1. ସରକାରୀ ସ୍କିମ

Free Ration Card: ବଢ଼ିଲା ମାଗଣା ଚାଉଳ ଅବଧି!

ପାଖାପାଖି ୨ କୋଟି ୩୦ ଲକ୍ଷ ହିତାଧିକାରୀ E-KYC ପାଇଁ ଆବେଦନ କରିଛନ୍ତି । ପାଖାପାଖି ଆଉ ୧ କୋଟି E-KYC ଆବେଦନ କରି ନାହାନ୍ତି ହିତାଧିକାରୀ ।

Tanushree Mahapatra
Tanushree Mahapatra
Free ration period to extend, image source - Pexels

Free ration period to extend, image source - Pexels

କେନ୍ଦ୍ର ପରେ ଏଥର ରାଜ୍ୟ ସରକାର ବଢ଼ାଇବେ ମାଗଣା ଚାଉଳ ଅବଧି । କେନ୍ଦ୍ର ସରକାର ୨୦୨୮ ପର୍ଯ୍ୟନ୍ତ ବଡହାଇଛନ୍ତି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା । ଗରିବଙ୍କୁ ମାଗଣାରେ ଭିଟାମିନ୍ ଯୁକ୍ତ ଚାଉଳ ଯୋଗାଇ ଦେବା ହେଉଛି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ । ଏଥିପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ । ଆଗକୁ ରାଜ୍ୟରେ ରାଜ୍ୟ ସରକାରଙ୍କ ନିଜସ୍ବ ଯୋଜନା ଅନୁପାତରେ ମାଗଣାରେ ଚାଉଳ ଯୋଗାଣ ଅବଧି ବୃଦ୍ଧି କରାଯିବ ।

ଏପଟେ ରାଜ୍ୟରେ ରାସନ କାର୍ଡର E-KYC ଆବେଦନ କରୁଛନ୍ତି ହିତାଧିକାରୀ । ପାଖାପାଖି ୨ କୋଟି ୩୦ ଲକ୍ଷ ହିତାଧିକାରୀ E-KYC ପାଇଁ ଆବେଦନ କରିଛନ୍ତି । ପାଖାପାଖି ଆଉ ୧ କୋଟି E-KYC ଆବେଦନ କରି ନାହାନ୍ତି ହିତାଧିକାରୀ । ୧୫ ରୁ ୨୦ ଦିନ ମଧ୍ୟରେ E-KYC ପ୍ରକ୍ରିୟା ମଧ୍ୟ ଶେଷ ହୋଇଯିବ । ଏହାପରେ ନୂଆ ରାସନ କାର୍ଡ ବଣ୍ଟନ କରାଯିବ l ନୂଆ କାର୍ଡ ମାଧ୍ୟମରେ ହିତାଧିକାରୀ ମାଗଣା ରାସନ ପାଇ ପାରିବେ l

ସୂଚନା ଅନୁଯାୟୀ, ଗତକାଲି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ପ୍ରଦାନ କରୁଥିବା ମାଗଣା ରାସନ ଅବଧିକୁ ୨୦୨୮ ମସିହା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୨୦୨୮ ଡିସେମ୍ବର ମାସ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବୃଦ୍ଧି କରିବା ନେଇ କେନ୍ଦ୍ର କ୍ୟାବିନେଟର ମଂଜୁରୀ ମଧ୍ୟ ହୋଇଛି । ଏହା ବ୍ୟତୀତ ସୀମାବର୍ତ୍ତି ରାଜ୍ୟରେ ଭିତ୍ତିଭୂମି ବିକାଶ ଉପରେ କ୍ୟାବିନେଟ୍ ଗୁରୁତ୍ୱାରୋପ ପାଇଁ ଚେଷ୍ଟା ଜାରି ରଖିଛି।

କେନ୍ଦ୍ର କ୍ୟାବିନେଟ୍ ବୈଠକରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ନେଇ କହିଥିଲେ ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ୧୭,୦୮୨ କୋଟି ହେବ l ଯାହା କେନ୍ଦ୍ର ସରକାର ନିଜେ ବହନ କରିବେ । ସରକାରଙ୍କ ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ବିକାଶକୁ ପ୍ରୋତ୍ସାହିତ କରିବା ସହିତ ପୁଷ୍ଟିକର ସୁରକ୍ଷା ବୃଦ୍ଧି କରିବା । ତେବେ ଖୁବ ଶୀଘ୍ର E-KYC ପ୍ରକ୍ରିୟା ସାରିବାକୁ ହେବ ମାଗଣା ରାସନ ପାଇଁ l

ଅଧିକ ପଢ଼ନ୍ତୁ

Isabgol Cultivation: ଚାଷୀଙ୍କୁ ଫାଇଦା ଦେବ ଏହି ଚାଷ !

ଟମାଟୋ ବିକ୍ରି କରିବେ ସରକାର, ମହଙ୍ଗାରୁ ମିଳିବ ମୁକ୍ତି!

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ