Government Schemes

FREE RATION: ଏବେ ପ୍ରତି ମାସରେ ସମ୍ପୂର୍ଣ୍ଣ ମାଗଣା

ବର୍ତ୍ତମାନ ୮୧ କୋଟିରୁ ଅଧିକ ଲୋକଙ୍କୁ ସରକାର ୫ କିଲୋଗ୍ରାମ ମାଗଣା ଖାଦ୍ୟ ଶସ୍ୟ ପ୍ରଦାନ କରୁଛନ୍ତି

12 June, 2024 12:15 PM IST By: Tanushree Mahapatra

କେନ୍ଦ୍ର ସରକାରଙ୍କ ଦ୍ୱାରା ଗରିବ କଲ୍ୟାଣ ଯୋଜନା ପ୍ରଚଳିତ କରାଯାଇଛି ଯାହାକି ଦେଶର ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଉଛି l ପ୍ରତିମାସ ମାଗଣା ରାସନର ଲାଭ ପାଉଛନ୍ତି ଦେଶର ଗରିବଲୋକ l ଯାହାକି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଉତ୍ତମ ଯୋଜନା । ଯାହାର ନାମ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା l

ଭାରତରେ ବର୍ତ୍ତମାନ ୮୧ କୋଟିରୁ ଅଧିକ ଲୋକଙ୍କୁ ସରକାର ୫ କିଲୋଗ୍ରାମ ମାଗଣା ଖାଦ୍ୟ ଶସ୍ୟ ପ୍ରଦାନ କରୁଛନ୍ତି । ଏହି ଯୋଜନାରେ ଗରିବ ପରିବାରକୁ ପ୍ରତି ମାସରେ ୩୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ମାଗଣାରେ ପ୍ରଦାନ କରାଯାଉଛି l ଏହି ଯୋଜନାର ଅବଧି ବର୍ତ୍ତମାନ ୫ ବର୍ଷକୁ ମଧ୍ଯ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର l ବର୍ତ୍ତମାନ ଉପଯୁକ୍ତ ଅଧିକାରୀ ୨୦୨୯ ମସିହା ପର୍ଯ୍ୟନ୍ତ ଏହି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଲାଭ ପାଇବେ l ୫ ବର୍ଷ ମଧ୍ୟରେ ସରକାର ଏହି ଯୋଜନାରେ ୧୧.୮୦  ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସୂଚନା ରହିଛି l

ଏହି ଯୋଜନାର ମୁଖ୍ୟ ବୈଶିଷ୍ଟ୍ୟ କ’ଣ ?

ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଦେଶର ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଦିଆଯାଉଛି । ଏହି ଯୋଜନାରେ ପରିବାରର ପ୍ରତ୍ୟେକ ସଦସ୍ୟ ପ୍ରତି ମାସରେ ୫ କିଲୋଗ୍ରାମ ଗହମ କିମ୍ବା ଚାଉଳ ପାଇଥା’ନ୍ତି l ଏହାର ଅର୍ଥ ହେଉଛି ଯଦି ଗୋଟିଏ ପରିବାରର ୪ ଜଣ ସଦସ୍ୟ ଅଛନ୍ତି, ତେବେ ଏହାକୁ ୨୦ କିଲୋଗ୍ରାମ ଚାଉଳ କିମ୍ବା ଗହମ ଦିଆଯାଉଥିବାବେଳେ ପ୍ରତି ମାସରେ ୪ କିଲୋଗ୍ରାମ ଶସ୍ୟ ଦିଆଯିବ l

ଅନେକ ପ୍ରକାରର ଆଇଟମ୍ ଉପଲବ୍ଧ ହେବ :-

ବାସ୍ତବରେ, ବର୍ତ୍ତମାନ ଅନେକ ପ୍ରକାରର ଆଇଟମ୍ ରାସନ୍ ଦୋକାନରେ ଉପଲବ୍ଧ କରାଇବା ପାଇଁ ବ୍ୟବସ୍ଥା କରାଯିବ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ପରେ ରାସନ ଦୋକାନରେ ଚିନି ଠାରୁ ଆରମ୍ଭ କରି ଚା’ ପତି ଏବଂ ମସଲା ଜାତୀୟ ଇତ୍ୟାଦି ଦୈନନ୍ଦିନ ବ୍ୟବହାର ସାମଗ୍ରୀ ମଧ୍ୟ ବିକ୍ରି କରାଯିବା ବ୍ୟବସ୍ଥା ହେବ । ବଜାର ମୂଲ୍ୟରେ ଏହି ସମସ୍ତ ଆଇଟମ୍ ଉପଲବ୍ଧ ହେବ l କାର୍ଡଧାରୀଙ୍କ ପାଇଁ ଦୋକାନ ଖୋଲିବା ଅଭିଯୋଗର ସମାଧାନ କରିବାକୁ ଯାଇ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଜିନିଷ କିଣିବାରେ ଛାଡ ଦିଆଯିବ କି ?

 

ଖାଲି ଏତିକି ନୁହେଁ ବରଂ ରାସନ ସହିତ ଏହି ଜିନିଷ କିଣିବା ଉପରେ ଲୋକଙ୍କୁ ରିହାତି ମଧ୍ୟ ପ୍ରଦାନ କରାଯିବ। ଗରିବ ଲୋକଙ୍କ ଆର୍ଥିକ ଆୟକୁ ବିଚାରକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି। ଏହିପରି ପରିସ୍ଥିତିରେ, ଗରିବ ଲୋକ ମଧ୍ୟ ଏହାର ଲାଭ ପାଇବେ ଯାହା ତାଙ୍କୁ ଆର୍ଥିକ କ୍ଷେତ୍ରରେ ସହାୟକ ହେବ । ଏହିପରି ବ୍ୟବସ୍ଥା ୟୁପି ରେ ଲାଗୁ କରାଯାଇଛି ଯାହା ଆଗକୁ ଅନ୍ୟ ରାଜ୍ୟରେ ମଧ୍ୟ ଲାଗୁ କରାଯିବ l

ଏହି ଯୋଜନାର ଉଦ୍ଦେଶ୍ୟ :-

-ସମସ୍ତ ଗରିବ ଲୋକଙ୍କୁ ରାସନ କାର୍ଡ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ

-ସମସ୍ତ ଗରିବ ପରିବାରକୁ ମାସକୁ ଖାଦ୍ୟ ଶସ୍ୟ ମାଗଣା ପ୍ରଦାନ

-ଗରିବ ଲୋକଙ୍କୁ ମାଗଣା ରାସନ ସହାୟତା

ଏହି କାର୍ଡ ମାଧ୍ୟମରେ ଉପଯୁକ୍ତ ବ୍ୟକ୍ତି ବିଶେଷ କେବଳ ଫାଇଦା ନେଇ ପାରିବେ l ଭୁଲ ପ୍ରମାଣ ପତ୍ର ଦେଇ ଏହା ଲାଭ ଉଠାଉଥିଲେ ସରକାରୀ ନିୟମ ଅନୁଯାୟୀ କଠୋର ଦଣ୍ଡ ଦିଆଯିବ l ଯଦି ଆପଣ ଏହି ମାଗଣା ରାସନ କାର୍ଡ ପାଇଁ ଉପଯୁକ୍ତ ହିତାଧିକାରୀ ତେବେ ଆଜି ହିଁ ନିକଟସ୍ଥ CSC କେନ୍ଦ୍ରରେ ଯୋଗାଯୋଗ କରନ୍ତୁ l

ଅଧିକ ପଢ଼ନ୍ତୁ

ଡାଇବେଟିସ ପାଇଁ ରାମବାଣ ବେଲ ପତ୍ର

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ମୂଲ୍ୟ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)