Government Schemes

ଖୁସି ଖବର: ଆଜି ଆକାଉଣ୍ଟକୁ ଆସିବ କାଳିଆ ଟଙ୍କା

ଆଜି ଚାଷୀମାନଙ୍କୁ ମିଳିବ କାଳିଆ ସହାୟତା ଅର୍ଥରାଶି....

11 March, 2024 10:35 AM IST By: Tanushree Mahapatra

ଚାଷୀଙ୍କ ପାଇଁ ଖୁସି ଖବର l ଆଜି ଚାଷୀଙ୍କ ଆକାଉଣ୍ଟକୁ ଆସିବ କାଳିଆ ଟଙ୍କା l ଆଜି ଚାଷୀମାନଙ୍କୁ ମିଳିବ କାଳିଆ ସହାୟତା ଅର୍ଥରାଶି । ସରକାରଙ୍କ ଘୋଷଣା ଅନୁଯାୟୀ ମାର୍ଚ୍ଚ ମାସରେ ହିଁ ଚାଷୀଙ୍କୁ ଆଜି ମିଳିବ କାଳିଆ ଟଙ୍କା l ଚାଷୀଙ୍କୁ ଖରିଫ ଚାଷ ପାଇଁ ମିଳିବ କାଳିଆ ସହାୟତା ରାଶି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ହିତାଧିକାରୀଙ୍କୁ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସହାୟତା ଅର୍ଥ ବଣ୍ଟନର ଶୁଭାରମ୍ଭ କରିବେ ।

ରାଜ୍ୟର ୪୬ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର ଉପକୃତ ହେବେ ଏହି କାଳିଆ ଆର୍ଥିକ ରାଶିରେ  । ୯୩୩ କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ ଚାଷୀଙ୍କୁ । ଏହାଛଡା ରାଜ୍ୟର ୧୮ ଲକ୍ଷରୁ ଅଧିକ ଭୂମିହୀନ ଚାଷୀ ପରିବାରଙ୍କୁ ୩୬୦ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ l ସେହିପରି ଆଜି ୩୦ଟି ଜିଲ୍ଲାରେ କାଳିଆ କେନ୍ଦ୍ରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ।

୨୦୧୮ ମସିହା ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ‘କାଳିଆ’ ଯୋଜନା ପ୍ରଚଳନ କରିଥିଲେ । ଏହି ଯୋଜନା ମାଧ୍ୟମରେ ପ୍ରତିବର୍ଷ ହିତାଧିକାରୀମାନଙ୍କୁ ଦୁଇଟି ପର୍ଯ୍ୟାୟରେ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ରାଜ୍ୟ ବଜେଟ୍‌‌ରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟୟବରାଦ ମଧ୍ୟ କରାଯାଇଛି । ଏହି ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି ପ୍ରତିବର୍ଷ ପ୍ରତି କିସ୍ତି ଟଙ୍କା ।

କାଳିଆ ଯୋଜନାରେ ସୁବିଧା

ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ବିଭିନ୍ନ ପ୍ରକାର ସହାୟତା ରାଶି ପ୍ରଦାନ କରାଯାଇଥାଏ l ଗ୍ରାମାଞ୍ଚଳର ଭୂମିହୀନ ଚାଷୀ ପରିବାର ପାଇଁ କୃଷିଭିତ୍ତିକ ଆନୁଷଙ୍ଗିକ କାର୍ଯ୍ୟ ଏଥିରେ ସାମିଲ ଯଥା- କ୍ଷୁଦ୍ର ଛେଳିପାଳନ , କ୍ଷୁଦ୍ର କୁକୁଡା ପାଳନ , ବତକ ପାଳନ , ମତ୍ସ୍ୟଜୀବୀମାନଙ୍କୁ ମାଛଧରା ଉପକରଣ ବଣ୍ଟନ , ଛତୁଚାଷ ଓ ମହୁଚାଷ ଇତ୍ୟାଦି ନିମନ୍ତେ ୧୨,୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ସେହିପରି ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତିମାନଙ୍କ ପାଇଁ ଏହି ଯୋଜନା ବିଶେଷ ଭାବେ ସହାୟ ହେଉଛି ।

କୃଷକ ଏବଂ ଭୂମିହୀନଙ୍କ ପାଇଁ ଜୀବନ ବୀମା ସୁବିଧା

ଚାଷୀ ଓ ଭୂମିହୀନ ଚାଷୀଙ୍କ ମୃତ୍ୟୁ ପରେ ପରିବାରର ସଦସ୍ୟମାନେ ସମ୍ମୁଖୀନ ହେଉଥିବା ଆର୍ଥିକ ଦୁରାବସ୍ଥାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଜୀବନ ବୀମା ସହାୟତାର ବ୍ୟବସ୍ଥା କରାଯାଇଛି ଏହି ଯୋଜନାରେ । ୧୮ରୁ ୫୦ ବର୍ଷ ବୟସ ମଧ୍ୟରେ ସମସ୍ତ ସଞ୍ଚୟ ଜମାଖାତାଧାରୀଙ୍କ ପାଇଁ ବାର୍ଷିକ ୨ ଲକ୍ଷ ଟଙ୍କାର ଜୀବନ ବୀମା ପ୍ରଦାନ କରାଯାଉଛି।

ଅସମର୍ଥ ଚାଷୀ ପରିବାର ଏବଂ ଭୂମିହୀନଙ୍କୁ ସହାୟତା

ଯେଉଁ କ୍ଷୁଦ୍ର, ନାମମାତ୍ର କୃଷି ପରିବାର ଚାଷୀ ବର୍ଦ୍ଧକ୍ଯ, ଅକ୍ଷମତା କିମ୍ବା ରୋଗଦ୍ବାରା ଆକ୍ରାନ୍ତ ହୋଇ କୃଷି କାର୍ଯ୍ୟ ଓ ଜୀବିକା ଉପାର୍ଜନ କରିବା ନିମନ୍ତେ ଅସମର୍ଥ ହୋଇପଡୁଛନ୍ତି , ସେମାନଙ୍କ ପରିବାର ପିନ ଜୀବିକା ନିର୍ବାହ କରିବା ନିମନ୍ତେ ଏକକାଳୀନ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ପ୍ରତିବର୍ଷ ଏଥିପାଇଁ ୫ ଲକ୍ଷ ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରୁଛନ୍ତି ।

ONION PRICE: ରସୁଣ ପରେ ବଢ଼ିପାରେ ପିଆଜ ଦର

Cabinet Big Decision: ସାର ସବସିଡିକୁ କ୍ୟାବିନେଟ୍ ମଞ୍ଜୁରୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)