1. ସରକାରୀ ସ୍କିମ

ଏହି ରାଜ୍ୟକୁ ମିଳିଲା ମାଗଣା ବିଦ୍ୟୁତ୍ ସେବା !

କେନ୍ଦ୍ର ହେଉ କି ରାଜ୍ୟ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାରର ସୁବିଧା ଯୋଗାଇ ଦେଉଛନ୍ତି ସରକାର । ଏସବୁ ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ଜୁନ୍ ୧ ତାରିଖରୁ ଲୋକଙ୍କ ପାଇଁ ମାଗଣା ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବ ।

Tanushree Mahapatra
Tanushree Mahapatra
Free electricity for consumers, imgae source - pexels.com

Free electricity for consumers, imgae source - pexels.com

କେନ୍ଦ୍ର ହେଉ କି ରାଜ୍ୟ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାରର ସୁବିଧା ଯୋଗାଇ ଦେଉଛନ୍ତି ସରକାର । ଏସବୁ ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ଜୁନ୍ ୧ ତାରିଖରୁ ଲୋକଙ୍କ ପାଇଁ ମାଗଣା ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବ । ପ୍ରତି ମାସକୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର କଲେ ବିଦ୍ୟୁତ୍ ଉପଭୋକ୍ତାମାନେ ଜୁନ୍ ୧, ୨୦୨୩ ରୁ ମାଗଣା ବିଦ୍ୟୁତ୍ ପାଇବେ ।

ତେବେ ରେକର୍ଡ  ଅନୁଯାୟୀ, ରାଜସ୍ଥାନର ଏକ କୋଟି ଚାରି ଲକ୍ଷ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଆଉ ଦେବାକୁ ପଡିବ ନାହିଁ ବିଦ୍ୟୁତ ବିଲ । କିନ୍ତୁ ଯଦି ଶହେ ୟୁନିଟରୁ ଅଧିକ ବ୍ୟବହାର କରାଯିବ ତେବେ ନିୟମ ଅନୁଯାୟୀ ଶୁଳ୍କ ଦେବେ ଉପଭୋକ୍ତାମାନେ । ତେବେ ଏହି ମାଗଣା ବିଦ୍ୟୁତ୍ ସେବା ପାଇଁ ଲୋକଙ୍କୁ ଏକ କ୍ୟାମ୍ପରେ ନିଜକୁ ପଞ୍ଜିକରଣ କରିବାକୁ ପଡିବ । ପଞ୍ଜିକରଣ ପରେ ପରେ ବିଦ୍ୟୁତ୍ ଉପଭୋକ୍ତା ଏହି ସୁବିଧା ପାଇବେ ।

ସରକାରୀ ନିୟମ ଅନୁଯାୟୀ ମାଗଣା ବିଦ୍ୟୁତ୍ ସେବା ପାଇଁ ମୁଦ୍ରାସ୍ଫୀତି ରିଲିଫ୍ କ୍ୟାମ୍ପରେ ଉପଭୋକ୍ତାମାନେ ପଞ୍ଜୀକରଣ କରୁଥିବା ନଜିର ରହିଛି । ସୂଚନା ଅନୁଯାୟୀ ପଞ୍ଜୀକରଣ ସଂଖ୍ୟା ୮୦ ଲକ୍ଷ ନିକଟରେ ପହଞ୍ଚି ସାରିଲାଣି । ତେଣୁ ସେମାନେ ବିଦ୍ୟୁତ୍ ଦେୟ ଦେବାରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି । ସେହିପରି ସରକାରଙ୍କ ନିୟମ ଅନୁଯାୟୀ ଯେଉଁ ଗ୍ରାହକ ବିଦ୍ୟୁତ୍ ୧୦୦ ୟୁନିଟରୁ ଅଧିକ ବିଦ୍ୟୁତ୍ ବ୍ୟବହାର କରୁଛନ୍ତି, ସେମାନଙ୍କୁ ପୂର୍ବ ସ୍କିମ୍ ଅନୁଯାୟୀ ସରକାରଙ୍କ ଠାରୁ ସବସିଡି ପ୍ରଦାନ କରାଯିବ । ତେବେ ଗ୍ରାହକଙ୍କୁ ପଞ୍ଜିକରଣ କରିବା ପାଇଁ କୌଣସି ପ୍ରକାର ଭାବେ ବାଧ୍ୟତାମୂଳକ ସ୍ଥିତି କରାଯାଇନାହିଁ । ଏହି ଘୋଷଣା ପରେ ଏବେ ଅର୍ଥ ବିଭାଗ ମଧ୍ୟ ଏକ ଏସଓପି ଜାରି କରିବ ।

ଏହି ଘୋଷଣା ରାଜସ୍ଥାନ ସରକାରଙ୍କ ଉପରେ ୭ ହଜାର କୋଟିର ଅଧିକ ଭାର ପକାଇବ l ସେପଟେ ପ୍ରତି ମାସରେ ୧୦୦ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ସରକାର ବର୍ଷକୁ ପ୍ରାୟ ୫୨୦୦ କୋଟି ଟଙ୍କା ବିଦ୍ୟୁତ୍ ବିଲ୍ ବହନ କରିବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଅବଶିଷ୍ଟ ୨୦ ଲକ୍ଷ ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ପ୍ରତିବର୍ଷ ୧୮୦୦ କୋଟି ଟଙ୍କା ରିହାତି ପାଇବେ ବୋଲି କୁହା ଯାଇଛି ।

ସରକାରୀ ନିୟମ ଅନୁଯାୟୀ ଯଦି ଉପଭୋକ୍ତା ୯୦ ରୁ ୧୦୦ ୟୁନିଟ୍ ବ୍ୟବହାର କରୁଛନ୍ତି ତେବେ ମିଟର ମନିଟରିଂ କରାଯିବ । ସେହିପରି ମାଗଣା ବିଦ୍ୟୁତ୍ ଯୋଜନାର ଅପବ୍ୟବହାର କରାଯାଉଛି କି ନାହିଁ ଜାଣିବା ପାଇଁ ୯୦ ରୁ ୧୦୦ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର କରୁଥିବା ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ମଧ୍ୟ ଯାଞ୍ଚ କରାଯିବ । ଅପବ୍ୟବହାର ଏବଂ ବିଦ୍ୟୁତ୍ ଚୋରି ବନ୍ଦ କରିବାକୁ ସରକାରୀ ସ୍ତରର ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments