1. ସରକାରୀ ସ୍କିମ

PM KISAN SCHOLARSHIP: ପିଏମ କିସାନ ଛାତ୍ରବୃତ୍ତି ବଢ଼ାଇବେ ସରକାର !

ପ୍ରତ୍ୟକ୍ଷ ସହାୟତ ଦେବା ପାଇଁ ଡିସେମ୍ବର ୨୦୧୮ ରେ ପିଏମ କିସାନ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅଧୀନରେ ଅନେକ ବିକାଶ ମୂଳକ କାର୍ଯ୍ୟ କରୁଛନ୍ତି ସରକାର l

Tanushree Mahapatra
Tanushree Mahapatra

କେନ୍ଦ୍ର ସରକାର ବିଭିନ୍ନ ସମୟରେ ସାଧାରଣ ଲୋକଙ୍କ ସହିତ ଚାଷୀ ଏବଂ ଦେଶର ଗରିବ ଲୋକଙ୍କ ପାଇଁ ଯୋଜନା ପ୍ରଚଳିତ କରୁଛନ୍ତି l ଯାହାର ସହାୟତା ପାଉଛନ୍ତି ଜନସାଧାରଣ l ସେହିପରି କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ କୃଷି ସାହାୟତ ଯୋଜନା (PM-KISAN) ନାମକ ଏକ ଯୋଜନା କାର୍ଯ୍ୟକାରୀ କରିଛନ୍ତି l ଯାହାଦ୍ୱାରା ଦେଶର ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଥାଏ l ଯେଉଁ ଯୋଜନାରେ କୃଷକମାନଙ୍କୁ ବାର୍ଷିକ ୬,୦୦୦ ଟଙ୍କା ପର୍ଯ୍ୟନ୍ତ ସବସିଡି ଯୋଗାଯାଉଛି । ଏହି ଅନୁଯାୟୀ ଦେଶର ୮.୫ କୋଟିରୁ ଅଧିକ ଚାଷୀଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ତିନୋଟି କିସ୍ତିରେ ପ୍ରତିବର୍ଷ ୨,୦୦୦ ଟଙ୍କା ପ୍ରଦାନ କରାଯାଉଛି । ଯାହା ତାଙ୍କ ଚାଷକାର୍ଯ୍ୟ ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛି l

ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଏହି ଆର୍ଥିକ ସହାୟତା ରାଶି ୮,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି ବୋଲି ଏକ ରିପୋର୍ଟ ଅନୁଯାୟୀ ଆଲୋଚନା ଚାଲିଛି । ବର୍ତ୍ତମାନ ଚାଷୀଙ୍କୁ ପ୍ରତି ୪ ମାସରେ ୨୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି । ଏହି ଯୋଜନାର ପରିମାଣ ରାଶି ହିତାଧିକାରୀମାନଙ୍କୁ ପ୍ରତିବର୍ଷ ଏପ୍ରିଲ-ଜୁଲାଇ, ଅଗଷ୍ଟ-ନଭେମ୍ବର ଏବଂ ଡିସେମ୍ବର-ମାର୍ଚ୍ଚ ମଧ୍ୟରେ ପ୍ରଦାନ କରାଯାଏ ।

ପ୍ରଧାନ ମନ୍ତ୍ରୀ କୃଷି ସାହାୟତ ଯୋଜନା କିପରି ଲାଭ ଦେଉଛି :-

ଦେଶର ପ୍ରତି କୃଷକମାନଙ୍କ ପାଇଁ ଏହି କୃଷି ସହାୟତା ଯୋଜନା ପ୍ରଥମେ ଫେବୃଆରୀ ୨୦୧୯ ମସିହାରେ  ଆରମ୍ଭ କରାଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ସମୁଦାୟ ୧୫ ଟି କିସ୍ତି ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଯୋଜନାରେ ସାମିଲ ଥିବା ହିତାଧିକାରୀଙ୍କୁ ମୋଟ ୨.୭୫ ଲକ୍ଷ କୋଟି ପର୍ଯ୍ୟନ୍ତ ପ୍ରଦାନ କରାଯାଇଛି । କୁହାଯାଉଛି ଯେ, ଏଭଳି ପରିସ୍ଥିତିରେ ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର  ସହାୟତା ରାଶି ୮,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି l ଖୁବ ଶୀଘ୍ର ଏହା ଉପରେ କେନ୍ଦ୍ର ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି ।

ଏହାପୂର୍ବରୁ ମୋଦି ସରକାର ( modi govt ) ଗତ ବର୍ଷ ୧୫ ନଭେମ୍ବରରେ ୧୫ ତମ କିସ୍ତି ରିଲିଜ କରିଥିଲେ ଚାଷୀଙ୍କ ହିତରେ । ଏହା ମାଧ୍ୟମରେ ପ୍ରାୟ ୮.୫ କୋଟିରୁ ଅଧିକ ଚାଷୀଙ୍କୁ ୧୮,୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ଏହି ଯୋଜନା ମାଧ୍ୟମରେ । ଏହାପୂର୍ବରୁ, ଗତ ବର୍ଷ ଜୁଲାଇରେ ୧୪ ତମ କିସ୍ତି ପ୍ରଦାନ କରିଥିଲେ ସରକାର l ସେହିପରି ଫେବୃଆରୀରେ ୧୩ ତମ କିସ୍ତି ଏବଂ ଅକ୍ଟୋବର ୨୦୨୨ ରେ ଦ୍ୱାଦଶ କିସ୍ତି ଏବଂ ମେ ୨୦୨୨ ମସିହାରେ ଏକାଦଶ କିସ୍ତି ପ୍ରଦାନ କରାଯାଇଥିଲା ଚାଷୀଙ୍କୁ । ଏହି ଯୋଜନା ପ୍ରଚଳିତ ସମୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଦେଶର ପ୍ରତି ଗରିବ ଲୋକଙ୍କୁ ମାସକୁ ୫ କିଲୋଗ୍ରାମ ଖାଦ୍ୟ ଆକାରରେ ଖାଦ୍ୟ ଏବଂ ଶସ୍ୟ ମାଗଣାରେ ଯୋଗାଇ ଦିଆଯାଉଛି । ଯାହା ଖୁବ କମ ଦରରେ ଲୋକେ କିଣି ଖାଇପାରୁଛନ୍ତି l

କ'ଣ ରହିଛି ଉଦ୍ଦେଶ୍ୟ:-

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସର୍ବଦା ତତ୍ପର ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିବାକୁ l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି  l ଯେପରି ଆପଣ ସମସ୍ତେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ  l ଚାଷ ହେଉଛି ଆମ ଦେଶର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଆଉ ଏକ ରାସ୍ତା l ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ପ୍ରତ୍ୟକ୍ଷ ସହାୟତ ଦେବା ପାଇଁ ଡିସେମ୍ବର ୨୦୧୮ ରେ ପିଏମ କିସାନ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅଧୀନରେ ଅନେକ ବିକାଶ ମୂଳକ କାର୍ଯ୍ୟ କରୁଛନ୍ତି ସରକାର l ଏହି ଯୋଜନା ଚାଷୀମାନଙ୍କୁ ପ୍ରତିବର୍ଷ ଆର୍ଥିକ ସହାୟତା ଯୋଗାଇଥାଏ  l ପ୍ରତି ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ସ୍ଥାନାନ୍ତର କରନ୍ତି ସରକାର ।

କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଏବଂ ଚାଷରେ ଅସୁବିଧାର ସମସ୍ୟା ଭୋଗୁଥିବା ଚାଷୀଙ୍କ ଆର୍ଥିକ ସମସ୍ୟାକୁ ଦୂର କରିବା ହେଉଛି କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ । ସେଥିପାଇଁ ଚାଷୀଙ୍କ ପାଇଁ ଦେଶରେ ପ୍ରଚଳନ କରିଛନ୍ତି ଅନେକ କୃଷି ଯୋଜନା l ଯାହା ମଧ୍ୟରୁ ପିଏମ କିସାନ ଯୋଜନା ହେଉଛି ଅନ୍ୟତମ ଏବଂ ଲାଭଦାୟକ ମଧ୍ୟ l ତେବେ ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ଉତ୍ସାହିତ କରାଯାଇପାରୁଛି l ଏହି ଆର୍ଥିକ ସହାୟତା ମାଧ୍ୟମରେ କେନ୍ଦ୍ର ସରକାର ଛାତ୍ର ବୃତ୍ତିକୁ ବଢାଇବାକୁ ନିଷ୍ପତ୍ତି ନେଇପାରନ୍ତି l ଯାହାଦ୍ୱାରା ଚାଷୀଙ୍କ ପିଲାଙ୍କୁ ଲାଭ ମିଳିପାରିବ ଶିକ୍ଷା କ୍ଷେତ୍ରରେ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments