ଯାହା ସୂର୍ଯ୍ୟଙ୍କ ଶକ୍ତିର ବ୍ୟବହାର କରି ବିଦ୍ୟୁତ୍ ଉତ୍ପାଦନ କରିଥାଏ । ଆପଣ ସମସ୍ତେ ଏହା ବିଷୟରେ ଶୁଣିଥିବେ ଏବଂ ଜାଣିଥିବେ ମଧ୍ୟ l ରାସ୍ତା କଦାର ବିଜୁଳି ବ୍ୟବହାର ଠୁ ଆରମ୍ଭ କରି ଚାଷ ଜମି ପର୍ଯ୍ୟନ୍ତ ସବୁଠି ଏବେ ଏହା ଚାହିଦା ବଢିଛି  l ଆଉ ସରକାର ଏବେ ଘରୋଇ କ୍ଷେତ୍ରରେ ମଧ୍ୟ ଏହାର ବ୍ୟବହାର ପାଇଁ ସବସିଡି ପ୍ରଦାନ କରିବେ l

ଘରର ଛାତ ହେଉକି ଘରର ବାଡ଼ି ଆପଣ ସୋଲାର ପ୍ୟାନେଲ ଲଗାଯାଇ ଆପଣ ବ୍ୟବହାର କରିପାରିବେ l ଏହା ସୂର୍ଯ୍ୟଙ୍କ ଶକ୍ତିକୁ ଧ୍ୟାନରେ ରଖି ବ୍ୟବହୃତ ହୁଏ । ଏହା ହେଉଛି ଏକ ଅତ୍ୟନ୍ତ ଉପଯୋଗୀ ପ୍ରଯୁକ୍ତିବିଦ୍ୟା l ଯାହାକି ବିଜୁଳି ବ୍ୟବହାରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ l ଆପଣଙ୍କୁ ସ୍ୱଚ୍ଛ ଶକ୍ତି ଉତ୍ପାଦନରେ ସାହାଯ୍ୟ କରେ ଏହି ସୋଲାର ପ୍ୟାନେଲ । ସୋଲାର ପ୍ୟାନେଲଗୁଡିକ ଆପଣଙ୍କୁ ବିଦ୍ୟୁତ୍ ବିଲରୁ ରକ୍ଷା କରିବ ତାହା ନୁହେଁ  ବରଂ ଏହା ପରିବେଶ କୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରିବା ସହିତ ସ୍ୱଚ୍ଛ ଶକ୍ତି ଉତ୍ପାଦନରେ ମଧ୍ୟ ସାହାଯ୍ୟ କରିଥାଏ ।

ତେବେ ଅଧିକ ଲୋକ ଏହା ବିଷୟରେ ଜାଣିଥିଲେ ମଧ୍ୟ ବ୍ୟବହାର କରୁନାହାନ୍ତି ଅଧିକ ଦର ଥିବା ନେଇ ଭାବି l  ତେବେ ସୋଲାର ପ୍ୟାନେଲଗୁଡିକର ମୂଲ୍ୟ ଅଧିକ ନୁହେଁ l ଏକ ବଡ଼ ସୋଲାର ପ୍ୟାନେଲ ପାଇଁ ଆପଣଙ୍କୁ ଦେଢ଼଼ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ତେବେ ସରକାର ଏହି ସୋଲାର ପ୍ୟାନେଲ ଉପରେ ସବସିଡି ପ୍ରଦାନ କରୁଛନ୍ତି l ଯେଉଁଠି ଲୋକଙ୍କୁ ଏହି ସୋଲାର ପ୍ୟାନେଲ ଶସ୍ତା ଦାମରେ କିଣିବାରେ ସାହାଯ୍ୟ କରିଥାଏ । ଏହିପରି ଭାବେ ଆପଣ  ୭୫ ହଜାରରୁ ୧.୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୋଲାର ପ୍ୟାନେଲ ଲଗାଇ ପାରିବେ । ଏହି ପ୍ୟାନେଲଗୁଡିକ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ବିଦ୍ୟୁତ୍ ବିଲ୍ କମିଯିବ ଯାହାକୁ ନେଇ ଆପଣମାନେ ଖରାଦିନରେ ଚିନ୍ତାରେ ପଡୁଛନ୍ତି l ଆଉ ଆପଣଙ୍କୁ ଏଥିପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ ।

ଏହା ସରକାରଙ୍କ ଏକ ଯୋଜନାରେ ଅନ୍ତର୍ଭୁକ୍ତ ମଧ୍ୟ l ଯାହା ପାଇଁ ଆପଣଙ୍କୁ ସମସ୍ତ କାଗଜ ପତ୍ର ଦେଖାଇବାକୁ ପଡିବ କର୍ମଚାରୀଙ୍କ ଆଗରେ l ଏଥିପାଇଁ ଆପଣଙ୍କୁ ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋ, ୱାଟର ବିଲ୍ ଇତ୍ୟାଦି ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ ଦରକାର ହେବ । ତେବେ ସରକାରଙ୍କ ଏହି ସବସିଡି ପାଇବା ପରେ ଆପଣ ୭୫ ହଜାରରୁ ୧.୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୋଲାର ପ୍ୟାନେଲ ନିଜ ଘରେ ଲଗାଇପାରିବେ  । ଯାହା ଆପଣଙ୍କୁ ସାହାଯ୍ୟ କରିବ ବିଦ୍ୟୁତ ବିଲ କମାଇବାରେ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments