1. ସରକାରୀ ସ୍କିମ

ଗେଣ୍ଡୁ ଫୁଲ ଚାଷରେ ସରକାର ଯୋଗାଉଛନ୍ତି ସବସିଡି

କୃଷି ଓ କୃଷକ ର ଉନ୍ନତି ହେଲେ ସମାଜର ଉନ୍ନତି ସହ ଦେଶର ବିକାଶ ହୋଇଥାଏ । କୃଷକମାନେ ଆମ ଦେଶର ମେରୁଦଣ୍ଡ ଅଟନ୍ତି। ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ କୃଷକଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ।

Tanushree Mahapatra
Tanushree Mahapatra
Govt subsidy on marigold flower farming, image source -  pexels.com

Govt subsidy on marigold flower farming, image source - pexels.com

କୃଷି ଓ କୃଷକ  ର ଉନ୍ନତି ହେଲେ ସମାଜର ଉନ୍ନତି ସହ ଦେଶର ବିକାଶ ହୋଇଥାଏ । କୃଷକମାନେ ଆମ ଦେଶର ମେରୁଦଣ୍ଡ ଅଟନ୍ତି। ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ କୃଷକଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । କୃଷି ଦେଶର ସାମଗ୍ରିକ,ସାମାଜିକ ଏବଂ ଅର୍ଥନୈତିକ ବିକାଶ ରେ ସାହାଯ୍ୟ କରିଥାଏ । କୃଷିର ଉନ୍ନତିରେ ମାନବ ଜାତିର ଉନ୍ନତି ।କୃଷି କୃଷକ ପାଇଁ ଏକ ବୃତ୍ତି ନୁହେଁ, ଏହା ଜୀବନ ଧାରଣର ଏକ ଉଦ୍ଦେଶ୍ୟ ଏବଂ ସାମାଜିକ ବ୍ୟବସ୍ଥା ମଧ୍ୟରେ ଏକ ପରମ୍ପରା ।  

ସାର ହେଉ କି ବିହନ ସବୁଥିରେ ରାଜ୍ୟ ଏବଂ କେନ୍ଦ୍ର ସରକାର ସବସିଡି ପ୍ରଦାନ କରୁଛନ୍ତି l ଚାଷ କୁ ଆହୁରି ସରଳ ଏବଂ ଚାଷୀଙ୍କୁ ଚାଷ ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି lସରକାର ଚାଷ ସମ୍ବନ୍ଧୀୟ ନୂତନ କୌଶଳ ଅବଲମ୍ବନ କରୁଛନ୍ତି | ଯେଉଁଥିପାଇଁ କୃଷକମାନେ ସିଧାସଳଖ ଅନେକ ଲାଭ ପାଆନ୍ତି ଏବଂ ସେମାନଙ୍କର ଚାଷରେ ଅମଳ ମଧ୍ୟ ବୃଦ୍ଧି ପାଇଥାଏ |

ଏବେ ଦେଶରେ ଧୀରେ ଧୀରେ କୃଷକମାନେ ପୁଣି ଥରେ ପାରମ୍ପାରିକ ଚାଷ ଆଡକୁ ଆଗେଇ ଆସୁଛନ୍ତି । ଫସଲ ସହିତ କୃଷକମାନେ ମହୁ ଚାଷ ପ୍ରତି ମଧ୍ୟ ଦେଉଛନ୍ତି । ତେଣୁ ଏବେ ପ୍ରତି ରାଜ୍ୟରେ  କୃଷକମାନେ ବହୁ ପରିମାଣରେ ଗେଣ୍ଡୁ ଏବଂ ଗୋଲାପ ଫୁଲ ଚାଷ କରୁଥିବା ନଜିର ରହିଛି । ଏହି ଫୁଲର ଚାହିଦା ବିହାରରେ ଅଧିକ ଦେଖିବାକୁ ମିଳେ ତାହା ନୁହେଁ , ବରଂ ଦେଶର ଅନେକ ରାଜ୍ୟରେ ରହିଛି ଏହା ଚାହିଦା । ଯେଉଁଥିପାଇଁ ପୂର୍ବ ତୁଳନାରେ ଏବେ ସେଠାକାର କୃଷକଙ୍କ ଆୟ ମଧ୍ୟ ବୃଦ୍ଧି ପାଇଛି । ଏହି ଫୁଲର ଦେଶ ତଥା ଦେଶର ବାହାରେ ମଧ୍ୟ ଚାହିଦା ରହିଛି l ତେଣୁ ଏହି ଫୁଲ ଚାଷ କରି ଚାଷୀ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି l ଏହି ଚାଷ ପ୍ରତି ମହିଳାଙ୍କର ମଧ୍ୟ ଆଗ୍ରହ ବଢୁଥିବା ଦେଖିବାକୁ ମିଳୁଛି l ସରକାର ମଧ୍ୟ ବିହନ ଠାରୁ ଆରମ୍ଭ କରି ସାର ଏବଂ ସବସିଡି ଯୋଗାଇ ଦେଉଛନ୍ତି ଯାହାଦ୍ୱାରା ଅନେକ ସାହାଯ୍ୟ ହେଉଛି ଏହି ଚାଷ ପାଇଁ l

ଏବେ କୃଷକମାନଙ୍କୁ ଉତ୍ସାହିତ କରି ସରକାର ଫୁଲ ଚାଷ କରୁଥିବା ସେହି ଚାଷୀଙ୍କ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ଯାହାଦ୍ୱାରା ସେମାନଙ୍କ ରାଜାଗର ଦ୍ଵିଗୁଣ ହୋଇପାରିବ l ଆଉ ଏବେ ରାଜ୍ୟରେ ଏହି ପ୍ରକାର ଚାଷ କରୁଥିବା କୃଷକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ବିହାର ସରକାରଙ୍କ ପକ୍ଷରୁ ଫୁଲ ଚାଷକୁ ବୃଦ୍ଧି ଏବଂ ପ୍ରୋତ୍ସାହିତ କରିବା ପାଇଁ ସବସିଡି ଦେବା ନେଇ ଏକ ଯୋଜନା ପ୍ରସ୍ତୁତ କରାଯାଇଛି । ସରକାର ବିଶ୍ୱାସ କରନ୍ତି ଯେ, ଫୁଲ ହେଉଛି ଏକ ନଗଦ ଫସଲ । ଯଦି ରାଜ୍ୟର ଅଧିକ କୃଷକମାନେ ଫୁଲ ଚାଷ କରନ୍ତି, ତେବେ ସେମାନଙ୍କର ଆୟ ମଧ୍ୟ ବୃଦ୍ଧି ପାଇବ ଏହା ଜରିଆରେ ।

ସେହିପରି କୃଷକଙ୍କ ଆୟ ବଢ଼ାଇବା ପାଇଁ ସରକାର ଇଣ୍ଟିଗ୍ରେଟେଡ୍ ଉଦ୍ୟାନ କୃଷି ବିକାଶ ମିଶନ୍ ଯୋଜନା ମାଧ୍ୟମରେ ଫୁଲ ଚାଷ କରୁଥିବା ଚାଷୀଙ୍କୁ ବମ୍ପର ସବସଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ସରକାର ବର୍ତ୍ତମାନ ଗେଣ୍ଡୁ ଚାଷ ପାଇଁ ୭୦ ପ୍ରତିଶତ ସବସିଡି ଦେଉଛନ୍ତି ବୋଲି ସୂଚନା ରହିଛି । ଯଦି କୃଷକମାନେ ଏହି ସବସିଡିର ଉଚିତ ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଉଦ୍ୟାନ ବିଭାଗର ଅଫିସିଆଲ୍ ୱେବସାଇଟକୁ ଯାଇ ଏହି ସବସିଡି ପାଇଁ ଆବେଦନ କରିବାକୁ ପଡିବ ।

ସେହିପରି ଗେଣ୍ଡୁ ଚାଷ ପାଇଁ ବିହାର ରାଜ୍ୟ ସରକାର ହେକ୍ଟର ପିଛା ୟୁନିଟ୍ ମୂଲ୍ୟ ୪୦ ହଜାରରେ ସ୍ଥିର କରିଛନ୍ତି ବୋଲି ସୂଚନା ଦେଇଛନ୍ତି । ଏହା ଉପରେ ପ୍ରାୟ ୭୦ ପ୍ରତିଶତ ସବସିଡି ଦିଆଯିବ ଚାଷୀଙ୍କୁ । ଯଦି କୃଷକ ଭାଇମାନେ ଏକ ହେକ୍ଟରରେ ଗେଣ୍ଡୁ ଚାଷ କରନ୍ତି, ତେବେ ରାଜ୍ୟ ସରକାର ତାଙ୍କୁ ୨୮ ହଜାର ଟଙ୍କା ଯୋଗାଇ ଦେବେ । ଏହି ଯୋଜନା ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାଇଁ କୃଷକମାନେ ସରକାରୀ ୱେବସାଇଟ୍ horticulture.bihar.gov.inର ସାହାଯ୍ୟ ନେଇପାରିବେ । ଯେଉଁଠି ସେମାନଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ରହିଛି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments