1. ସରକାରୀ ସ୍କିମ

ଜଲଦି କରନ୍ତୁ ଏହି କାମ, ନଚେତ ମିଳିବନି ରାସନ !

ଗରିବ କଲ୍ୟାଣ ଯୋଜନା ଅଧୀନରେ ମିଳୁଛି ରାସନ l ଯାହା ପ୍ରତିବର୍ଷ ଗରିବ ଲୋକଙ୍କୁ ପ୍ରଦାନ କରୁଛନ୍ତି l ତେବେ ରାସନ କାର୍ଡ ଯଦି ଆପଣଙ୍କର ରହିଛି ଏବଂ ସରକାର ପ୍ରଦାନ କରୁଥିବା ମାଗଣା ରାସନ ଯୋଜନାର ଲାଭ ଉଠାଉଛନ୍ତି l ତେବେ ନିଶ୍ଚୟ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇଥିବ । ତେବେ ସରକାରଙ୍କ ଦ୍ୱାରା ପ୍ରଚଳିତ ରାସନ କାର୍ଡ ସହିତ ଜଡିତ ସମସ୍ତ ନିୟମ ବିଷୟରେ ଆପଣ ଜାଣିଥିବେ ।

Tanushree Mahapatra
Tanushree Mahapatra
If you are in this list advice to surrender your ration card , image source - pexels.com

If you are in this list advice to surrender your ration card , image source - pexels.com

ଗରିବ କଲ୍ୟାଣ ଯୋଜନା ଅଧୀନରେ ମିଳୁଛି ରାସନ l ଯାହା ପ୍ରତିବର୍ଷ ଗରିବ ଲୋକଙ୍କୁ ପ୍ରଦାନ କରୁଛନ୍ତି l ତେବେ ରାସନ କାର୍ଡ ଯଦି ଆପଣଙ୍କର ରହିଛି ଏବଂ ସରକାର ପ୍ରଦାନ କରୁଥିବା ମାଗଣା ରାସନ ଯୋଜନାର ଲାଭ ଉଠାଉଛନ୍ତି l ତେବେ ନିଶ୍ଚୟ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇଥିବ । 

ତେବେ ସରକାରଙ୍କ ଦ୍ୱାରା ପ୍ରଚଳିତ ରାସନ କାର୍ଡ ସହିତ ଜଡିତ ସମସ୍ତ ନିୟମ ବିଷୟରେ ଆପଣ ଜାଣିଥିବେ । ଆଉ ଏହି ନିୟମ ନ ମାନିଲେ ଆପଣଙ୍କ ରାସନ କାର୍ଡ ଆପଣ ରାସନ ପାଇ ପାରିବ ନାହିଁ l ଯେପରିକି ଆପଣ ଜାଣିଥିବେ, କରୋନା ପରଠାରୁ କେନ୍ଦ୍ର ସରକାର କୋଟି କୋଟି ରାସନ କାର୍ଡଧାରୀଙ୍କୁ ମାଗଣା ରାସନର ସୁବିଧା ଯୋଗାଇ ଆସୁଛନ୍ତି । ଯାହା ଦ୍ୱାରା ଉପକୃତ ହେଉଛନ୍ତି ଲକ୍ଷ ଲକ୍ଷ ଜନତା l ତେବେ ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା 'ମାଗଣା ରାସନ ଯୋଜନା' ଡିସେମ୍ବର ୨୦୨୩ ମସିହା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ନିକଟରେ କାର୍ଡଧାରୀଙ୍କ ପାଇଁ ସରକାରଙ୍କ ଦ୍ୱାରା ଏକ ପରାମର୍ଶ ଜାରି କରାଯାଇଛି । ଯାହାଦ୍ୱାରା ଏ ନିୟମ ନ ମାନିଲେ ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି l

ସରକାରୀ ତଥ୍ୟ ଅନୁଯାୟୀ ବହୁ ସଂଖ୍ୟାରେ ଅଯୋଗ୍ୟ ଲୋକ ମାଗଣା ଚାଉଳ ଏବଂ ଗହମର ଲାଭ ଉଠାଉଛନ୍ତି । ଏଭଳି ପରିସ୍ଥିତିରେ ସରକାରଙ୍କ ନିର୍ଦେଶ ଅନୁଯାୟୀ ଅଯୋଗ୍ୟ ଲୋକମାନେ ନିଜର ରାସନ କାର୍ଡ ସମର୍ପଣ କରିପାରିବେ । ସରକାରଙ୍କ ଚେତାବନୀ ଅନୁଯାୟୀ ଅଯୋଗ୍ୟ ଲୋକମାନେ ମାଗଣା ରାସନର ଲାଭ ଉଠାଉଛନ୍ତି ତେବେ ସରକାର ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସରକାର ମଧ୍ୟ ସମୟ ସମୟରେ ରାସନ କାର୍ଡ ସମର୍ପଣ କରିବାକୁ ନିବେଦନ କରୁଛନ୍ତି । ଯଦି ଆପଣ ଅଯୋଗ୍ୟ ହୋଇ ମଧ୍ୟ ରାସନ କାର୍ଡରେ ରାସନର ଲାଭ ଉଠାଉଛନ୍ତି ଏବଂ କାର୍ଡ ଫେରସ୍ତ ନ କରନ୍ତି , ତେବେ ଯାଞ୍ଚ ପରେ ଖାଦ୍ୟ ବିଭାଗ ଦଳ ଆପଣଙ୍କ ରାସନ କାର୍ଡ ବାତିଲ କରିବେ । କେବଳ ଏତିକି ନୁହେଁ, ଏପରି ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।

ଖାଦ୍ୟ ବିଭାଗ ଅନୁଯାୟୀ ନିଷ୍ପତି ଅନୁଯାୟୀ , ଯଦି ଜଣେ କାର୍ଡଧାରୀଙ୍କର ୧୦୦ ବର୍ଗ ମିଟରର ଏକ ପ୍ଲଟ୍ ଅଛି, ତେବେ ସେ ମାଗଣା ରାସନ ଯୋଜନା ପାଇଁ ଅଯୋଗ୍ୟ ହେବେ । ଏହା ବ୍ୟତୀତ ଯଦି କାର କିମ୍ବା ଅନ୍ୟାନ୍ୟ ଚାରି ଚକିଆ ଗାଡି ରହିଛି ତେବେ ମଧ୍ୟ ସେମାନେ ଅଯୋଗ୍ୟ , ସେହିପରି ବାର୍ଷିକ ଆୟ ୨ ଲକ୍ଷରୁ ଅଧିକ ଓ ସହରରେ ୩ ଲକ୍ଷ ଟଙ୍କା ଅଛି ତେବେ ଏପରି ବ୍ୟକ୍ତି ମଧ୍ୟ ଅଯୋଗ୍ୟ ଲ

ତେବେ ଅଯୋଗ୍ୟ କାର୍ଡଧାରୀଙ୍କୁ  ନିକଟସ୍ଥ ତହସିଲ କିମ୍ବା ଡିଏସଓ କାର୍ଯ୍ୟାଳୟରେ ରାସନ କାର୍ଡ ଫେରସ୍ତ କରିବାକୁ ପଡିବ। । ଯଦି ରାସନ କାର୍ଡ ସମର୍ପଣ କରନ୍ତି ନାହିଁ, ତେବେ ପରବର୍ତ୍ତୀ ଅନୁସନ୍ଧାନ ପରେ କାର୍ଡ ବାତିଲ ହେବା ସହିତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ତେବେ ବାସ୍ତବରେ, ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ମଧ୍ୟ ସମ୍ପୁର୍ଣ୍ଣ ସମୃଦ୍ଧ ବ୍ୟକ୍ତିମାନେ ଏପିଏଲ୍ ଏବଂ ବିପିଏଲ୍ ରାସନ କାର୍ଡ ରଖିଥିବା ଜଣାପଡ଼ିଛି  । ଯାହା ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ଅନେକ ଯୋଗ୍ୟ ପରିବାରଙ୍କ ରାସନ କାର୍ଡ ପାଇ ପାରୁନାହାନ୍ତି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments