1. ସରକାରୀ ସ୍କିମ

ପେନସନଭୋଗୀଙ୍କୁ ସରକାର ଦେଲେ ଗୁଡନ୍ୟୁଜ୍

ସରକାର ପିଲା ଠାରୁ ବୃଢ଼ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସରକାରୀ ଯୋଜନା ଆରମ୍ଭ କରିଛନ୍ତି ଦେଶରେ l ସମୟ ସମୟରେ ସେଗୁଡିକରେ ପରିବର୍ତ୍ତନ ମଧ୍ୟ କରିଥାନ୍ତି ସରକାର l ସେହିଭଳି ପେନସନ ଉଠାଉଥିବା ବୃଦ୍ଧଙ୍କ ପାଇଁ ସରକାର କରିଛନ୍ତି ଏକ ବଡ ପରିବର୍ତ୍ତନ l ସେହିପରି ଆପଣଙ୍କ ଘରକୁ ଯଦି କାହାର ପେନସନ୍ ଆସୁଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହେବାକୁ ଯାଉଛି ।

Tanushree Mahapatra
Tanushree Mahapatra
Good news for pensioners , image source - pexels.com

Good news for pensioners , image source - pexels.com

ସରକାର ପିଲା ଠାରୁ ବୃଢ଼ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସରକାରୀ ଯୋଜନା ଆରମ୍ଭ କରିଛନ୍ତି ଦେଶରେ l ସମୟ ସମୟରେ ସେଗୁଡିକରେ ପରିବର୍ତ୍ତନ ମଧ୍ୟ କରିଥାନ୍ତି ସରକାର l ସେହିଭଳି ପେନସନ ଉଠାଉଥିବା ବୃଦ୍ଧଙ୍କ ପାଇଁ ସରକାର କରିଛନ୍ତି ଏକ ବଡ ପରିବର୍ତ୍ତନ l ସେହିପରି ଆପଣଙ୍କ ଘରକୁ ଯଦି କାହାର ପେନସନ୍ ଆସୁଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହେବାକୁ ଯାଉଛି । କେନ୍ଦ୍ର ସରକାର ବର୍ତ୍ତମାନ ପେନସନଭୋଗୀଙ୍କ ପାଇଁ ଏକ ନୂଆ ସେବା ଆରମ୍ଭ କରିବାକୁ ଯାଉଛନ୍ତି l

ଯାହା ସମସ୍ତଙ୍କୁ ଫାଇଦା ପ୍ରଦାନ କରିବ । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବୟାନ ଅନୁଯାୟୀ, ୧୭ଟି ପେନସନ୍ ପ୍ରଦାନକାରୀ ବ୍ୟାଙ୍କ, ବିଭାଗ, ପେନ୍‌ସନ୍‌ଭୋଗୀ କଲ୍ୟାଣ ସଙ୍ଗଠନ ଏବଂ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ UIDAI ସହାୟତାରେ ପ୍ରାୟତଃ ୫୦ ଲକ୍ଷ ପେନ୍‌ସନ୍‌ଭୋଗୀଙ୍କୁ ଦୃଷ୍ଟିରେ ରଖି ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି  ।

ତେବେ ସୂଚନା ଅନୁଯାୟୀ ସରକାରଙ୍କ ଏହି ଅଭିଯାନ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି l ଯାହା ଚଳିତ ବର୍ଷ ୧ ନଭେମ୍ବରରୁ ଆରମ୍ଭ ହୋଇଯାଇଥିବା ଜଣାପଡିଛି । ତେବେ ପେନସନଭୋଗୀମାନେ ଏଥିରୁ ବିପୁଳ ଲାଭ ପାଇବେ ବୋଲି କୁହାଯାଇଛି l ବିଶେଷ କରି ଭାରତର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ପେନ୍‌ସନ୍‌ଭୋଗୀଙ୍କୁ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବାର ଡିଜିଟାଲ୍ ମାଧ୍ୟମର ସୁବିଧା ପ୍ରଦାନ କରିବାକୁ  ଚାହୁଁଛନ୍ତି କେନ୍ଦ୍ର ସରକାର । ଏହି ସ୍ଥାନରେ ରୋଡଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସେବାମାଧ୍ୟମ ସୁବିଧା ଯୋଗାଇବା ସମ୍ଭବ ବୋଲି ବିବେଚନା କରାଯାଉଛି ।

ବ୍ୟାଙ୍କ ଶାଖାରେ ନିଯୁକ୍ତ ଥିବା ସମସ୍ତ କର୍ମଚାରୀମାନଙ୍କୁ ଆଣ୍ଡ୍ରଏଡ୍ ଫୋନ୍ ପ୍ରଦାନ କରାଯିବ ଯାହାଦ୍ୱାରା ସେମାନେ ଏହି କାମ କରିପାରିବେ । ଏହାଦ୍ୱାରା ପେନସନଭୋଗୀମାନେ ଯେତେବେଳେ ଜୀବନ ପ୍ରମାଣପତ୍ର ଦାଖଲ କରିବା ପାଇଁ ଶାଖାକୁ ଯିବେ, ଏହି ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ସେମାନଙ୍କ କାର୍ଯ୍ୟ ନିଶ୍ଚିତ ହେବା ଆବଶ୍ୟକ । ସେହିପରି ଅତ୍ୟଧିକ ଅସୁସ୍ଥ ଥିବା ବ୍ୟକ୍ତି ଏବଂ ଶଯ୍ୟାରୁ ଉଠିବାରେ ଅସମର୍ଥ ଥିବା ପେନ୍‌ସନ୍‌ଭୋଗୀଙ୍କ ଡିଜିଟାଲ ଜୀବନ ପ୍ରମାଣପତ୍ର ସଂଗ୍ରହ କରିବା ପାଇଁ ବ୍ୟାଙ୍କ କର୍ମଚାରୀଙ୍କୁ ଘର ଘରକୁ ଯିବା ପାଇଁ କୁହାଯାଇଛି ।

ଏହି ସୁବିଧା ମାଧ୍ୟମରେ ବିନା ବିଳମ୍ବରେ DLC ଜମା କରାଯିବ ସେ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯିବ ପାଇଁ ବିଭିନ୍ନ ସ୍ଥାନରେ ଏକ କ୍ୟାମ୍ପ ଆୟୋଜନ କରାଯାଉଛି । ସୂଚନା ଅନୁଯାୟୀ ୨୦୧୪ ମସିହାରେ ସରକାର ବାୟୋମେଟ୍ରିକ୍ ଉପକରଣ ବ୍ୟବହାର କରି DLC ଜମା କରିବାର ସୁବିଧା ଆରମ୍ଭ କରିବା ପାଇଁ ଘୋଷଣା କରିଥିଲେ । ଆଧାର ତଥ୍ୟକୁ ଆଧାର କରି ପ୍ରାମାଣିକିକରଣ ଟେକ୍ନୋଲୋଜି ସିଷ୍ଟମ ବିକାଶ ମାଧ୍ୟମରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହା ପରେ ୨୦୨୧ ମସିହା ନଭେମ୍ବରରେ ଏହି ଟେକ୍ନୋଲୋଜି ଆରମ୍ଭ କରାଯାଇଥିଲା କେନ୍ଦ୍ର ସରକାରଙ୍କ ଦ୍ୱାରା ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments