ଏଣିକି ରାସନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଲା । ନିକଟରେ ପ୍ରକାଶ ଥାଉ ଯେ, କେନ୍ଦ୍ରୀୟ ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ପିୟୂଷ ଗୋଏଲ କହିଥିଲେ ଯେ, ସରକାର ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆକ୍ଟ ଆଧାରରେ ଚାଉଳ, ଗହମ ଏବଂ ଅନ୍ୟ ଶସ୍ୟ କ୍ରମଶଃ କିଲୋ ପିଛା ୩ ଟଙ୍କା, ୨ ଟଙ୍କା ଏବଂ ୧ ଟଙ୍କା ହିସାବରେ ଦେଇଥାନ୍ତି ।
ତେବେ କେନ୍ଦ୍ରସରକାର ନିଷ୍ପତ୍ତି ନେଇଛନ୍ତି ଯେ, ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ଲୋକଙ୍କୁ ସଂପୂର୍ଣ୍ଣ ମାଗଣାରେ ରାସନ ମିଳିବ । ଏହି ଅନୁଯାୟୀ ଏବେ ପୁଣି ମାଗଣା ରାସନ ମଧ୍ୟ ମିଳିବା ଆରମ୍ଭ ହୋଇସାରିଛି l ସମସ୍ତ ଗରିବ ଲୋକ ମଧ୍ୟ ଏଥିରେ ଫାଇଦା ଉଠାଉଛନ୍ତି l
ତେବେ ଏହାରି ଭିତରେ ଆଉ ଏକ ବଡ ଖୁସି ଖବର ଆସିଛି । ସମଗ୍ର ଦେଶରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବଙ୍କ ପାଇଁ ଅନେକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରାଯାଇଛି ଯାହାର ଉଚିତ ଫାଇଦା ମଧ୍ୟ ଉଠାଉଛନ୍ତି ଗରିବ ଲୋକ । ଆଉ ଏବେ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ପ୍ୟାକେଟ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଯେଉଁଥିରେ ସେମାନଙ୍କୁ ଅଧିକ କିଛି ଖାଦ୍ୟ ସାମଗ୍ରୀ ସାମିଲ କରାଯାଇଛି ମାଗଣା ଦେବା ପାଇଁ l
ଏବେ ରାଜସ୍ଥାନ ସର୍କର ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି ଯାହାଦ୍ୱାରା ସେହି ରାଜ୍ୟରେ ଥିବା ଗରିବ ଲୋକଙ୍କୁ ଅନେକ ଫାଇଦା ମିଳିବ l ପୂର୍ବରୁ କେନ୍ଦ୍ର ସରକାର ମାଗଣା ରାସନ ପ୍ରଦାନ କରୁଛନ୍ତି କିନ୍ତୁ ଏବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଏହି ମାଗଣା ରାସନ ମଧ୍ୟରେ ଆଉ କିଛି ଅଧିକ ଖାଦ୍ୟ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି l ତେବେ ଗରିବ ପରିବାରକୁ ମାଗଣା ଖାଦ୍ୟ ପ୍ୟାକେଟ୍ ପ୍ରଦାନ କରିବା ଯୋଜନାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଗତକାଲି ଅନୁମୋଦନ କରିଛନ୍ତି । ଯାହାର ନା ‘ଅନ୍ନପୂର୍ଣ୍ଣା ଖାଦ୍ୟ ପ୍ୟାକେଟ୍ ସ୍କିମ୍’ l ଏହି ‘ଅନ୍ନପୂର୍ଣ୍ଣା ଖାଦ୍ୟ ପ୍ୟାକେଟ୍ ସ୍କିମ୍’ ନାମକ କାର୍ଯ୍ୟକ୍ରମରେ ମାସିକ ୩୯୨ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ସୂଚନା ରହିଛି ।
ଶୁକ୍ରବାର ଦିନ ଏକ ସରକାରୀ ବିବୃତ୍ତିରେ ଏହି ନୂତନ ସୂଚନା ଦିଆଯାଇଛି । ସବୁଠାରୁ ବଡ କଥା ହେଲା, ଏହି ଅନୁଯାୟୀ ରାଜ୍ୟର ୧.୦୬ କୋଟି ପରିବାରକୁ ରିଲିଫ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଗେହଲୋଟ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଖାଲି ଏତିକି ନୁହେଁ ସେଥିରେ ମୁଖ୍ୟମନ୍ତ୍ରୀଙ୍କ ମାଗଣା ଅନ୍ନପୂର୍ଣ୍ଣା ଖାଦ୍ୟ ପ୍ୟାକେଟ ଯୋଜନାକୁ ଲାଗୁ କରିବାକୁ ମଞ୍ଜୁରୀ ମଧ୍ୟ ଦେଇଛନ୍ତି । ଏହି ସର୍କର ପ୍ରତିଥର ଗରିବଙ୍କ ପାଇଁ ନୂଆ ନୂଆ ଯୋଜନା ପ୍ରଣୟନ କରିଥାନ୍ତି ଯାହାଦ୍ୱାରା ଏହି ରାଜ୍ୟର ଲୋକେ ଅନେକ ଉପକୃତ ହୋଇଥାନ୍ତି l
ସେହିପରି ଏହି ସ୍କିମ ଅଧୀନରେ ମାଗଣା ଖାଦ୍ୟ ସାମଗ୍ରୀ ଥିବା ପ୍ୟାକେଟଗୁଡ଼ିକୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଆସୁଥିବା ପରିବାରମାନଙ୍କୁ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି । ଏହି ସ୍କିମ ଅନୁଯାୟୀ, ପ୍ରତ୍ୟେକ ପ୍ୟାକେଟରେ ଏକ କିଲୋଗ୍ରାମ ଗ୍ରାମ୍ ଡାଲି, ଚିନି, ଲୁଣ, ୧ଲି. ଖାଇବା ତେଲ, ୧୦୦ ଗ୍ରାମ ଚିଲି ପାଉଡର, ଧନିଆ ପାଉଡର ଏବଂ ୫୦ ଗ୍ରାମ ହଳଦୀ ପାଉଡର ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ତେବେ ପ୍ରତ୍ୟେକ ପ୍ୟାକେଟର ମୂଲ୍ୟ ୩୭୭୦ ଟଙ୍କା ହେବ ବୋଲି ସୂଚନା ରହିଛି । ଏହି ଯୋଜନାରେ ମାସିକ ପ୍ରାୟ ୩୯୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଏହି ସରକାର ଘୋଷଣା କରିଛନ୍ତି ।
କେନ୍ଦ୍ର ସରକାରଙ୍କ ବଡ ଘୋଷଣା: ଆକାଉଣ୍ଟକୁ ଆସିବ ୧.୨୦ ଲକ୍ଷ ଟଙ୍କା
ଏହି ତିନୋଟି ଯୋଜନା ମଧ୍ୟମରେ ସରକାର ଯୋଗାଉଛନ୍ତି ଋଣ ,କୃଷକ ଉଠାଇପାରିବେ ଲାଭ
Share your comments