
Free electricity rules by Central government, image source - pixeles
ଗତ ସପ୍ତାହରେ ମାଗଣା ବିଜୁଳି ଯୋଜନାକୁ ନେଇ ଏକ ବଡ଼ ଘୋଷଣା କରୁଛନ୍ତି l ଯାହାକୁ ନେଇ କେନ୍ଦ୍ର ସରକାର ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବା ନେଇ ଘୋଷଣା କରିଥିଲେ l ତେବେ କେନ୍ଦ୍ର ସରକାର ପ୍ରାୟ ଦେଶର ୧ କୋଟି ପରିବାରକୁ ମାଗଣା ବିଜୁଳି ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହା ଆରମ୍ଭ କରିଛନ୍ତି l
‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା’ର ଆରମ୍ଭ କରାଯାଇଛି ଦେଶରେ ଯାହାର ଫାଇଦା ପାଇବେ ପ୍ରତିଘର । ଏହି ଯୋଜନା ସମ୍ପର୍କରେ ଜନସାଧାରଣଙ୍କ ପାଇଁ ସରକାରଙ୍କ ପକ୍ଷରୁ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି । ଯାହାକୁ ଜାଣିବା ନିହାତି ଅବସତ୍ୟକ l ମାର୍ଗଦର୍ଶିକା ଅନୁଯାୟୀ, ଏହି ଯୋଜନା ପାଇଁ ଆବେଦନ କରିଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷ ଭାରତୀୟ ନାଗରିକ ହେବା ନିହାତି ଆବଶ୍ୟକ ।
ଏଥିସହିତ ସୋଲାର ପ୍ୟାନେଲ ଲଗାଇବାକୁ ହେଲେ, ସମ୍ପୃକ୍ତ ନାଗରିକଙ୍କ ନିଜ ମାଲିକାନାରେ ଜମି ସହିତ ଉପଯୁକ୍ତ ଛାତ, ପରିବାର ପାଖରେ ବୈଧ ବିଦ୍ୟୁତ୍ ସଂଯୋଗ ଥିବା ମଧ୍ୟ ଆବଶ୍ୟକ । ସେହିପରି ସୌର ପ୍ୟାନେଲ୍ ପାଇଁ ଆପଣଙ୍କୁ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଅନ୍ୟ କୌଣସି ସବ୍ସିଡି ପାଇ ନଥିବେ ବୋଲି ମାର୍ଗଦଶିକାରେ ସୂଚନା ଦିଆଯାଇଛି ।
ଏହି ଯୋଜନା ପାଇଁ ଆଗ୍ରହୀ ଥିବା ଉପଭୋକ୍ତାମାନେ www.pmsuryaghar.gov.in ଜାତୀୟ ପୋର୍ଟାଲକୁ ଯାଇ ମଧ୍ୟ ପଞ୍ଜୀକରଣ କରି ପାରିବେ । ସୂଚନା ଅନୁସାରେ, ଏହି ଯୋଜନାରେ ଏକ ପରିବାର ପ୍ରତିମାସରେ ମୋଟ ୩୦୦ ୟୁନିଟ୍ ବିଜୁଳି ମାଗଣାରେ ପାଇ ପାରିବେ । ତେଣୁ ଏଥିପାଇଁ କେନ୍ଦ୍ର ସରକାର ୭୫ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ବୋଲି ସୂଚନା ଦେଇଛନ୍ତି ।
ଯୋଜନାର ଅନ୍ୟାନ୍ୟ ବୈଶିଷ୍ଟ୍ୟ
- ଗ୍ରାମାଞ୍ଚଳରେ ଛାତ ଉପରେ ସୌର ଶକ୍ତିକୁ ଗ୍ରହଣ କରିବା ପାଇଁ ରୋଲ ମଡେଲ ଭାବରେ କାର୍ଯ୍ୟ କରିବା ପାଇଁ ଦେଶର ପ୍ରତ୍ୟେକ ଜିଲ୍ଲାରେ ଏକ ମଡେଲ ସୋଲାର ଭିଲେଜ୍ ବିକଶିତ କରାଯିବ।
- ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଏବଂ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ମଧ୍ୟ ସେମାନଙ୍କ ଅଞ୍ଚଳରେ ଆରଟିଏସ୍ ପ୍ରତିଷ୍ଠାନକୁ ପ୍ରୋତ୍ସାହିତ କରିବା ପାଇଁ ଇନସେନଟିଭ୍ ଦ୍ବାରା ରୁ ଉପକୃତ ହେବେ।
ଏହି ଯୋଜନାରେ ଅକ୍ଷୟ ଶକ୍ତି ସେବା କମ୍ପାନୀ (ରେସ୍କୋ) ଭିତ୍ତିକ ମଡେଲ ଗୁଡିକ ପାଇଁ ଦେୟ ସୁରକ୍ଷା ପାଇଁ ଏକ ଉପାଦାନ ଏବଂ ଆରଟିଏସରେ ଅଭିନବ ପ୍ରକଳ୍ପ ପାଇଁ ପାଣ୍ଠି ପ୍ରଦାନ କରାଯାଇଛି ।
ଫଳାଫଳ ଏବଂ ପ୍ରଭାବ
- ଏହି ଯୋଜନା ଜରିଆରେ ପରିବାରଗୁଡ଼ିକ ବିଦ୍ୟୁତ ବିଲ୍ ସଞ୍ଚୟ କରିବା ସହ ଅତିରିକ୍ତ ବିଦ୍ୟୁତ୍ ଡିସ୍କୋମ୍ କୁ ବିକ୍ରି କରି ଅତିରିକ୍ତ ରୋଜଗାର କରିପାରିବେ। ୩ କିଲୋୱାଟ୍ ବ୍ୟବସ୍ଥା ଦ୍ୱାରା ଗୋଟିଏ ପରିବାର ପାଇଁ ମାସକୁ ହାରାହାରି ୩୦୦ ୟୁନିଟରୁ ଅଧିକ ଉତ୍ପାଦନ ହୋଇପାରିବ।
- ପ୍ରସ୍ତାବିତ ଯୋଜନା ଫଳରେ ଆବାସିକ କ୍ଷେତ୍ରରେ ରୁଫଟପ୍ ସୋଲାର ମାଧ୍ୟମରେ ୩୦ ଗିଗାୱାଟ ସୌର କ୍ଷମତା ବୃଦ୍ଧି ପାଇବ, ୧୦୦୦ ବିୟୁ ବିଜୁଳି ଉତ୍ପାଦନ ହେବ ଏବଂ ଫଳରେ ୨୫ ବର୍ଷର ଜୀବନକାଳ ମଧ୍ୟରେ ୭୨୦ ନିୟୁତ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ ।
- ଆକଳନ କରାଯାଇଛି ଯେ ଏହି ଯୋଜନା ଦ୍ୱାରା ଉତ୍ପାଦନ, ଲଜିଷ୍ଟିକ୍ସ, ଯୋଗାଣ ଶୃଙ୍ଖଳା, ବିକ୍ରି, ଇନଷ୍ଟଲେସନ, ଓଆଣ୍ଡଏମ ଏବଂ ଅନ୍ୟାନ୍ୟ ସେବାକ୍ଷେତ୍ରରେ ପ୍ରାୟ ୧୭ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ ।
Share your comments