1. ସରକାରୀ ସ୍କିମ

ଏଥର ରାସନ କାର୍ଡରେ ମିଳିବ ଅଧିକ ଚାଉଳ ଓ ଗହମ

ଏବେ ରାସନ କାର୍ଡ଼ଧାରୀଙ୍କ ପାଇଁ ବଡ ଖୁସି ଖବର । କିଛି ଦିନ ତଥା କିଛି ବର୍ଷ ପୂର୍ବରୁ ମୋଦି ସରକାରଙ୍କ ଦ୍ୱାରା ୱାନ ନେସନ ୱାନ ରାସନ କାର୍ଡ଼ ଯୋଜନା ସାରା ଦେଶରେ ଲାଗୁ କରାଯାଇଛି । ଯାହାର ଲାଭ ଉଠାଉଛନ୍ତି ଗରିବ ଲୋକେ l

Tanushree Mahapatra
Tanushree Mahapatra
Government will give more items in ration card

Government will give more items in ration card

ଏବେ ରାସନ କାର୍ଡ଼ଧାରୀଙ୍କ ପାଇଁ ବଡ ଖୁସି ଖବର । କିଛି ଦିନ ତଥା କିଛି ବର୍ଷ ପୂର୍ବରୁ ମୋଦି ସରକାରଙ୍କ ଦ୍ୱାରା ୱାନ ନେସନ ୱାନ ରାସନ କାର୍ଡ଼ ଯୋଜନା ସାରା ଦେଶରେ ଲାଗୁ କରାଯାଇଛି । ଯାହାର ଲାଭ ଉଠାଉଛନ୍ତି ଗରିବ ଲୋକେ  l ଏଥିପାଇଁ ସମସ୍ତ ଦୋକାନରେ ଅନଲାଇନ ଇଲୋକ୍ଟ୍ରୋନିକ୍ ପଏଣ୍ଟ ଅଫ ସେଲ୍‌ ମେସିନ ବାଧ୍ୟତାମୂଳକ କରାଯାଇଛି।

ସୂଚନା ଅନୁଯାୟୀ , ବର୍ତ୍ତମାନ ସରକାରଙ୍କ ଏକ  ନିଷ୍ପତ୍ତିର ପ୍ରଭାବ ଦେଖିବାକୁ ମିଳିଛି । ବାସ୍ତବରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ, ହିତାଧିକାରୀ ମାନଙ୍କୁ ଯେପରି ସମ୍ପୂର୍ଣ୍ଣ ଭାବେ ଏବଂ ସଠିକ ସମୟରେ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଇ ପାରିବ , ସେଥିପାଇଁ  କେନ୍ଦ୍ର ସରକାର ଇଲୋକ୍ଟ୍ରୋନିକ୍ ପଏଣ୍ଟ ଅଫ ସେଲ୍‌ ମେସିନ ଗୁଡ଼ିକୁ ରାସନ ଦୋକାନରେ ଓଜନ ମେସିନ୍ ସହିତ ଯୋଡ଼ି  ଏକ ସହିତ କାର୍ଯ୍ୟ କରିବା ଲାଗି ନିଷ୍ପତ୍ତି ନେବା ସହ ଏହି ନିୟମରେ ସଂଶୋଧନ ମଧ୍ୟ କରିଛନ୍ତି । ଯାହା ପାଇଁ ଠକେଇ ର ଶିକାର ହେବେ ନାହିଁ କେହି l

ରାସନ କାର୍ଡଧାରୀମାନଙ୍କ ପାଇଁ ଏବେ ଏକ ବଡ ଖୁସି ଖବର ଦେଇଛନ୍ତି ସରକାର । ଏଣିକି ରାସନ କାର୍ଡରେ ଗ୍ରାହକ ପାଇବେ ୧୦ କେ.ଜି ଅଧିକ ଚାଉଳ-ଗହମ l ଯାହା ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯିବ ସରକାରଙ୍କ ତରଫରୁ । ପ୍ରତିବର୍ଷ କେନ୍ଦ୍ର ସରକାରଙ୍କ ତରଫରୁ ରାସନ କାର୍ଡଧାରୀଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ମିଳୁଛି । ତେବେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ରାସନ କାର୍ଡରେ ଅଧିକ ରାସନ ସାମଗ୍ରୀ ଦେବା ପାଇଁ ନିଷ୍ପତ୍ତି ହୋଇଛି । ସୂଚନା ଅନୁଯାୟୀ ସରକାରଙ୍କର ଏହି ସୁବିଧା ଦ୍ୱାରା ଦେଶର ପାଖାପାଖି ପ୍ରାୟତଃ ୫୭ ଲକ୍ଷ ଲୋକ ଲାଭବାନ୍ ହେବେ । ବିଶେଷ କରି ଗରିବ ତଥା ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଏହା ଖୁବ ସହାୟକ ହେବ ବୋଲି ଆଶା କରାଯାଉଛି । ତେବେ ସରକାରଙ୍କ ଏହି ସୁବିଧା ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବ l

ସୂଚନା ରହିଛି ଯେ , ବର୍ତ୍ତମାନ ରାଜ୍ୟରେ ପରିବାରର ପ୍ରତି ସଦସ୍ୟଙ୍କ ମୁଣ୍ଡପିଛା ପ୍ରାୟ ୪କେ.ଜି ମାଗଣା ରାସନ ସାମଗ୍ରୀ ପ୍ରଦାନ କରାଯାଉଛି ସରକାରଙ୍କ ତରଫରୁ । କିନ୍ତୁ ଏବେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ପରିବାରକୁ କିଲୋ ପ୍ରତି ଏଥର ୨୫ ଟଙ୍କା ମୂଲ୍ୟରେ ୧୦ କିଲୋ ପର୍ଯ୍ୟନ୍ତ ଅତିରିକ୍ତ ରାସନ ସାମଗ୍ରୀ ଯୋଗାଇ ଦିଆଯିବ । ତେବେ ଏ ନେଇ ନିଷ୍ପତ୍ତି ନେଇଛନ୍ତି ଜାମ୍ମୁ କାଶ୍ମୀର ସରକାର ଯାହା ଏବେ ସେହି ଅଞ୍ଚଳର ସମସ୍ତ ପରିବାରଙ୍କୁ ଲାଭ ଯୋଗାଇଦେବ । କିଛି ଦିନ ପୂର୍ବେ "ପ୍ରଧାନମନ୍ତ୍ରୀ ଖାଦ୍ୟ ଅନୁପୂରକ ଯୋଜନା" ଆରମ୍ଭ କରିଥିଲେ ଏଠାକାର ରାଜ୍ୟ ସରକାର ଯେଉଁଥିରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଥିଲା । ଯୋଜନା ଅନୁସାରେ, ଏହି ରାଜ୍ୟରେ ଥିବା ସମସ୍ତ ଗରିବ ପରିବାରଙ୍କୁ ସୁଲଭ ମୂଲ୍ୟରେ ରାସନ ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଛି । ତେବେ କହିବାକୁଗଲେ ବର୍ତ୍ତମାନ ଜମ୍ମୁ କାଶ୍ମୀରରେ ୧୪.୩୨ ଲକ୍ଷ ରାସନ କାର୍ଡଧାରୀ ବସବାସ କରୁଛନ୍ତି l ଏଠି ମଧ୍ୟରୁ ପ୍ରାୟ ୫୭, ୨୪,୦୦୦  ଉପଭୋକ୍ତା ରହିଛନ୍ତି । ଯେଉଁମାନେ ଏହି ଯୋଜନା ମାଧ୍ୟମରେ ଏହାର ଫାଇଦା ଉଠାଇପାରୁଛନ୍ତି l

ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ପ୍ରାୟ ୧.୮୦ କୋଟି ଟଙ୍କାର ଖର୍ଚ୍ଚ ହେବା l ଯେଉଁଥିରେ ସାଧାରଣ ଲୋକଙ୍କ ସୁବିଧା ପାଇଁ ଏହା ଅନେକ ଲାଭ ପ୍ରଦାନ କରିବ । ଗରିବ ପରିବାରଙ୍କ ମୁଣ୍ଡରୁ ଆର୍ଥିକ ବୋଝ ମଧ୍ୟ କମ୍ କରିବ l ଏହା ସହିତ ସେମାନଙ୍କୁ ଖାଦ୍ୟ ଏବଂ ସେମାନଙ୍କ ପୋଷଣ ସୁରକ୍ଷା ପାଇଁ ଏହି ସଂଶୋଧିତ ମୂଲ୍ୟକୁ ଆରମ୍ଭ କରାଯାଇଛି ରାଜ୍ୟରେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments