1. ସରକାରୀ ସ୍କିମ

PM Kisan: ଚାଷୀଙ୍କ ପାଇଁ ଖୁସି ଖବର

ବଢିଛି ପିଏମ କିସାନ କିସ୍ତି ଟଙ୍କା l କେବେ ମିଳିବ ଏହି ଟଙ୍କା ?.....

Tanushree Mahapatra
Tanushree Mahapatra
good news for farmers pm kisan beneficiary , image source - pexels.com

good news for farmers pm kisan beneficiary , image source - pexels.com

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l ତେବେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ l ଚାଷ ହେଉଛି ଆମ ଦେଶର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଆଉ ଏକ ରାସ୍ତା ଲ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ପ୍ରତ୍ୟକ୍ଷ ସହାୟତ  ଦେବା ପାଇଁ ଡିସେମ୍ବର 2018 ରେ ପିଏମ କିସାନ ଯୋଜନା ଆରମ୍ଭ କରିଥିଲେ ।

ଭାରତର କୃଷକମାନଙ୍କ ପାଇଁ କେନ୍ଦ୍ର ସରକାର ୨୦୧୯ ରେ ପ୍ରଧାନମନ୍ତ୍ରୀ କିସାନ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ମାର୍ଜିତ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କୃଷକଙ୍କ ଆୟ ବୃଦ୍ଧି କରିବା | ଏହି ଯୋଜନା ଅନୁଯାୟୀ, ପ୍ରତିବର୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୬,000 ଟଙ୍କା ଜମା କରାଯାଇଥାଏ। ଏହି ରାଶି ପ୍ରତ୍ୟେକ ୨୦୦୦ ର ୩ ଟି ସମାନ କିସ୍ତିରେ ଦିଆଯାଇଛି | ବର୍ତ୍ତମାନ ପର୍ଯ୍ୟନ୍ତ PM Kisan ର ୧୫ କିସ୍ତି ରିଲିଜ୍ ହୋଇଛି | ଗତ ବର୍ଷ ନଭେମ୍ବର ୧୫ ରେ ପ୍ରଧାନମନ୍ତ୍ରୀ ମୋଦୀ କିସାନଙ୍କ ୧୫ ତମ କିସ୍ତି ପ୍ରଦାନ କରିଥିଲେ । ଏହା ପରେ ୮ କୋଟିରୁ ଅଧିକ ଚାଷୀ ଏହାର ଫାଇଦା ନେଇଥିଲେ। ଏଥର ଅପେକ୍ଷା ୧୬ ତମ କିସ୍ତି ଟଙ୍କାକୁ l

ଆଉ ଏବେ ସରକାର ଚାଷୀଙ୍କ ପାଇଁ ଏକ ନୂଆ ଖବର ଘୋଷଣା କରିଛନ୍ତି l ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ହିତାଧିକାରୀ ମାନଙ୍କ ପାଇଁ ବଡ଼ ଖୁସି ଖବର । ଏଣିକି କୃଷକମାନଙ୍କୁ ଏହି ଯୋଜନାରେ ମିଳିବ ଅଧିକ କିସ୍ତି ଟଙ୍କା । କାରଣ ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଷିକ ୬,୦୦୦ ଟଙ୍କା ପରିବର୍ତ୍ତେ ଏଣିକି ୭,୦୦୦ ଟଙ୍କା ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଏହା ସହ ପ୍ରଥମ ପର୍ଯ୍ୟାୟରେ ରବି ଋତୁରେ ଗହମର ସର୍ବନିମ୍ନ ମୂଲ୍ୟରେ କ୍ୱିଣ୍ଟାଲ ପିଛା ପ୍ରତି ୧୨୫ଟଙ୍କା ବୋନସ ମିଳିବା ନେଇ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ସରକାର ।

ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରେ ଆରମ୍ଭ ହୋଇଥିବା ପିଏମ କିଷାନ ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ବାର୍ଷିକ ସର୍ବମୋଟ ୬ ହଜାର ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି । ତେବେ ବର୍ତ୍ତମାନ ଏହି ଯୋଜନାର କିସ୍ତି ରାଶି ବୃଦ୍ଧି କରିବାକୁ ନେଇ ରାଜସ୍ଥାନର ଅର୍ଥମନ୍ତ୍ରୀ ଗୁରୁବାର ବିଧାନସଭାରେ କାମଚଳା ବଜେଟ୍‌ ଉପସ୍ଥାପନ କରିଥିଲେ ।

ସେହିଦିନ ସେ ପିଏମ କିଷାନ ଯୋଜନା ଅଧିନରେ କୃଷକଙ୍କୁ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ବାର୍ଷିକ ୬ ହଜାର ଟଙ୍କାରୁ ୮ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ଘୋଷଣା କରିଛନ୍ତି । ସେହି ଅନୁଯାୟୀ ୨ହଜାର ଟଙ୍କା ବୃଦ୍ଧି କରାଯାଇଛି ବୋଲି ସୂଚନା ରହିଛି। ଏଥିସହ ପ୍ରଥମ ପର୍ଯ୍ୟାୟରେ ରବି ଋତୁରେ ଗହମର ସର୍ବନିମ୍ନ ମୂଲ୍ୟକୁ ମଧ୍ୟ କ୍ୱିଣ୍ଟାଲ ପିଛା ପ୍ରତି ୧୨୫ଟଙ୍କା ବୋନସ ମିଳିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି । ତେବେ ରାଜସ୍ଥାନ ସରକାରଙ୍କ ଏହି ନିଷ୍ପତିକୁ ଚାଷୀମାନେ ଖୁସି ବ୍ୟକ୍ତ କରି ଗ୍ରହଣ କରିଛନ୍ତି।

Big Update: ଏଣିକି PDS ଦୋକାନରୁ ଅନଲାଇନରେ ମିଳିବ ସାମଗ୍ରୀ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କେନ୍ଦୁପତ୍ର ତୋଳାଳିଙ୍କୁ ମିଳିବ ଡବଲ ବୋନସ୍

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments