1. ସରକାରୀ ସ୍କିମ

କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢିବ ୪% DA!

ଗତ ବର୍ଷ ଅକ୍ଟୋବର ମାସରେ ଡିଏ ବୃଦ୍ଧି କରାଯାଇଥିଲା । ଯାହା ଜୁଲାଇ ୧ ତାରିଖ , ୨୦୨୪ ରୁ କାର୍ଯ୍ୟକାରୀ ହୋଇଥିଲା । ଅକ୍ଟୋବର ମାସରେ, DA କୁ ୩ ପ୍ରତିଶତକୁ ବୃଦ୍ଧି ହୋଇଥିଲା । ଏହାପୂର୍ବରୁ ମାର୍ଚ୍ଚ ୨୦୨୪ ରେ DA ୪ ପ୍ରତିଶତ ବୃଦ୍ଧି ଦେଖାଯାଇଥିଲା।

Tanushree Mahapatra
Tanushree Mahapatra
Good news in the new year da will be increased, image source - pexels

Good news in the new year da will be increased, image source - pexels

କାଲିଠାରୁ ଆରମ୍ଭ ହେବ ନୂଆ ବର୍ଷ । ତେବେ ଏହି ନୂଆବର୍ଷରେ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କୁ ମିଳିପାରେ ଏକ ଖୁସି ଖବର l ଯାହା ସେମାନଙ୍କ ପାଇଁ ଏକ ବଡ଼ ଉପହାର ହୋଇପାରେ । କାରଣ, ଏଥର DA କୁ ୩ ରୁ ୪ ପ୍ରତିଶତ ବୃଦ୍ଧି କରାଯାଇପାରେ l ଯାହାଦ୍ବାରା କର୍ମଚାରୀଙ୍କ ଦରମାରେ ବ୍ୟାପକ ବୃଦ୍ଧି ହେବ ।

ସେହିପରି ବର୍ଦ୍ଧିତ ହାର ଜାନୁଆରୀ ୧ ତାରିଖରୁ ଅର୍ଥାତ୍ ନୂତନ ବର୍ଷର ପ୍ରଥମ ଦିନରୁ ପ୍ରଯୁଜ୍ୟ ହେବ ବୋଲି କୁହାଯାଉଛି । ସୂଚନା ଅନୁସାରେ, ସରକାର ମାର୍ଚ୍ଚ ମାସ ପର୍ଯ୍ୟନ୍ତ କର୍ମଚାରୀଙ୍କ ଡିଏ ଘୋଷଣା କରିବାକୁ ସକ୍ଷମ । ଯାହାକି ଜାନୁଆରୀ ୧ ତାରିଖରୁ କାର୍ଯ୍ୟକାରୀ ହୋଇଥାଏ । ଏହା କର୍ମଚାରୀଙ୍କ ପାଇଁ ଖବର ବେଶ୍ ଗୁରୁତ୍ବପୂର୍ଣ୍ଣ ଖବର ।

ଗତ ବର୍ଷ ଅକ୍ଟୋବର ମାସରେ ଡିଏ ବୃଦ୍ଧି କରାଯାଇଥିଲା । ଯାହା ଜୁଲାଇ ୧ ତାରିଖ , ୨୦୨୪ ରୁ କାର୍ଯ୍ୟକାରୀ ହୋଇଥିଲା । ଅକ୍ଟୋବର ମାସରେ, DA କୁ ୩ ପ୍ରତିଶତକୁ ବୃଦ୍ଧି ହୋଇଥିଲା । ଏହାପୂର୍ବରୁ ମାର୍ଚ୍ଚ ୨୦୨୪ ରେ DA ୪ ପ୍ରତିଶତ ବୃଦ୍ଧି ଦେଖାଯାଇଥିଲା। ଏହା ପରେ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇ ମୌଳିକ ବେତନର ପ୍ରାୟତଃ ୫୦ ପ୍ରତିଶତକୁ ବୃଦ୍ଧି ହୋଇଥିଲା । ଯାହାକି ବର୍ତ୍ତମାନ ମୌଳିକ ବେତନର ୫୩% । ଏହା ସହିତ ପେନସନଭୋଗୀଙ୍କ DR ୫୩% ପ୍ରତିଶତ ଅଟେ । ବର୍ଷକୁ ଦୁଇଥର କର୍ମଚାରୀଙ୍କ DA ଏବଂ DR ବୃଦ୍ଧି କରିଥାନ୍ତି ସରକାର । ପ୍ରତିବର୍ଷ କର୍ମଚାରୀଙ୍କର ଦୁଇଥର DA ବୃଦ୍ଧି କରାଯାଏ । ଏହା ବ୍ୟତୀତ ପେନସନଭୋଗୀଙ୍କ ପାଇଁ ମଧ୍ୟ DR ବୃଦ୍ଧି କରାଯାଇଥାଏ ।

ଯଦି ଆସନ୍ତା ବର୍ଷ କେନ୍ଦ୍ର ସରକାର DA ୪ ପ୍ରତିଶତ ବୃଦ୍ଧି କରନ୍ତି, ତେବେ ଏହା ୫୭ ପ୍ରତିଶତକୁ ବୃଦ୍ଧି ହେବ । ଯଦି ନୂଆ ବର୍ଷରେ ଏହା ୩ ପ୍ରତିଶତ ବୃଦ୍ଧି ହୁଏ, ତେବେ ଏହା ୫୬ ପ୍ରତିଶତ ହେବ । ଅନ୍ୟପକ୍ଷରେ, କେନ୍ଦ୍ରୀୟ କର୍ମଚାରୀମାନେ ଡିଏ ବକେୟା ଦାବି ମଧ୍ୟ କରୁଛନ୍ତି l ଯାହାକି ଆଜିକୁ ଦୀର୍ଘ ୧୮ ମାସ ଧରି ବିଚାରାଧୀନ ଅବସ୍ଥାରେ ଅଛି। ତେବେ ଚଳିତ ବର୍ଷ ମୌସୁମୀ ଅଧିବେଶନରେ ରାଜ୍ୟସଭାରେ ସରକାର ଏହାକୁ ଦେବାକୁ ସ୍ପଷ୍ଟ ମନା କରି ଦେଇଛନ୍ତି।

READ MORE:

ଶୀତ ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ !

କଳାହାଣ୍ଡି ପରିବା ଚାଷୀଙ୍କ ସଫଳତା ସମ୍ପର୍କରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ