1. ସରକାରୀ ସ୍କିମ

Sugar Subsidy: ୨ ବର୍ଷ ବଢ଼ାଇଲେ ସବସିଡି

ଚିନି ଉପରେ ପ୍ରଦାନ କରାଯାଉଥିବା ସବସିଡି ଆଉ ଦୁଇ ବର୍ଷ ପାଇଁ ବୃଦ୍ଧି କରାଯାଇଛି । ଯାହା PDS ଦ୍ୱାରା ବହୁତ କମ୍ ମୂଲ୍ୟରେ ଲୋକଙ୍କୁ ଯୋଗାଇଥାଏ ।

Tanushree Mahapatra
Tanushree Mahapatra
government increased the subsidy for two years, image source - pixeles

government increased the subsidy for two years, image source - pixeles

ଦେଶରେ ବିଭିନ୍ନ ପ୍ରକାର ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି l ସେଥି ମଧ୍ୟରୁ ମାଗଣା ରାସନ ଯୋଜନା ଅନନ୍ୟ l ଦେଶରେ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଗୋଟିଏ ରାସନ କାର୍ଡ ଆରମ୍ଭ ହୋଇଥିଲା କେନ୍ଦ୍ର ସରକାରଙ୍କ ଦ୍ୱାରା ।

ଯେ କୌଣସି ରାଜ୍ୟରେ ଥାଇ ମଧ୍ୟ ଏହାର ଫାଇଦା ଉଠାଇପାରିବ ଜଣେ ଅଧିକାରୀ l ଯାହା ସାହାଯ୍ୟରେ କୌଣସି ନାଗରିକ ଦେଶର ଯେକୌଣସି PDS ଥିବା ଦୋକାନରୁ ନିଜର ରାସନ ନେଇପାରିବେ ଖୁବ ଅଳ୍ପ ଟଙ୍କାରେ । ସରକାରଙ୍କ ସୂଚନା ଅନୁଯାୟୀ, ସମସ୍ତ ଫେୟାର ପ୍ରାଇସ୍ ଦୋକାନ ରେ POS ଉପକରଣ ସ୍ଥାପନ କରାଯାଇଛି, ଯାହା ମାଧ୍ୟମରେ ରାସନ କାର୍ଡ ଧାରକମାନେ ସହଜରେ ଯେକୌଣସି ସ୍ଥାନରୁ ରାସନ ଉଠାଇ ପାରିବେ l

ତେବେ ଗତକାଲି ସରକାରଙ୍କ ତରଫରୁ ଏକ ବଡ଼ ସୂଚନା ଦିଆଯାଇଛି l ଦେଶରେ ପ୍ରଧାନମନ୍ତ୍ରୀ ପିଏମ ମୋଦିଙ୍କ ଅଧ୍ୟକ୍ଷତାରେ PDS ମାଧ୍ୟମରେ ବଣ୍ଟନ କରାଯାଉଥିବା ଅନ୍ତୋଦୟ ଅନ୍ନା ସ୍କିମ ମାଧ୍ୟମରେ ବିଭିନ୍ନ ପରିବାରଙ୍କ ପାଇଁ ଚିନି ସବସିଡି ଯୋଜନାକୁ ୨ ବର୍ଷ ବୃଦ୍ଧି କରିବାକୁ ଅନୁମୋଦନ ମିଳିଛି । ଦେଶର ନାଗରିକଙ୍କ କଲ୍ୟାଣ ଦିଗରେ କେନ୍ଦ୍ର ସରକାରଙ୍କ ଏହା ହେଉଛି ଦୃଢ଼ ପ୍ରତିବଦ୍ଧତାର ସଂକେତ l ଚିନି ଉପରେ ପ୍ରଦାନ କରାଯାଉଥିବା ସବସିଡିକୁ ୨ ବର୍ଷ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର l

ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ପ୍ରତି ଅଂଶଗ୍ରହଣକାରୀ ରାଜ୍ୟମାନଙ୍କର ଅନ୍ତୋଦୟ ଅନ୍ନା ସ୍କିମରେ ମାଧ୍ୟମରେ ଚିନି ଉପରେ ପ୍ରତି ମାସରେ ମୋଟ ୧୮.୫୦ ଟଙ୍କା ସବସିଡି ପ୍ରଦାନ କରୁଛନ୍ତି । ଏହି ଅନୁମତି ଅନୁଯାୟୀ ୧୫ତମ ଅର୍ଥ ଆୟୋଗଙ୍କ ସମୟରେ ୧୮୫୦ କୋଟିରୁ ଅଧିକ ଟଙ୍କା ଲାଭ ହେବା ନେଇ ଆଶା କରାଯାଉଛି । ଏହି କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ଦେଶର ପ୍ରାୟତଃ ୧.୮୯ କୋଟି AAY ପରିବାର ଉପକୃତ ହେବେ ବୋଲି ଆଶା କରାଯାଉଛି ।

ଚିନିରେ ସବସିଡି ବୃଦ୍ଧି :-

ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟର ପେଜରେ ଏହା ଲେଖିଛନ୍ତି ଯେ " ଆମ ଦେଶର ଗରିବ ଭାଇ ଓ ଭଉଣୀଙ୍କ ପୁଷ୍ଟିକର ଖାଦ୍ୟ ଏବଂ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଅଭାବ ରହିବା ଉଚିତ୍ ନୁହେଁ । ଏଥିପାଇଁ ଆମ ସରକାର ଚେଷ୍ଟା କରୁଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ, AAY ସହିତ ଜଡିତ ଥିବା ଲୋକଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଚିନି ଉପରେ ପ୍ରଦାନ କରାଯାଉଥିବା ସବସିଡି ଆଉ ଦୁଇ ବର୍ଷ ପାଇଁ ବୃଦ୍ଧି କରାଯାଇଛି । ଯାହା PDS ଦ୍ୱାରା ବହୁତ କମ୍ ମୂଲ୍ୟରେ ଲୋକଙ୍କୁ ଯୋଗାଇଥାଏ । "

ଜନ କଲ୍ୟାଣକାରୀ ଯୋଜନା ମାଗଣା ରାସନ:-

ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନା ଯୋଜନା ଅଧୀନରେ ଦେଶର ସରକାର ମାଗଣା ରାସନ ପ୍ରଦାନ କରୁଛନ୍ତି ଗରିବ ଲୋକଙ୍କୁ । PMGKAY ବ୍ୟତୀତ,ଦେଶର ଲୋକମାନଙ୍କ ଥାଳିରେ ପର୍ଯ୍ୟାପ୍ତ ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ଅନ୍ୟାନ୍ୟ ଯେପରି ଅଟା, ଭାରତ ଡାଲି, ଟମାଟୋ ଏବଂ ପିଆଜ ବିକ୍ରି କରୁଛନ୍ତି । ଏପର୍ଯ୍ୟନ୍ତ ଏଥିପାଇଁ ପ୍ରାୟ ୨.୪ ଟନ୍ ଭାରତ ଅଟା ବିକ୍ରି ହୋଇସାରିଛି ବୋଲି ସୂଚନା ରହିଛି । ସରକାର ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟ ପାଇଁ ସବସିଡି ଦେଉଛନ୍ତି। ଏହି ଯୋଜନା ମାଧ୍ୟମରେ ଲୋକମାନେ ପ୍ରଚୁର ଖାଦ୍ୟଶସ୍ୟ ମାଗଣା ପାଉଛନ୍ତି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments