MFOI 2024 Road Show
  1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଡାଇବେଟିସ ପାଇଁ ରାମବାଣ ବେଲ ପତ୍ର

ବେଲ ପତ୍ର ଦୃଷ୍ଟି ଶକ୍ତି, ମୋତିଆବିନ୍ଦୁ, ମଧୁମେହ ଓ ଶ୍ଵାସରୋଗରେ ମଧ୍ୟ ଉପଯୋଗୀ ।

Sudesna Nayak
Sudesna Nayak
Health Benefits Of Bael Juice, images source - www.pexels.com

Health Benefits Of Bael Juice, images source - www.pexels.com

ବେଲଗଛ (Bael)ଏକ ପବିତ୍ର ବୃକ୍ଷ, ଯାହାକୁ ପୂଜା କରାଯାଇଥାଏ । ଏହା ଅତି ଉପକାରୀ ଗଛ । ବେଲ ଗଛର ଫଳ ଏବଂ ପତ୍ର ବହୁ ଉପକାରୀ ହୋଇଥାଏ । ଗ୍ରୀଷ୍ମରତୁରେ ବେଲ ଜୁସ୍ ପିଇବା ଅତ୍ୟନ୍ତ ଲାଭଦାୟକ ଅଟେ । ବେଲ ପତ୍ର ଦୃଷ୍ଟି ଶକ୍ତି, ମୋତିଆବିନ୍ଦୁ, ମଧୁମେହ ଓ ଶ୍ଵାସରୋଗରେ ମଧ୍ୟ ଉପଯୋଗୀ । ବେଲ ପତ୍ର (Bael Leaves)ଏହା ଗ୍ୟାଷ୍ଟ୍ରିକ, ଏସିଡିଟି, ବଦହଜମି, କୋଷ୍ଠକାଠିନ୍ୟ ସମସ୍ୟାମାନ ଦୂର କରିଥାଏ ।

ହଜମ ପ୍ରକ୍ରିୟାରେ ସାହାର୍ଯ୍ୟ କରେ (Improves digestion)

ବେଲପତ୍ରରେ ଫାଇବରର ମାତ୍ରା ଅଧିକ ରହିଛି। ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ପେଟ ସହ ଜଡିତ ଅନେକ ସମସ୍ୟାକୁ ଏହା ଦୂର କରିଥାଏ। ଖାଲିପେଟରେ ବେଲ ପତ୍ରର ସେବନ କରନ୍ତୁ । ହଜମ ପ୍ରକ୍ରିୟାରେ (Improves digestion) ସାହାର୍ଯ୍ୟ କରେ ।

ଜାଣି ରଖନ୍ତୁ ଯେ, ବେଲ (Bael)ରେ ଭିଟାମିନ୍-ଏ, ଭିଟାମିନ୍-ସି, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍, ପୋଟାସିୟମ୍ ଏବଂ ଫାଇବର ଥାଏ । ଯାହା କି ହଜମ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବାରେ ବହୁ ସହାୟକ ହୋଇଥାଏ ।

ପ୍ରକାଶ ଥାଉ ଯେ, ବେଲ ପତ୍ର (Bael Leaves)ଖାଇବା ଦ୍ବାରା ଏହା ଗ୍ୟାଷ୍ଟ୍ରିକ, ଏସିଡିଟି, ବଦହଜମି, କୋଷ୍ଠକାଠିନ୍ୟ ସମସ୍ୟାମାନ ଦୂର କରିଥାଏ । ବେଲ ପଣା ପେଟକୁ ଥଣ୍ଡା ରଖେ ।

ଗାଜରରେ ଭରି ରହିଛି ଔଷଧୀୟ ଗୁଣ...

ସ୍ୱାସ୍ଥ୍ୟ ପାଇଁ ଉପକାରୀ ତରଭୁଜ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments