1. କୃଷି ବିଶ୍ବକୋଷ

ONION PRICE: ରସୁଣ ପରେ ବଢ଼ିପାରେ ପିଆଜ ଦର

ପୁଣି ବଢ଼ିପାରେ ପିଆଜ ଦର l ଚିନ୍ତାରେ ଖାଉଟି.....!

Tanushree Mahapatra
Tanushree Mahapatra
Onion prices may hike again, image source - pixeles

Onion prices may hike again, image source - pixeles

କିଛି ଦିନ ପୂର୍ବରୁ ବଢ଼ିଥିଲା ବିଭିନ୍ନ ପନିପରିବା ଦର l ଯାହାକୁ ନେଇ ଦେଖିବାକୁ ମିଳିଥିଲା ଖାଉଟି ଅସନ୍ତୋଷ l ତେବେ ଏବେ ଆଉ ଥରେ ବଢ଼ିଛି କିଛି କିଛି ପରିବା ଦର l ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଖାଉଟି ବା ଗ୍ରାହକ l

ପ୍ରତିଦିନ ଖାଦ୍ୟ ପଦାର୍ଥର ଦର ବୃଦ୍ଧି ପାଉଛି l  ଯାହା ଖାଉଟିଙ୍କ ଉପରେ ପ୍ରଭାବ ପକାଉଛି l ପ୍ରଥମେ ଟମାଟର , ପିଆଜ , ରସୁଣ ଦର ବଢିଥିଲା ଆଉ ଏବେ କିଛିଦିନ ତଳେ ଅଦା ଦର ପ୍ରଭାବ ପକାଇଥିଲା ଖାଉଟିଙ୍କ ପକେଟ ଉପରେ l ତେବେ ସେପଟେ ମୁଦ୍ରାସ୍ଫୀତି ହ୍ରାସର କୌଣସି ଲକ୍ଷଣ ଦେଖାଯାଉନାହିଁ l ଅଦା ଦର ବଢ଼ିବା ପରେ ଏବେ ପୁଣି ଥରେ ରସୁଣ ଦର ବଢ଼ିଥିଲା l ଏତିକି ସମୟରେ ପୁଣି ଥରେ ପିଆଜ ଦର ବଢ଼ିବା ଆଶଙ୍କା ଦେଖା ଯାଉଛି l

ଦେଶରେ ପିଆଜ ଦର ଗତ କିଛି ସମୟ ପାଇଁ ସ୍ଥିର ଥିବାବେଳେ ରସୁଣ ଦର ବୃଦ୍ଧି ସାଧାରଣ ଜନତାଙ୍କୁ ଅସନ୍ତୁଷ୍ଟ କରିଥିଲା । ତେବେ ଗତ ସପ୍ତାହରୁ ପିଆଜ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି l ଦିଲ୍ଲୀର ଆଜାଦପୁର ମାଣ୍ଡିରେ ପିଆଜ ହାରରେ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଥିଲା । କିଲୋ ପିଛା ୧୬ ରୁ ୨୪ ଟଙ୍କା ମଧ୍ୟରେ ଉପଲବ୍ଧ ଥିବା ପିଆଜ ଏହି ଶନିବାର ଠାରୁ ଆଜାଦପୁର ମାଣ୍ଡିରେ କିଲୋଗ୍ରାମ ପିଛା ୧୭ ରୁ ୨୭ ଟଙ୍କା ମୂଲ୍ୟରେ ବିକ୍ରି ହେବା ଆରମ୍ଭ କରିଛନ୍ତି ବ୍ୟବସାୟୀ। ବାସ୍ତବରେ ପିଆଜ ସମ୍ବନ୍ଧରେ କେନ୍ଦ୍ର ସରକାର ନିକଟରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ l ଯେଉଁଥିପାଇଁ ଏହାର ମୂଲ୍ୟ ବଢୁଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ଏହାର ମୂଲ୍ୟ ଆହୁରି ଅଧିକ ବୃଦ୍ଧି ହେବାର ସମସ୍ତ ସମ୍ଭାବନା ରହିଛି ବୋଲି ମଧ୍ୟ କୁହାଯାଉଛି ।

ପିଆଜ ରପ୍ତାନୀ ସମ୍ପର୍କରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ନ୍ୟାସନାଲ କୋଅପରେଟିଭ ଏଏକ୍ସପୋର୍ଟସ ଲିମିଟେଡ୍ ମାଧ୍ୟମରେ ୟୁଏଇ ଏବଂ ବାଂଲାଦେଶକୁ ପ୍ରାୟତଃ ୬୪,୪୦୦ ଟନ୍ ପିଆଜ ରପ୍ତାନୀ କରିବାକୁ କେନ୍ଦ୍ର ସରକାର ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ବାଂଲାଦେଶକୁ ପ୍ରାୟ ୫୦ ହଜାର ଟନ୍ ପିଆଜ ରପ୍ତାନି ହୋଇଥିବାବେଳେ ୟୁଏଇକୁ ପ୍ରାୟତଃ ୧୪,୪୦୦ ଟନ୍ ପିଆଜ ରପ୍ତାନି ହେବ ବୋଲି କୁହାଯାଇଛି । କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ବାଣିଜ୍ୟ ମନ୍ତ୍ରଣାଳୟ ମଧ୍ୟ ଏଥିପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ।

ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ ଏଥିପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । କୁହାଯାଉଛି ଯେ ୟୁଏଇ ପାଇଁ ୧୪,୪୦୦ ଟନ୍ ପିଆଜ ରପ୍ତାନୀ ପାଇଁ ଅନୁମୋଦନ ହୋଇଛି । ଏଥିମଧ୍ୟରୁ ନ୍ୟାସନାଲ କୋଅପରେଟିଭ ରପ୍ତାନି ଲିମିଟେଡ୍ ମାଧ୍ୟମରେ ପ୍ରତି ତ୍ରୟ ମାସରେ ମୋଟ ୩୬୦୦ ଟନ୍ ପିଆଜ ରପ୍ତାନୀର ଏକ ସୀମା ଧାର୍ଯ୍ୟ କରିଛି । DGFT ହେଉଛି ବାଣିଜ୍ୟ ମନ୍ତ୍ରଣାଳୟର ଶାଖା l ଯାହା ରପ୍ତାନୀ ଏବଂ ଆମଦାନୀ ସହ ଜଡିତ ମାନଦଣ୍ଡ କାର୍ଯ୍ୟ କରିଥାଏ। ତେବେ ରପ୍ତାନି ପାଇଁ ଅନୁମୋଦନ ମିଳିଥିବାବେଳେ ଦେଶରେ ପୁଣି ଥରେ ପିଆଜ ଦର ବଢିବା ଆଶଙ୍କା କରାଯାଉଛି l

ସରକାରଙ୍କ ବଡ଼ ନିଷ୍ପତ୍ତି: ମତ୍ସ୍ୟଜୀବୀଙ୍କୁ ଜୀବିକା ସହାୟତା

ଘରେ ଚିକେନ୍ ଫିଡ୍ କିପରି କରିବେ ପ୍ରସ୍ତୁତ ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments