1. ସରକାରୀ ସ୍କିମ

ବରିଷ୍ଠ ନାଗରିକଙ୍କୁ ପ୍ରତିମାସରେ ମିଳିବ ଅଧିକ ପେନସନ୍

ଛୋଟ ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସରକାର ଯୋଜନା ପ୍ରଚଳ କରିଛନ୍ତି ସରକାର l କିନ୍ତୁ ଦେଶରେ ପ୍ରଚଳିତସରକାରଙ୍କ ପେନସନ୍ ସ୍କିମ ଆପଣଙ୍କ ଜୀବନରେ ଭରିଦେବ ଖୁସି । ଆପଣ କମ୍ ବିନିଯୋଗରେ ପ୍ରତିମାସରେ ପାଇବେ ଜବରଦସ୍ତ ପେନସନ୍ । ଦେଶରେ ଚାଲୁଥିବା ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା ଲୋକଙ୍କ ପାଇଁ ଉପହାରଠାରୁ କମ୍ ହେବ ନାହିଁ ।

Tanushree Mahapatra
Tanushree Mahapatra
Government pension scheme for senior citizens , image source - pexels.com

Government pension scheme for senior citizens , image source - pexels.com

ଛୋଟ ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସରକାର ଯୋଜନା ପ୍ରଚଳ କରିଛନ୍ତି ସରକାର l କିନ୍ତୁ ଦେଶରେ ପ୍ରଚଳିତସରକାରଙ୍କ ପେନସନ୍ ସ୍କିମ ଆପଣଙ୍କ ଜୀବନରେ ଭରିଦେବ ଖୁସି । ଆପଣ କମ୍ ବିନିଯୋଗରେ ପ୍ରତିମାସରେ ପାଇବେ ଜବରଦସ୍ତ ପେନସନ୍ । ଦେଶରେ ଚାଲୁଥିବା ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା ଲୋକଙ୍କ ପାଇଁ ଉପହାରଠାରୁ କମ୍ ହେବ ନାହିଁ । 

ସରକାର ଏହି ଯୋଜନା ସହିତ ଜଡିତ ଥିବା ପ୍ରତି ଲୋକଙ୍କୁ ମାସରେ ୩୦୦୦ ଟଙ୍କା ପେନସନ୍ ଦେବା ପାଇଁ କାର୍ଯ୍ୟ କରୁଛନ୍ତି । ତେବେ ଆପଣ ଏହି ଯୋଜନାରେ ଯୋଗ ଦେଇ ପ୍ରତିମାସରେ ଭଲ ପେନସନ୍ ପାଇପାରିବେ । କିନ୍ତୁ ଏହି ଯୋଜନାରେ ଯୋଗଦେବା ପୂର୍ବରୁ ଆପଣଙ୍କୁ ଅନେକ କିଛି କଥା ଉପରେ ଗୁରୁତ୍ୱପୂର୍ଣ୍ଣ ଧ୍ୟାନ ରଖିବାକୁ ପଡ଼ିବ ।

PM Kisan Maandhan Yojana ବୟସ୍କ ଚାଷୀମାନଙ୍କ ପାଇଁ  ଉପହାର ସଦୃଶ l ଆପଣ ଏହାର ସଠିକ ଲାଭ ପାଇପାରିବେ । ତେବେ ଏହି ଯୋଜନାରେ ନିଜକୁ ସାମିଲ କରିବା ପାଇଁ ଆପଣଙ୍କୁ ସମସ୍ତ ସର୍ତ୍ତ ଜାଣିବାକୁ ପଡ଼ିବ l  ଯେଉଁଥିରେ ଆପଣଙ୍କୁ ସର୍ବପ୍ରଥମେ  ଆବଶ୍ୟକ  PM Samman Nidhi Yojana ସହିତ ସଂଯୁକ୍ତ ହେବାକୁ ପଡିବ । ଏହା ବ୍ୟତୀତ ଆପଣଙ୍କୁ ଯୋଜନାରେ ନିଜକୁ ତାଲିକାଭୁକ୍ତ ମଧ୍ୟ କରିବାକୁ ପଡିବ l ଆପଣଙ୍କର ସର୍ବନିମ୍ନ ବୟସ ଏଥିପାଇଁ ୧୮ରୁ ସର୍ବାଧିକ ୪୦ ବର୍ଷ ହେବା ଆବଶ୍ୟକ  ।

ସେହିପରି ବୟସ ଅନୁଯାୟୀ ଏଥିରେ ବିନିଯୋଗ କରିବାକୁ ପଡ଼ିବ ଅର୍ଥ । ଯଦି ଆପଣଙ୍କ ବୟସ ୧୮ ବର୍ଷ ତେବେ  ଏହି ଯୋଜନାରେ ଆପଣ ଯୋଗ ଦେଇପାରିବେ l  ତେବେ ଆପଣଙ୍କୁ ବୟସ ଅନୁଯାୟୀ ମାସିକ ୫୫ ଟଙ୍କା ପ୍ରିମିୟମ ଭରଣା କରିବାକୁ ପଡ଼ିବ । ଏହା ବ୍ୟତୀତ, ଯଦି ଆପଣଙ୍କ ବୟସ ୩୦ ବର୍ଷ ହୋଇଥାଏ ତେବେ ଆପଣଙ୍କୁ ଏହି ଯୋଜନା ମାଧ୍ୟମରେ ପ୍ରତି ମାସରେ ୧୧୦ ଟଙ୍କା ବିନିଯୋଗ କରିବାକୁ ପଡ଼ିବ । ସେହିପରି ଯଦି ଆପଣଙ୍କ ବୟସ  ୪୦ ବର୍ଷ ହୋଇଥାଏ ଆଉ ଆପଣ ଏଥିରେ ସାମିଲ ହେବାକୁ ଇଛା କରୁଛନ୍ତି ତେବେ  ଆପଣଙ୍କୁ ପ୍ରତି ମାସରେ ୨୨୦ ଟଙ୍କା ବିନିଯୋଗ କରିବାକୁ ପଡ଼ିବ । 

ତେବେ ବର୍ତ୍ତମାନ ବୃଦ୍ଧଙ୍କୁ ଏହି ଯୋଜନା ମାଧ୍ୟମରେ ପ୍ରତି ମାସରେ ୩୦୦୦ ଟଙ୍କା ପେନସନ୍ ପ୍ରଦାନ ପାଇଁ ଏକ ବ୍ୟବସ୍ଥା କରାଯାଇଛି ସରକାରଙ୍କ ଦ୍ୱାରା l ଯାହା ଜାଣିବା ଆପଣଙ୍କ ପାଇଁ ନିହାତି ଗୁରୁତ୍ୱପୂର୍ଣ୍ଣ ଅଟେ । ଆପଣ ୬୦ ବର୍ଷ ପରେ ଏହି ପେନସନ୍ ଟଙ୍କା ପାଇବା ଆରମ୍ଭ କରିବେ l ଯାହା ଆପଣଙ୍କୁ ସେ ମସୟରେ ଆର୍ଥିକ ସହାୟତା ପ୍ରଦାନ କରିବ l ମାସକୁ ୩୦୦୦ ଟଙ୍କା ପ୍ରତିବର୍ଷ ୩୬,୦୦୦ ଟଙ୍କା ପେନସନ୍ ଭାବରେ ଦିଆଯିବ ବୋଲି ସୂଚନା ରହିଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments