1. ସରକାରୀ ସ୍କିମ

ପିଏମ କିଷାନର ବଡ଼ ଅପଡେଟ: ଆସିପାରେ ୧୪ତମ କିସ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ପ୍ରତ୍ୟକ୍ଷ ସହାୟତା ଦେବା ପାଇଁ ଡିସେମ୍ବର 2018 ରେ ପିଏମ କିସାନ ଯୋଜନା ଆରମ୍ଭ କରିଥିଲେ । ଏହା ପୂର୍ବରୁ କୃଷକମାନେ ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ କୌଣସି ସରକାରଙ୍କ ଠାରୁ ନଗଦ ସହାୟତା ପାଇ ନଥିଲେ ଯାହା କେନ୍ଦ୍ର ସର୍କର ୨୦୧୮ ରେ ଲାଗୁ କଲେ ।

Tanushree Mahapatra
Tanushree Mahapatra
Pm kisan yojana 14th installment update check your beneficiary

Pm kisan yojana 14th installment update check your beneficiary

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ପ୍ରତ୍ୟକ୍ଷ ସହାୟତା ଦେବା ପାଇଁ ଡିସେମ୍ବର 2018 ରେ ପିଏମ କିସାନ ଯୋଜନା ଆରମ୍ଭ କରିଥିଲେ । ଏହା ପୂର୍ବରୁ କୃଷକମାନେ ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ କୌଣସି ସରକାରଙ୍କ ଠାରୁ ନଗଦ ସହାୟତା ପାଇ ନଥିଲେ ଯାହା କେନ୍ଦ୍ର ସର୍କର ୨୦୧୮ ରେ ଲାଗୁ କଲେ  ।

ଯଦି ଆପଣ ପିଏମ କିସାନ ସ୍କିମ୍ ପାଇଁ ପଞ୍ଜୀକୃତ ହୋଇଛନ୍ତି , ତେବେ ଏହି ଯୋଜନାର ହିତାଧିକାରୀ ତାଲିକାରେ ଆପଣଙ୍କ ନାମ ଅଛି କି ନାହିଁ ତାହା ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ନଚେତ ଆପଣ ଏହି ଟଙ୍କା ପାଇବାରୁ ବଂଚିତ ହୋଇପାରନ୍ତି  ।

ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତିର ତାରିଖ ଖୁବ ଶୀଘ୍ର ଘୋଷଣା କରିପାରନ୍ତି କେନ୍ଦ୍ର ସରକାର । ଏହି କିସ୍ତି ଏପ୍ରିଲ ଓ ଜୁଲାଇ ୨୦୨୩ ମଧ୍ୟରେ ମିଳିବାର ଆଶଙ୍କା ରହିଛି ଯାହା ଚାଷୀଙ୍କ ପାଇଁ ଏକ ବଡ ଖୁସି ଖବର  । ତେବେ ସୂଚନାଯୋଗ୍ୟ ଯେ, ଏହାର ୧୩ତମ କିସ୍ତି ୨୬ ଫେବ୍ରୁଆରୀ ୨୦୨୩ରେ ଜାରି କରାଯାଇଥିଲା । ଏପରି ପରିସ୍ଥିତିରେ ଏହି ଯୋଜନାରେ ସାମିଲ ହୋଇଥିବା ନୂଆ ଚାଷୀଙ୍କୁ ନିଜର ପରବର୍ତ୍ତୀ କିସ୍ତିର ଲାଭ ଉଠାଇବା ପାଇଁ ଶୀଘ୍ର ଆବେଦନ କରିବାକୁ ପଡ଼ିବ । ଏହା ପୂର୍ବରୁ ଯେଉଁ ଚାଷୀମାନେ ଏହି ଯୋଜନା ପାଇଁ ଆବେଦନ କରିସାରିଛନ୍ତି, ସେମାନେ ନିଜ ସ୍ଥିତିର ଯାଞ୍ଚ କରିପାରିବେ ।

ବର୍ତ୍ତମାନ କୃଷକମାନେ ୧୪ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି ଅନ୍ୟପଟେ ସରକାର ମଧ୍ୟ ଏହି କିସ୍ତି ଦେବା ପାଇଁ ଖୁବ ଶୀଘ୍ର ଯୋଜନା କରୁଛନ୍ତି । ସରକାରଙ୍କ ଏହି ଉଚ୍ଚାଭିଳାଷୀ ଯୋଜନା ସହିତ ପାଖାପାଖି ପ୍ରାୟ ୯ କୋଟି କୃଷକ ଜଡିତ ଅଛନ୍ତି ଯେଉଁମାନେ ଅପେକ୍ଷା କରି ରହିଛନ୍ତି ଏହି ଯୋଜନାର ୧୪ ତମ କିସ୍ତି ପାଇଁ । ଏହି ଯୋଜନା ଅଧୀନରେ କୃଷକମାନେ ପ୍ରତିବର୍ଷ ଟଙ୍କା ପାଆନ୍ତି । ସରକାର ଏହି ଯୋଜନାର ହିତାଧିକାରୀମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦିଅନ୍ତି । ଏହା ବ୍ୟତୀତ ଏହି ଯୋଜନାରେ ପଞ୍ଜୀକୃତ ହୋଇଥିବା କୃଷକମାନଙ୍କ ପାଇଁ ସରକାର କିଷାନ କ୍ରେଡିଟ କାର୍ଡ ଆବଶ୍ୟକ କରୁଛନ୍ତି । ଏହାର ପ୍ରକୃତ ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ଆର୍ଥିକ ସ୍ତରରେ ସଶକ୍ତିକରଣ କରିବା ।

ତେବେ ଏହି ଯୋଜନାରେ ନିଜକୁ ରେଜିଷ୍ଟାର କରିବା ପାଇଁ ସମସ୍ତ ଆବଶ୍ୟକ ତଥ୍ୟ ଜାଣିବା ଅବଶ୍ୟକ l ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ରେଜିଷ୍ଟର କରିବା ପାଇଁ ପ୍ରଥମେ ଯୋଜନାର ଅଫିସିଆଲ ୱେବସାଇଟ www.pmkisan.gov.in କୁ ଯାଆନ୍ତୁ ଏବଂ ନିଜର ସମସ୍ତ ତଥ୍ୟ ରେଜିଷ୍ଟାର କରନ୍ତୁ  । ଏହାର ହୋମପେଜରେ ‘Farmer’ କର୍ଣ୍ଣରକୁ ଯାଇ ‘New Farmer Ragister’ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ନିଜର ଆଧାର ନମ୍ବର ଦିଅନ୍ତୁ ଓ ସେଠାରେ ଉପଲବ୍ଧ ଥିବା କ୍ୟାପଚ କୋଡ ଏଣ୍ଟର କରନ୍ତୁ । ପରେ ‘Click Here To Continue’ର ଅପସନ୍ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ‘YES’ ଉପରେ କ୍ଳିକ୍ କରି ପିଏମ କିଷାନ ପଞ୍ଜିକରଣ ଫର୍ମ ୨୦୨୩ ପୂରଣ କରନ୍ତୁ ଯେଉଁଥିରେ ନିଜର ସମସ୍ତ ତଥ୍ୟକୁ ସଠିକ ଭାବେ ପୂରଣ କରନ୍ତୁ । ଫର୍ମ ପୂରଣ କରିବା ପରେ ଏହାକୁ ସବମିଟ କରି ଏହାର ଏକ ପ୍ରିଣ୍ଟଆଉଟ ବାହାର କରନ୍ତୁ । ଯାହା ଭବିସ୍ୟତରେ ନିଜକୁ ସାହାଯ୍ୟ କରିବ l

ଏହି ଯୋଜନାରେ ରେଜିଷ୍ଟ୍ରେସନ କରିବା ପାଇଁ ଆପଣଙ୍କୁ ଆଧାର କାର୍ଡ, ଜମିର କାଗଜପତ୍ର, ନାଗରିକତା ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ପାସପୋର୍ଟ ସାଇଜ୍ ଫଟୋ ଇତ୍ୟାଦି ଡକ୍ୟୁମେଣ୍ଟ ଆବଶ୍ୟକ ପଡିବ । ଏହା ବ୍ୟତୀତ ଆପଣଙ୍କୁ ଏହି ବ୍ୟାଙ୍କ ଆକାଉଣ୍ଟର ଡିଟେଲ୍ସ ଦେବାକୁ ପଡ଼ିବ, ଯେଉଁଥିରେ ଆପଣ ପିଏମ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ମିଳୁଥିବା ଟଙ୍କା ନେବାକୁ ଚାହୁଁଛନ୍ତି ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହା ସହ ଆପଣଙ୍କୁ ଏକ ମୋବାଇଲ ନମ୍ବର ଦେବାକୁ ପଡିବ, ଯାହାଫଳରେ ଆପଣଙ୍କୁ ଏଥିରେ ଜଡ଼ିତ ଅପଡେଟ ମେସେଜ୍ ମାଧ୍ୟମରେ ମିଳିବ । ତେବେ ଡେରି ନ କରି ଶୀଘ୍ର ଏହାକୁ ଆବେଦନ କରନ୍ତୁ ନଚେତ ଏଥିରୁ ବଞ୍ଚିତ ହୋଇପାରନ୍ତି l

7th Pay Commission: ୪% ବଢିବ କେନ୍ଦ୍ରୀୟ କର୍ମଚାରୀଙ୍କ DA !

କୃଷକଙ୍କ ପାଇଁ ନୂଆ ସୁଯୋଗ ,ଉଦ୍ୟାନ କୃଷିକୁ ପ୍ରୋତ୍ସାହନ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments