
Gehlot government 10-lakh for inter caste marriages
ଆଜି ବି ଆମ ସମାଜରେ ଅନ୍ୟ ଜାତିରେ ବିବାହ କରିବାକୁ ବିରୋଧ କରୁଥିବାର ଦେଖିବାକୁ ମିଳେ। ଆଜି ବି ଲୋକଙ୍କ ଚିନ୍ତାଧାରା ସେଥିପ୍ରତି ବଦଳି ନାହିଁ l କିନ୍ତୁ ସରକାର ସାମାଜିକ ସମନ୍ୱୟ ରକ୍ଷା ଏବଂ ଅସ୍ପୃଶ୍ୟତାକୁ ହଟାଇବା ପାଇଁ ବର୍ଷ ବର୍ଷ ଧରି ଅନବରତ କାର୍ଯ୍ୟ କରୁଛନ୍ତି । ଏହା ଭିତରେ ରାଜସ୍ଥାନରେ ଗେହଲଟ୍ ସରକାର ଅନ୍ତଃ ଜାତି ବିବାହକୁ ନେଇ ଏକ ବଡ ଘୋଷଣା କରିଛନ୍ତି ।
ଯାହା ଅନ୍ୟ ରାଜ୍ୟ ପାଇଁ ଏକ ଉଦାହରଣ କହିଲେ କିଛି କମ ହେବ ନାହିଁ l ଅନ୍ୟ ଜାତିରେ ବିବାହରେ ପ୍ରୋତ୍ସାହନ ରାଶି ବୃଦ୍ଧି କରିବାକୁ ଘୋଷଣା କରି ରାଜସ୍ଥାନ ସିଏମ୍ ଅଶୋକ ଗେହଲଟ୍ ବର୍ତ୍ତମାନ ଏହି ପରିମାଣକୁ ୫ ଲକ୍ଷ ରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ତେବେ ପୂର୍ବରୁ ଏହି ପରିମାଣ ୫ ଲକ୍ଷ ଟଙ୍କା ଥିଲା । ତେବେ ସୂଚନା ଅନୁଯାୟୀ କୁହାଯାଉଛି ଯେ ରାଜସ୍ଥାନର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ ଡକ୍ଟର ସବିତା ବେନ୍ ଆମ୍ବେଦକର ଇଣ୍ଟରକାଷ୍ଟ ବିବାହ ଯୋଜନା ଅଧୀନରେ ଅଲଗା ଜାତିରେ ବିବାହ ଉପରେ ପ୍ରୋତ୍ସାହନ ରାଶି ୧୦ ଲକ୍ଷକୁ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ହୋଇଛି ।
ତେବେ ପୂର୍ବରୁ ଏହି ଯୋଜନା ଅଧୀନରେ ରାଶି ବୃଦ୍ଧି କରିବାକୁ ପ୍ରସ୍ତାବକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଅନୁମୋଦନ କରିଛନ୍ତି । ସବୁଠାରୁ ବଡ କଥା ଏହି ଯୋଜନା ଅଧୀନରେ ୮ ବର୍ଷ ପାଇଁ ୫ ଲକ୍ଷ ଟଙ୍କା ସ୍ଥିର କରାଯିବ। ଅବଶିଷ୍ଟ ପାଞ୍ଚ ଲକ୍ଷ ଟଙ୍କା ମିଳିତ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ ବୋଲି କୁହାଯାଇଛି । ୨୦୨୩-୨୪ ବଜେଟରେ ଗେହଲୋଟ୍ ଏହି ବିଷୟରେ ଏକ ଘୋଷଣା କରିଥିଲେ । ଏହି ଯୋଜନା କ’ଣ ? ତେବେ ଏହି ଯୋଜନା ଅନୁଯାୟୀ ଅନୁସୂଚିତ ଜାତି ବର୍ଗର ଜଣେ ଯୁବକ କିମ୍ବା ଝିଅ ଯିଏ ଏକ ଉଚ୍ଚ ଜାତିର ହିନ୍ଦୁ ପୁଅ କିମ୍ବା ଝିଅ କୁ ବିବାହ କରିବେ ସେ ଏହି ଯୋଜନାର ଲାଭ ପାଇବେ । ଏହା ସହିତ ବର ଏବଂ କନ୍ୟା ରାଜସ୍ଥାନର ମୂଳ ବାସିନ୍ଦା ହେବା ଉଚିତ୍ ନଚେତ ସେ ଏହି ଯୋଜନାରୁ ବଞ୍ଚିତ ହେବେ । ସେହିପରି ଏହି ଦମ୍ପତିଙ୍କ ବୟସ ୩୫ ବର୍ଷରୁ କମ ହେବା ଉଚିତ୍ । ଅନ୍ୟପଟେ ଏହାସହିତ ତାଙ୍କର କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ନ ହେଇଥିବା ଆବଶ୍ୟକ ।
ସୂଚନାମୁତାବକ ବିବାହର ଏକ ମାସ ମଧ୍ୟରେ ଆବେଦନ କରିଥିବା ହିତାଧିକାରୀଙ୍କୁ ଏହି ଯୋଜନା ଅନୁଯାୟୀ ପ୍ରୋତ୍ସାହନ ରାଶି ଦିଆଯିବ । ତେବେ ଅଧିକ ଜାଣିବା ପାଇଁ www.sje.rajasthan.gov.in ରେ ଆପଣ ସହଜରେ ଯୋଜନାର ବିସ୍ତୃତ ସୂଚନା ଏବଂ ଆବେଦନ ଫର୍ମ ପାଇବେ । ଆଜି ବି ଆମ ସମାଜରେ ଅଲଗା ଜାତିରେ ବିବାହକୁ ବିରୋଧ କରୁଥିବାର ଦେଖିବାକୁ ମିଳେ। କିନ୍ତୁ ସରକାର ସାମାଜିକ ସମନ୍ୱୟ ରକ୍ଷା କରିବା ଏବଂ ଅସ୍ପୃଶ୍ୟତାକୁ ହଟାଇବା ପାଇଁ ଅନବରତ କାର୍ଯ୍ୟ କରୁଛନ୍ତି ।ଏହା ଭିତରେ ରାଜସ୍ଥାନରେ ଗେହଲଟ୍ ସରକାର ଅନ୍ତଃ ଜାତି ବିବାହକୁ ନେଇ ଏକ ବଡ ଘୋଷଣା କରିଛନ୍ତି।
ତେବେ ଗତ କିଛି ମାସ ତଳେ ପ୍ରେମ ପ୍ରସଙ୍ଗ ଓ ଅନ୍ୟ ଜାତିରେ ବିବାହ ଯୋଗୁଁ ଦେଶରେ ଅନର୍ କିଲିଂ ବୃଦ୍ଧି ପାଉଛି ବୋଲି ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆ ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ । ପ୍ରତିବର୍ଷ ଦେଶରେ ଶହ ଶହ ଯୁବକ ଯୁବତୀଙ୍କୁ ପ୍ରେମ ସମ୍ପର୍କ କିମ୍ବା ଅନ୍ୟ ଜାତିର ବିବାହ କାରଣରୁ ହତ୍ୟା କରାଯାଉଛି । ସେ କହିଥିଲେ ଯେ ନୈତିକତା ଏପରି ଏକ ଧାରଣା, ଯାହା ବ୍ୟକ୍ତିଙ୍କଠାରୁ ଭିନ୍ନ ହୋଇଥାଏ । ତାଙ୍କ କହିବା ଅନୁଯାୟୀ ମୁଖ୍ୟବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ଆଇନ ଯେପରି ବାହ୍ୟ ସମ୍ପର୍କ ଏବଂ ସମସ୍ୟାକୁ ନିୟନ୍ତ୍ରଣ କରେ, ନୈତିକତା ମଧ୍ୟ ଆମର ଆଭ୍ୟନ୍ତରୀଣ ଜୀବନ ଏବଂ ପ୍ରେରଣାକୁ ନିୟନ୍ତ୍ରଣ କରେ। ନୈତିକତା ଆମର ଅନ୍ତର୍ନିହିତ ଆତ୍ମା ସହିତ ଜଡିତ। ଏହା ପ୍ରାୟତଃ ଆମର ଆଚରଣକୁ ମଧ୍ୟ ପ୍ରଭାବିତ କରିଥାଏ। ଆମେ ସମସ୍ତେ ସହମତ ହୋଇପାରିବା ଯେ ନୈତିକତା ହେଉଛି ଜୀବନ ମୂଲ୍ୟର ନୀତି ଏବଂ ଏହା ଆମ ଜୀବନର ନିୟମ ନିର୍ଣ୍ଣୟ କରେ। ତେବେ ଏହା ଆବଶ୍ୟକ ନୁହେଁ କି ମୋ ନୈତିକତା, ସହିତ ଆପଣଙ୍କ ନୈତିକତା ସମାନ ହେବା ଆବଶ୍ୟକ।
Share your comments