1. ସରକାରୀ ସ୍କିମ

ସଞ୍ଚୟ ଯୋଜନାରେ ବଢିଲା ସୁଧ ହାର, ଜାଣନ୍ତୁ କେଉଁ ଯୋଜନାରେ କେତେ ସୁଧ .....?

ପ୍ରତିବର୍ଷ ଘରେ ଘରେ ସମସ୍ତ ଲୋକେ ଡାକଘରେ କ୍ଷୁଦ୍ର ସଞ୍ଚୟ ଯୋଜନାରେ ନିଜ ଟଙ୍କା ନିବେଶ କରିଥାନ୍ତି । ଯାହା ସେମାନଙ୍କୁ କିଛି ମାସ କିମ୍ବା ବର୍ଷ ପରେ ଫାଇଦା ଦେଇଥାଏ l ସେ ପୁଅ ହେଉ କିମ୍ବା ଝିଅ ପ୍ରତି ବାପା ମା ଡାକଘରେ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଟଙ୍କା ସଞ୍ଚୟ କରିଥାନ୍ତି ନିଜ ପିଲାଙ୍କ ପାଇଁ ଯାହା ତାଙ୍କ ଭବିଷ୍ୟତରେ କାମରେ ଲାଗିଥାଏ l

Tanushree Mahapatra
Tanushree Mahapatra
Saving scheme post office fd interest rates hike , pic source - indian post

Saving scheme post office fd interest rates hike , pic source - indian post

ପ୍ରତିବର୍ଷ ଘରେ ଘରେ ସମସ୍ତ ଲୋକେ ଡାକଘରେ କ୍ଷୁଦ୍ର ସଞ୍ଚୟ ଯୋଜନାରେ ନିଜ ଟଙ୍କା ନିବେଶ କରିଥାନ୍ତି । ଯାହା ସେମାନଙ୍କୁ କିଛି ମାସ କିମ୍ବା ବର୍ଷ ପରେ ଫାଇଦା ଦେଇଥାଏ l ସେ ପୁଅ ହେଉ କିମ୍ବା ଝିଅ ପ୍ରତି ବାପା ମା ଡାକଘରେ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଟଙ୍କା ସଞ୍ଚୟ କରିଥାନ୍ତି ନିଜ ପିଲାଙ୍କ ପାଇଁ ଯାହା ତାଙ୍କ ଭବିଷ୍ୟତରେ କାମରେ ଲାଗିଥାଏ l ସେହିପରି ନିଜ ପଇସା ହରାଇବାର କୌଣସି ଆଶଙ୍କା ନ ଥିବାରୁ ଏବଂ ଭଲ ସୁଧ ମିଳୁଥିବା କାରଣରୁ ଡାକଘରର ବିଭିନ୍ନ କ୍ଷୁଦ୍ର ସଞ୍ଚୟ ଯୋଜନାଗୁଡିକର ଲୋକପ୍ରିୟତା ରହିଛି ।

ଅନ୍ୟପକ୍ଷରେ ପୋଷ୍ଟ ଅଫିସ୍ ର ଟାଇମ୍ ଡିପୋଜିଟ୍ ସ୍କିମ୍ ଉପରେ ମିଳୁଥିବା ସୁଧ ବ୍ୟାଙ୍କ ଏଫ୍.ଡି ଠାରୁ ମଧ୍ୟ ଅଧିକ ରହିଛି । ତେବେ ସରକାର ଏବେ ଡାକଘରେ ପ୍ରଚଳିତ ଥିବା କେତେକ କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧ ହାର ବୃଦ୍ଧି କରିଛନ୍ତି । ତେବେ ଖୁସି ଖବର ଏହା ଯେ ଡାକଘରେ ୧ ବର୍ଷୀୟ କିମ୍ବା ୨ ବର୍ଷୀୟ ଟାଇମ୍ ଡିପୋଜିଟ୍ ଏବଂ ୫ ବର୍ଷୀୟ ରିକରିଂ ଡିପୋଜିଟ୍ ଉପରେ ମିଳୁଥିବା ସୁଧ ହାର ବୃଦ୍ଧି କରାଯାଇଛି । ଏବେ ପୂର୍ବ ଅପେକ୍ଷା ଅଧିକ ଲାଭ ପାଇବେ ସଂଚୟକାରୀ l

ଏବେ କୌଣସି ବରିଷ୍ଠ ନାଗରିକ ପୋଷ୍ଟ ଅଫିସ୍ ରେ ଏହି ଟାଇମ୍ ଡିପୋଜିଟ୍ ଆକାଉଣ୍ଟ ଖୋଲିପାରିବ ଯେଉଁଥିରେ ନିଜ ଇଛା ଅନୁଯାୟୀ ଟଙ୍କା ସେମାନେ ଜମା ରଖିପାରିବେ । ସେହିପରି ପିଲାଙ୍କ ନାମରେ ବି ମାତାପିତା ଏହି ସ୍କିମ ମାଧ୍ୟମରେ ଡାକଘରେ ଏଫଡି ଆକାଉଣ୍ଟ ଖୋଲିପାରିବେ । ଯେଉଁଥିରେ ଅତି କମ୍ ରେ ମାତାପିତା ୧୦୦୦ ଟଙ୍କା ଜମା କରି ଡାକଘରେ ଏଫଡି ଖାତା ଖୋଲିପାରିବେ । ଏଥିରେ ସର୍ବାଧିକ ଜମାର କୌଣସି ସୀମା ନାହିଁ କିମ୍ବା ଜମା କରିବା ଅର୍ଥ ପାଇଁ ମଧ୍ୟ ଚିନ୍ତା କରିବାର ମଧ୍ୟ କୌଣସି ଆବଶ୍ୟକତା ନାହିଁ  । ନିଜ ଇଛା ଅନୁଯାୟୀ ହଜାର, ଲକ୍ଷ  କିମ୍ବା ଏଥିରୁ ଅଧିକ ଟଙ୍କା ଆପଣ ଜମା କରିପାରିବେ ଡାକଘରେ ଏହି ସ୍କିମ ଅନୁଯାୟୀ ।

ତେବେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଡାକଘରେ ଏକ ବର୍ଷିଆ ଏଫଡି ଉପରେ ସରକାର ସୁଧ ହାରକୁ ୬.୮ ପ୍ରତିଶତରୁ ବୃଦ୍ଧି କରି ୬.୯ ପ୍ରତିଶତ କରି ଦେଇଛନ୍ତି । ଏହି ଯୋଜନାରେ ଯଦି ଆପଣ ୧ ବର୍ଷ ପାଇଁ ୧୦,୦୦୦ ଟଙ୍କା ସଞ୍ଚୟ କରୁଛନ୍ତି ତେବେ ଆପଣଙ୍କୁ ଏହି ଟଙ୍କା ମାଚ୍ୟୁରିଟି ହେବାପରେ ୧୦, ୭୦୮ ଟଙ୍କା ମିଳିବ । ସେହିପରି ପୋଷ୍ଟ ଅଫିସରେ ୨ ବର୍ଷୀୟ ଏଫଡି ଉପରେ ସରକାର ୧ ଜୁଲାଇ ୨୦୨୩ରୁ ସୁଧ ହାରକୁ ବଢାଇଛନ୍ତି । ଏବେ ଏହି ସ୍କିମ୍ ମାଧ୍ୟମରେ ଅର୍ଥ ନିବେଶ କରୁଥିବା ବ୍ୟକ୍ତିଙ୍କୁ ଏବେ ୬.୯ ପରିବର୍ତ୍ତେ ୭.୦ ପ୍ରତିଶତ ହାରରେ ସୁଧ ମିଳିବ ବୋଲି ସରକାର ସୂଚନା ଦେଇଛନ୍ତି । ସେହିପରି ଏହି ସ୍କିମ୍ ମାଧ୍ୟମରେ ଆପଣ ୧୦,୦୦୦ ଟଙ୍କା ନିବେଶ କଲେ ୨ ବର୍ଷ ପରେ ଆପଣ ୧୧, ୪୮୯ ଟଙ୍କା ପାଇବେ । ଏହି ସ୍କିମ ପରି ୫ ବର୍ଷର ରିକରିଂ ଡିପୋଜିଟ୍ ଉପରେ ମଧ୍ୟ ସୁଧ ବୃଦ୍ଧି କରାଯାଇଛି । ଯାହା ଏବେ ବୃଦ୍ଧି ପାଇ  ୬.୫ ପ୍ରତିଶତ ହୋଇଛି । ତେବେ ସୂଚନା ଅନୁଯାୟୀ , ଗତ ତିନିମାସରେ ଏହା ୬.୨ ପ୍ରତିଶତ ରହିଥିଲା ।

ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ କିନ୍ତୁ ୩ ବର୍ଷୀୟ ଏଫଡି ଉପରେ କୌଣସି ସୁଧ ହାରରେ ପରିବର୍ତ୍ତନ କରାଯାଇନାହିଁ । ଗତ ତ୍ରୈମାସ ପରି ଚଳିତ ତ୍ରୈମାସରେ ମଧ୍ୟ ଏହା ୭.୦ ପ୍ରତିଶତ ରହିବା ନେଇ ସୂଚନା ରହିଛି । ଅନ୍ୟପକ୍ଷରେ ଡାକଘରେ ୫ ବର୍ଷୀୟ ଏଫଡି ସ୍କିମ ଉପରେ ଆପଣଙ୍କୁ ୭.୫ ପ୍ରତିଶତ ହାରରେ ସୁଧ ମିଳିବ । ସେହିପରି ଚଳିତ ତ୍ରୈମାସରେ ଏହି ଏଫଡି ଉପରେ ସୁଧ ହାରରେ କୌଣସି ବୃଦ୍ଧି କରାଯାଇନାହିଁ । ବଡ କଥା ହେଲା , ଆପଣ ଏହି ଯୋଜନା ମାଧ୍ୟମରେ ୧୦,୦୦୦ ଟଙ୍କା ନିବେଶ କଲେ ୫ ବର୍ଷ ପରେ ଆପଣ ୧୪, ୪୯୯ ଟଙ୍କା ପାଇବେ । ତେବେ ଆଜି ହିଁ ନିକଟସ୍ଥ ଡାକଘରେ ଯାଇ ପଚାରି ବୁଝନ୍ତୁ ଏବଂ ନୂତନ ସ୍କିମ ଅନୁଯାୟୀ ଟଙ୍କା ସଞ୍ଚୟ କରନ୍ତୁ l

ସରକାର ଏବେ ମାଗଣାରେ ଦେବେ ମାଛ ବିହନ, ଜାଣନ୍ତୁ କେମିତି କରିବେ ଆବେଦନ

ଓଡିଶା ଚାଷୀଙ୍କୁ ମିଳିବ 212 କୋଟି ଟଙ୍କା କୃଷି ଋଣ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments