
good news for millet farmers
ମାଣ୍ଡିଆ ଚାଷ ବିଭିନ୍ନ ଜିଲ୍ଲାରେ କରାଯାଉଛି l ମାଣ୍ଡିଆ ଚାଷ ପାଇଁ ସେପରି କୌଣସି ମାଟି କିମ୍ବା ଜଳବାୟୁର ଆବଶ୍ୟକତା ନାହିଁ l ସମସ୍ତ ପ୍ରକାର ମାଟି ଓ ପାଣିପାଗରେ ମାଣ୍ଡିଆ ଚାଷ ହୋଇପାରିବ l ମାଣ୍ଡିଆ ଚାଷ ପାଇଁ ଓଡିଶା ରାଜ୍ୟ ସରକାର ମଧ୍ୟ ଚାଷୀଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି l
ମହିଳାଙ୍କୁ ମଧ୍ୟ ମାଣ୍ଡିଆ ଚାଷ ପାଇଁ ଉତ୍ସାହିତ କରାଯାଉଛି l ମାଣ୍ଡିଆ ଅମଳ ପରେ ସେଥିରୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି ଯାହାର ବଜାର ଚାହିଦା ମଧ୍ୟ ଭଲ ରହିଛି l ମହିଳା ମଧ୍ୟ ଉତ୍ସାହିତ ହେଉଛନ୍ତି ଏବଂ ସ୍ୱାବଲମ୍ବୀ ହୋଇପାରୁଛନ୍ତି l
ତେବେ ରାଜ୍ୟରେ ମାଣ୍ଡିଆ ଚାଷ କରୁଥିବା ଉତ୍ପାଦିତ ମାଣ୍ଡିଆକୁ ଋତୁ ଅନୁସାରେ ଚାଷୀଙ୍କ ନିକଟରୁ ସଂଗ୍ରହ କରିଥାନ୍ତି ରାଜ୍ୟ ସରକାର l ସେହିପରି ଖରିଫ ମାଣ୍ଡିଆ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ଅବଧି ୩୧ ଜାନୁଆରୀ ୨୦୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସମସ୍ତ ମାଣ୍ଡିଆ ଚାଷୀ ନିକଟସ୍ଥ ଅନୁମୋଦିତ ସଂସ୍ଥା- କୃଷକ ସଙ୍ଗଠନ, PACS/LAMPCS, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଅର୍ଥାତ ଚାଷୀ ନିଜର ପ୍ରାପ୍ୟ ଆଧାର ସଂଲଗ୍ନ ବ୍ୟାଙ୍କ ଖାତାରେ ଅର୍ଥ ପାଇପାରିବେ।
ଚଳିତ ବର୍ଷ ଖରିଫ ମାଣ୍ଡିଆ ସଂଗ୍ରହ ୦୧ ଜାନୁଆରୀ ୨୦୨୫ ରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଚାଲୁ ରହିବ । ଚାଷୀମାନେ ନିଜର ପ୍ରାପ୍ୟ ଆଧାର ସଂଲଗ୍ନ ବ୍ୟାଙ୍କ ଖାତା ମାଧ୍ୟମରେ ପାଇପାରିବେ । ମାଣ୍ଡିଆର କୁଇଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୪୨୯୦ ଟଙ୍କା ଧାର୍ଯ୍ୟ କରାଯାଇଛି । ରାଜ୍ୟ ସରକାରଙ୍କ ତରଫରୁ ଅତିରିକ୍ତ ପ୍ରୋତ୍ସାହନ ରାଶି କୁଇଣ୍ଟାଲ ପ୍ରତି ୨୧୦ ଟଙ୍କା ହିସାବରେ ୨୦୨୪-୨୫ ଖରିଫ ଋତୁ ପାଇଁ କୁଇଣ୍ଟାଲ ପ୍ରତି ସର୍ବମୋଟ ୪୫୦୦ ଟଙ୍କା ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।
ପଞ୍ଜିକରଣ ପାଇଁ ଆବଶ୍ୟକତା
୧) କୃଷକ ଓଡ଼ିଶା ପଞ୍ଜିକରଣ
୨) ଆଧାର କାର୍ଡ
୩) ଆଧାର ସହିତ ସଂଲଗ୍ନ ମୋବାଇଲ ନମ୍ବର
୪) ଆଧାର ସହିତ ସଂଲଗ୍ନ ବ୍ୟାଙ୍କ ଖାତା
୫) ଭାଗ ଚାଷୀଙ୍କ ସ୍ୱୀକୃତି ପତ୍ର
ଏନେଇ ଅଧିକ ସୂଚନା ପାଇଁ ନିକଟସ୍ଥ ବ୍ଳକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ପୂର୍ବରୁ ପଂଜିକୃତ ହୋଇଥିବା ଚାଷୀ ଯଦି ପୂର୍ବରୁ ପ୍ରଦାନ କରିଥିବା ତଥ୍ୟରେ କୌଣସି ପ୍ରକାର ପରିବର୍ତ୍ତନ କରିବାକୁ ଚାହୁଁଥିଲେ ତେବେ ସେମାନେ କୃଷକ ଓଡ଼ିଶା ପୋର୍ଟାଲର ନିର୍ଦ୍ଧାରିତ ପଞ୍ଜିକରଣ ସମୟ ସୀମା ମଧ୍ୟରେ ଆବଶ୍ୟକୀୟ ସଂଶୋଧନ କରିପାରିବେ l
Share your comments