1. ସରକାରୀ ସ୍କିମ

ଖୁସି ଖବର : ପୁଣି ବଢ଼ିଲା ଡିଏ, ତା ସହ ମିଳିବ ବକେୟା ଟଙ୍କା

ସାରା ଦେଶ ଏବେ ପର୍ବପର୍ବାଣୀ ପାଇଁ ଉତ୍ସବମୁଖର l ଆଗକୁ କିଛି ଦିନ ପରେ ଆସୁଛି ଦୀପାବଳି l ନିକଟରେ ଦୀପାବଳି ପୂର୍ବରୁ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରି ଖୁସି ଖବର ଦେଇଛନ୍ତି । ଏହା ପରେ ପରେ ଅନ୍ୟ ସମସ୍ତ ରାଜ୍ୟ ସରକାର ରାଜ୍ୟର କର୍ମଚାରୀଙ୍କ ପାଇଁ ଦରମା ବୃଦ୍ଧି କରି ଅନେକ ସୁବିଧା ଯୋଗାଉଛନ୍ତି ।

Tanushree Mahapatra
Tanushree Mahapatra
Gramin dak sevaks get da hikes , image source - pexels.com

Gramin dak sevaks get da hikes , image source - pexels.com

ସାରା ଦେଶ ଏବେ ପର୍ବପର୍ବାଣୀ ପାଇଁ ଉତ୍ସବମୁଖର l ଆଗକୁ କିଛି ଦିନ ପରେ ଆସୁଛି ଦୀପାବଳି l ନିକଟରେ ଦୀପାବଳି ପୂର୍ବରୁ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରି ଖୁସି ଖବର ଦେଇଛନ୍ତି ।

ଏହା ପରେ ପରେ ଅନ୍ୟ ସମସ୍ତ ରାଜ୍ୟ ସରକାର ରାଜ୍ୟର କର୍ମଚାରୀଙ୍କ ପାଇଁ ଦରମା ବୃଦ୍ଧି କରି ଅନେକ ସୁବିଧା ଯୋଗାଉଛନ୍ତି । ଏହା ବ୍ୟତୀତ କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କର ମଧ୍ୟ ଦୀପାବଳି ପୂର୍ବରୁ ଭତ୍ତା ସହିତ ଦରମା ବୃଦ୍ଧି କରିଛନ୍ତି । ଆଉ ଏବେ ପଡିଛି ଗ୍ରାମୀଣ ଡାକ ସେବକ କର୍ମଚାରୀଙ୍କ । 

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗ୍ରାମୀଣ ଡାକ ସେବକ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ପ୍ରଦାନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଭାରତ ସରକାର, ଅର୍ଥ ମନ୍ତ୍ରଣାଳୟ ଏବଂ  ବ୍ୟୟ ବିଭାଗ ମାଧ୍ୟମରେ ଚଳିତ ବର୍ଷ ଜୁଲାଇ ମାସ ୧ ତାରିଖରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଆଉ ଏକ କିସ୍ତି ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି । 

ସେହିପରି ଅନ୍ୟ କର୍ମଚାରୀର GDS ଉପକୃତ ହେବ l ସେହିପରି ଗ୍ରାମୀଣ ଡାକ ସେବା ମଧ୍ୟ ଉପକୃତ ହେବେ ବୋଲି ଆଶା କରାଯାଉଛି । ତେବେ ପୂର୍ବରୁ ୪୨% ର ମହଙ୍ଗା ଭତ୍ତା ବର୍ତ୍ତମାନ ବୃଦ୍ଧି ପରେ ୪୬% ହୋଇଛି । ସେହିପରି କେନ୍ଦ୍ରୀୟ କର୍ମଚାରୀମାନଙ୍କର DA କୁ ୪% ବୃଦ୍ଧି କରାଯାଇଛି ଦେଶରେ । ସେହିପରି ଗ୍ରାମୀଣ ଡାକ ସେବକଙ୍କୁ ମହଙ୍ଗା ଭତ୍ତା ଦେୟ ୦୧.୦୭.୨୦୨୩ ରୁ କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି ।

ସୂଚନା ଅନୁଯାୟୀ, ୪ ମାସର ବକେୟା ଗ୍ରହଣ କରାଯିବ ଏବଂ ମହଙ୍ଗା ଭତ୍ତା ବୃଦ୍ଧି ସହିତ ୪ ମାସର ବକେୟା ରାଶି ମଧ୍ୟ ଗ୍ରାମୀଣ ଡାକ ସେବକଙ୍କୁ ପ୍ରଦାନ କରାଯିବ । ଏଭଳି ପରିସ୍ଥିତିରେ ଡିସେମ୍ବରରେ GDS ର ଦରମାରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ରେକର୍ଡ ହୋଇପାରିବ ବୋଲି ଅସହ ରଖାଯାଇଛି । ଅନ୍ୟପଟେ ପୂର୍ବରୁ ରେଳବାଇ ବୋର୍ଡ ଏହାର କର୍ମଚାରୀମାନଙ୍କ ପାଇଁ ୨୩ ଜୁଲାଇ ୧ରୁ କାର୍ଯ୍ୟକାରୀ ହେଉଥିବା ମୌଳିକ ବେତନର ୪୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିବାର ଦେଖିବାକୁ ମିଳିଥିଲା।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments