1. ସରକାରୀ ସ୍କିମ

ଖୁସି ଖବର! ବଢ଼ିବ କର୍ମଚାରୀଙ୍କ ମାସିକ ଦରମା

କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ଦେଉଛନ୍ତି ଏକ ଉପହାର l ସରକାରୀ କମର୍ଚାରୀଙ୍କ ପାଇଁ ଏବେ ଏକ ଖୁସି ଖବର ସାମ୍ନାକୁ ଆସିଛି । ପ୍ରତିବର୍ଷ କର୍ମଚାରୀଙ୍କି ମିଳିଥାଏ ମାହାଙ୍ଗା ଭତ୍ତା ସେହିଭଳି ଖୁବଶୀଘ୍ର କେନ୍ଦ୍ର କର୍ମଚାରୀଙ୍କୁ ମିଳିବାକୁ ଯାଉଛି ଆଉ ଏକ ବଡ଼ ଉପହାର ।

Tanushree Mahapatra
Tanushree Mahapatra
For central govt employee will be hike soon, image source - twitter

For central govt employee will be hike soon, image source - twitter

କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ଦେଉଛନ୍ତି ଏକ ଉପହାର l ସରକାରୀ କମର୍ଚାରୀଙ୍କ ପାଇଁ ଏବେ ଏକ ଖୁସି ଖବର ସାମ୍ନାକୁ ଆସିଛି । ପ୍ରତିବର୍ଷ କର୍ମଚାରୀଙ୍କି ମିଳିଥାଏ ମାହାଙ୍ଗା ଭତ୍ତା ସେହିଭଳି ଖୁବଶୀଘ୍ର କେନ୍ଦ୍ର କର୍ମଚାରୀଙ୍କୁ ମିଳିବାକୁ ଯାଉଛି ଆଉ ଏକ ବଡ଼ ଉପହାର । ତେବେ ଏବେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ନୂଆ ବର୍ଦ୍ଧିତ ଘର ଭଡ଼ା ଭତ୍ତା ଲାଗୁ କରିବାକୁ ଯାଉଛନ୍ତି ।

କିଛି ମାସ ପୂର୍ବରୁ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଫାଇଦା ମିଳିସାରିଥିବା ପରେ ଏବେ ଏଚଆରଏ ବେନିଫିଟ୍ ମଧ୍ୟ ମିଳିବ କର୍ମଚାରୀଙ୍କୁ  । ତେବେ ପ୍ରତିବର୍ଷ ମହଙ୍ଗା ଭତ୍ତା କେନ୍ଦ୍ର ଦ୍ୱାରା ବୃଦ୍ଧି ହୋଇଥାଏ l କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ବର୍ଷକୁ ଦୁଇଥର ହିଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ହିଁ ମହଙ୍ଗା ଭତ୍ତା ବୃଦ୍ଧି ହୁଏ ଦେଶରେ । ମହଙ୍ଗା ଭତ୍ତାରେ ବୃଦ୍ଧିର ଅପେକ୍ଷା କରିଥାନ୍ତି ପ୍ରତ୍ୟେକ କେନ୍ଦ୍ର ସରକାରୀ କର୍ମଚାରୀ  ।

ତେବେ କିଛି ରାଜ୍ୟରେ ଏବେ ମହଙ୍ଗା ଭତ୍ତା ବୃଦ୍ଧି ମଧ୍ୟ କରାଯାଇଛି l ତେବେ ମହଙ୍ଗା ଭତ୍ତାରେ ବୃଦ୍ଧି ଯୋଗୁଁ ସରକାରୀ କର୍ମଚାରୀଙ୍କ ଦରମା ମଧ୍ୟ ବଢ଼ିଥାଏ ଓ ସେମାନେ ଏହା ଅଧୀନରେ ଅଧିକ ଟଙ୍କା ପାଆନ୍ତି ।  ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକ ମୂଲ୍ୟ ସୂଚକାଙ୍କ ଆଧାରରେ ଡିଏ ଗଣନା କରାଯାଏ । ସେହି ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଧ୍ୟ ବୃଦ୍ଧି କରାଯାଇଥାଏ । ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଯାହାକି ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । 

ସେହିପରି ସୂଚନା ମୁତାବକ, କେନ୍ଦ୍ର ସରକାର ଏଥର କର୍ମଚରୀଙ୍କ ଘର ଭଡ଼ା ଭତ୍ତା ୩ ପ୍ରତିଶତ ବୃଦ୍ଧି ନେଇ ଯୋଜନା କରିଛନ୍ତି ଯାହା କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ତେବେ ଗତବର୍ଷ ୨୦୨୧ ମସିହା ଜୁଲାଇ ମାସରେ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଘର ଭଡ଼ା ଭତ୍ତାରେ ସଂଶୋଧନ କରିଥିଲେ । ତେବେ ନିକଟରେ କର୍ମଚାରୀଙ୍କର ଡିଏ ବୃଦ୍ଧି କରାଯାଇଥିଲା l ଏବେ ଘର ଭଡ଼ା ଭତ୍ତା ବୃଦ୍ଧି ହେବାପରେ କର୍ମଚାରୀଙ୍କୁ ଡବଲ ବେନିଫିଟ୍ ମିଳିବ ଆଶା କରିଛନ୍ତି କର୍ମଚାରୀ । ତେବେ ସରକାର ଘର ଭଡ଼ା ଭତ୍ତା କେତେ ପ୍ରତିଶତ ବଢ଼ିବ ସେନେଇ କୌଣସି ସ୍ପଷ୍ଟ ଜଣାପଡ଼ି ନାହିଁ ଏ ପର୍ଯ୍ୟନ୍ତ ।

ସରକାରୀ କର୍ମଚାରୀଙ୍କ ଘର ଭଡ଼ା ଭତ୍ତା ଟଙ୍କାକୁ ଏକ୍ସ, ୱାଇ ଓ ଜେଡ୍ ଆଦି ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ତେବେ ୫୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ ଏକ୍ସ ବର୍ଗରେ ଆସୁଥିବା ବେଳେ କର୍ମଚାରୀମାନେ ୨୪ ପ୍ରତିଶତ ଏଚଆରଏ ପାଇଥାନ୍ତି । ସେହିପରି ୫ରୁ ୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳ ମଧ୍ୟରେ ୱାଇ ବର୍ଗର କର୍ମଚାରୀ ଆସୁଥିବା ବେଳେ ସେହି କର୍ମଚାରୀମାନେ ୧୬ ପ୍ରତିଶତ ଏଚଆରଏ ପାଇଥାନ୍ତି । ଅନ୍ୟପଟେ ୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଲୋକ ଥିବା ଅଞ୍ଚଳ ମଧ୍ୟରେ ଜେଡ୍ ବର୍ଗ କର୍ମଚାରୀମାନେ ୮ ପ୍ରତିଶତ ପର୍ଯ୍ୟନ୍ତ ଏଚଆରଏ ପାଇଥାନ୍ତି । ତେବେ ଏ ଭତ୍ତା ମିଳିବା ପରେ ସରକାରୀ କର୍ମଚାରୀ ଡବଲ ଲାଭ ପାଇବେ l

ସଞ୍ଚୟ ଯୋଜନାରେ ବଢିଲା ସୁଧ ହାର, ଜାଣନ୍ତୁ କେଉଁ ଯୋଜନାରେ କେତେ ସୁଧ .....?

ଏବେ ଚାଷୀଙ୍କୁ ୬୦୦୦ ପରିବର୍ତ୍ତେ ବାର୍ଷିକ ମିଳିବ ୧୨,୫୦୦ ଟଙ୍କା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments