Government Schemes

ସରକାରୀ କର୍ମଚାରୀମାନଙ୍କୁ ଝଟକା ଦେଲେ ମୋଦି ସରକାର

ଯଦି ଆପଣଙ୍କ ପରିବାରର କେହି ଜଣେ କେନ୍ଦ୍ର ସରକାରୀ କର୍ମଚାରୀ ଅଛନ୍ତି, ତେବେ କେନ୍ଦ୍ରର ଏହି ଖବର ଆପଣଙ୍କୁ ଦୁଃଖିତ କରିପାରେ ।

12 April, 2023 3:14 PM IST By: Tanushree Mahapatra

ଯଦି ଆପଣଙ୍କ ପରିବାରର କେହି ଜଣେ କେନ୍ଦ୍ର ସରକାରୀ କର୍ମଚାରୀ ଅଛନ୍ତି, ତେବେ କେନ୍ଦ୍ରର ଏହି ଖବର ଆପଣଙ୍କୁ ଦୁଃଖିତ କରିପାରେ । ୬୫ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରର ମୋଦି ସରକାର ଝଟକା ଦେଇଛନ୍ତି ଯାହାକୁ ଶୁଣିଲେ କେନ୍ଦ୍ର କର୍ମଚାରୀ ଦୁଃଖିତ ହୋଇଯିବେ ।

କିଛିଦିନ ତଳେ ସରକାର କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସୁଧ ହାର ବୃଦ୍ଧି କରିବା ପରେ ପରେ କର୍ମଚାରୀମାନେ ଜେନେରାଲ ପ୍ରୋଭିଡେଣ୍ଟ ପାଣ୍ଠି ଉପରେ ସୁଧ ହାର ବୃଦ୍ଧି କରିବେ ବୋଲି ଆଶା ରଖିଥିଲେ । ତେବେ ଦୁଃଖର କଥା ଯେ, କ୍ରମାଗତ ୧୪ ତମ ତ୍ରୈମାସିକ ପାଇଁ କେନ୍ଦ୍ର ସରକାର ଜିପିଏଫ ଉପରେ ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । ଏବେ ସୁଧ ହାର ବୃଦ୍ଧି ନହେବା କାରଣରୁ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ବଡ଼ ଝଟକା ଲାଗିଛି । ଯାହା ସେମାନେ ଆଶା ରଖିଥିଲେ ସେମାନଙ୍କୁ କେନ୍ଦ୍ର ସରକାର ଏବେ ବଡ ଧକ୍କା ଦେଇଛନ୍ତି l

କେନ୍ଦ୍ର ସରକାର ଜେନେରାଲ ପ୍ରୋଭିଡେଣ୍ଟ ପାଣ୍ଠି ଏପ୍ରିଲ-ଜୁନ୍ ୨୦୨୩ ତ୍ରୈମାସିକ ପାଇଁ ସିପିଏଫ ଦରରେ କୌଣସି ପରିବର୍ତ୍ତନ ନକରି କାର୍ଯ୍ୟକାରୀ କରିଛନ୍ତି । ତେବେ ସୂଚନା ଅନୁଯାୟୀ ଏପ୍ରିଲ ୧ରୁ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ମନୋନୀତ ଛୋଟ ସଞ୍ଚୟ ଯୋଜନାର ସୁଧ ହାରରେ ପରିବର୍ତ୍ତନ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ ର ସୁଧ ହାର ବୃଦ୍ଧି ନକରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯାହା ବଡ ଝଟକା ଦେଇଛି କେନ୍ଦ୍ରୀୟ କର୍ମଚାରୀଙ୍କୁ  । ଏହି କାରଣରୁ ସୁଧ ହାର ବୃଦ୍ଧି ହେବାର ଆଶା କରୁଥିବା ନିବେଶକଙ୍କୁ ଝଟକା ଲାଗିଛି ।

ଆପଣଙ୍କୁ କହି ରଖୁଛୁ ଯେ, ଗତ ୧୩ ତ୍ରୈମାସିକରୁ ଜିପିଏଫର ସୁଧ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଚତୁର୍ଦ୍ଦଶ ଥର ପାଇଁ ମଧ୍ୟ ସୁଧ ହାର ପୂର୍ବ ପରି ସମାନ ହାରରେ ମିଳିବ ବୋଲି ସୂଚନା ମିଳିଛି । ଅର୍ଥ ମନ୍ତ୍ରଣାଳୟ ତରଫରୁ ଏପ୍ରିଲରୁ ଜୁନ୍ ତ୍ରୈମାସରେ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି ଓ ଅନ୍ୟାନ୍ୟ ସମାନ ପାଣ୍ଠିରେ ଜମା ଉପରେ ସୁଧ ହାର ୭.୧ ପ୍ରତିଶତ ବଜାୟ ରଖିବାକୁ ଘୋଷଣା କରିଛନ୍ତି ମୋଦି ସରକାର ।

ସୂଚନାଯୋଗ୍ୟ ଯେ, ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି କେବଳ ସରକାରୀ କର୍ମଚାରୀଙ୍କୁ ହିଁ ଦିଆଯାଏ । ଜିପିଏଫ୍ ଅଧୀନରେ ସରକାରୀ କର୍ମଚାରୀମାନେ ସେମାନଙ୍କର ଦରମାର ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି ରେ ବିନିଯୋଗ କରିବାକୁ ଅନୁମତି ପାଇଛନ୍ତି ସରକାରଙ୍କ ତରଫରୁ  । ଚାକିରି ସମୟରେ ଜମା ହୋଇଥିବା ସମୁଦାୟ ରାଶି ଅବସର ସମୟରେ କର୍ମଚାରୀମାନଙ୍କୁ ଦିଆଯାଏ ଏହା ମାଧ୍ୟମରେ । ଜିପିଏଫ୍ ଉପରେ ସୁଧ ହାର ପ୍ରତ୍ୟେକ ତ୍ରୈମାସରେ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ସଂଶୋଧିତ ହୁଏ ତେବେ ଏଥିରେ ଏବେ ଆଉ କୌଣସି ପରିଵର୍ତନ ହେବ ନାହିଁ ଯାହା ପାଇଁ ଚିନ୍ତାରେ କର୍ମଚାରୀ  ।

ଏବେ ଗାଁ ଗାଁ ରେ ‘ମୋ ସେବା କେନ୍ଦ୍ର’, ସେବା ଯୋଗାଇବେ ସରକାର...

ପିଏମ କିଷାନର ବଡ଼ ଅପଡେଟ: ଆସିପାରେ ୧୪ତମ କିସ୍ତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)