Government Schemes

ଏବେ ୪୫ ରୁ ୬୦ ବର୍ଷର ଲୋକଙ୍କୁ ମିଳିବ ମାସିକ ପେନସନ

ଏବେ ବୟସ୍କ ଲୋକ ବି ପାଇବେ ମାସିକ ପେନସନ l ଗୁରୁବାର ଦିନ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏକ ଖୁସି ଖବର ଦେଇଛନ୍ତି l ଏବେ ୪୫ ରୁ ୬୦ ବର୍ଷ ବୟସର ଲୋକଙ୍କୁ ଏକ ଖୁସି ଖବର ଦେଇଛନ୍ତି ହରିୟାଣା ସରକାର ।

07 July, 2023 12:38 PM IST By: Tanushree Mahapatra

ଏବେ ବୟସ୍କ ଲୋକ ବି ପାଇବେ ମାସିକ ପେନସନ l ଗୁରୁବାର ଦିନ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏକ ଖୁସି ଖବର ଦେଇଛନ୍ତି l ଏବେ ୪୫ ରୁ ୬୦ ବର୍ଷ ବୟସର ଲୋକଙ୍କୁ ଏକ ଖୁସି ଖବର ଦେଇଛନ୍ତି ହରିୟାଣା ସରକାର । ସେ କହିଛନ୍ତି ଯେ, ୪୫ ରୁ ୬୦ ବର୍ଷ ବୟସ ଥିବା ଲୋକଙ୍କୁ ତଥା ଅବିବାହିତ ଲୋକଙ୍କୁ ବର୍ତ୍ତମାନ ମାସିକ ୨୭୫୦ ଟଙ୍କା ପେନସନ‌ ଦିଆଯିବ , ଯାହା ପ୍ରତି ମାସରେ ମିଳିବ ।

କିନ୍ତୁ ଏହି ସୁବିଧା ପାଇବା ପାଇଁ ହେଲେ ଏହି ରାଜ୍ୟର ଲୋକଙ୍କୁ ଏକ ସର୍ତ୍ତ ମାନିବାକୁ ପଡିବ । ତେବେ ଏଥିରେ ଥିବା ସରକାରଙ୍କ ସର୍ତ୍ତ ହେଉଛି ଯେ, ଆପଣଙ୍କର ବାର୍ଷିକ ପ୍ରତି ଆୟ ୧.୮୦ ଲକ୍ଷରୁ କମ୍ ହେବା ଉଚିତ୍ ।

ଗତକାଲି ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ହରିୟାଣା ମୁଖ୍ୟମନ୍ତ୍ରୀ ନିଜ ମତ ଦେଇ କହିଛନ୍ତି, “ମୁଁ ଘୋଷଣା କରୁଛି ଯେ, ବର୍ତ୍ତମାନଠାରୁ ହରିୟାଣାର ୪୫ ରୁ ୬୦ ବର୍ଷ ବୟସର ଅବିବାହିତ ପୁରୁଷ ଏବଂ ମହିଳାଙ୍କୁ ମାସିକ ୨,୭୫୦ ଟଙ୍କା ପେନସନ ଦିଆଯିବ । ସେହି ବ୍ୟକ୍ତିମାନଙ୍କୁ ଏହି ସୁବିଧା ଦିଆଯିବ ଯାହାର ବାର୍ଷିକ ଆୟ ୧.୮୦ ଲକ୍ଷରୁ କମ୍ ଅଟେ " ।

ଏହା ବ୍ୟତୀତ ସେ ଆହୁରି ଅଧିକ ସୂଚନା ଦେଇ କହିଛନ୍ତି, ୪୦ ରୁ ୬୦ ବର୍ଷ ବୟସର ବିଧବାମାନେ ମଧ୍ୟ ମାସିକ ୨୭୫୦ ଟଙ୍କା ପେନସନ ପାଇବେ, ଯାହା ତାଙ୍କୁ ସାହାଯ୍ୟ କରିବ ବୋଲି କହିଛନ୍ତି ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ । ତେବେ ମହିଳାଙ୍କ ପାଇଁ ମଧ୍ୟ ଏକ ସର୍ତ୍ତ ଅଛି ଯେ, ସେମାନଙ୍କର ବି ବାର୍ଷିକ ଆୟ ୩ ଲକ୍ଷରୁ କମ୍ ହେବା ଉଚିତ୍ । ଏହା ସହିତ ଯେଉଁ ମହିଳାମାନେ ୬୦ ବର୍ଷ ବୟସ୍କ ସେମାନେ ମଧ୍ୟ ଏହି ପେନସନ୍ ପାଇବେ । ଏ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପେନସନ୍ ଗ୍ରହଣ କରୁଥିବା ହିତାଧିକାରୀମାନେ ୬୦ ବର୍ଷ ବୟସ ପରେ ସ୍ୱୟଂଚାଳିତ ଭାବରେ ଏହି ବୃଦ୍ଧାବୃଦ୍ଧ ପେନସନ ପାଇବା ଆରମ୍ଭ କରିବେ । ଯାହା ତାଙ୍କୁ ବୃଦ୍ଧାବସ୍ଥାରେ ସାହାଯ୍ୟ କରିବ l

ଏହାପୂର୍ବରୁ ଜୁନ୍ ୨୬ ରେ ମୁଖ୍ୟମନ୍ତ୍ରୀ ଖଟ୍ଟର ଇନ୍ସପେକ୍ଟର ପଦବୀ ହରିୟାଣା ପୋଲିସ୍ କର୍ମଚାରୀଙ୍କ ପାଇଁ ମାସିକ ମୋବାଇଲ୍ ଭତ୍ତା ଲାଗୁ କରିବାକୁ ଘୋଷଣା କରିଥିଲେ । ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟର କନଷ୍ଟେବଳ ଏବଂ ହେଡ କନଷ୍ଟେବଳଙ୍କ ପାଇଁ ମାସିକ ମୋବାଇଲ୍ ଭତ୍ତା, ସହକାରୀ ସବ୍-ଇନ୍ସପେକ୍ଟରଙ୍କ ପାଇଁ ୨୫୦ ଟଙ୍କା, ସବ୍-ଇନ୍ସପେକ୍ଟରଙ୍କ ପାଇଁ ୩୦୦ ଟଙ୍କା ଏବଂ ଇନ୍ସପେକ୍ଟରଙ୍କ ପାଇଁ ୪୦୦ ଟଙ୍କା ଘୋଷଣା କରିଛନ୍ତି।

ଖୁସି ଖବର! ବଢ଼ିବ କର୍ମଚାରୀଙ୍କ ମାସିକ ଦରମା

ଏବେ ଚାଷୀଙ୍କୁ ୬୦୦୦ ପରିବର୍ତ୍ତେ ବାର୍ଷିକ ମିଳିବ ୧୨,୫୦୦ ଟଙ୍କା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)