1. ସରକାରୀ ସ୍କିମ

ବର୍ଷକୁ ୨ ଥର ‘କାଳିଆ ସ୍କଲାରସିପ୍’ ପାଇଁ ଆବେଦନ କରନ୍ତୁ

ରାଜ୍ୟ ସରକାରଙ୍କ କାଳିଆ ସ୍କଲାରସିପରେ ପିଲାଙ୍କ ପାଠପଢା ଠାରୁ ଆରମ୍ଭ କରି ହଷ୍ଟେଲ ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ l ଯେଉଁଥିରେ ପ୍ରତି ଗରିବ ମେଧାବୀ ଛାତ୍ରଛାତ୍ରୀ ପାଠ ପଢି ପାରିବେ l ଶିକ୍ଷା କ୍ଷେତ୍ରରେ ରାଜଜେୟ ସରକାର ଅନେକ ଯୋଜନା ତଥା ନୂଆ ନୂଆ ପଦକ୍ଷେପ ନେଇଛନ୍ତି ଯାହା ରାଜ୍ୟର ଶିକ୍ଷା କ୍ଷେତ୍ରକୁ ଆଗକୁ ନେଇଛି l

Tanushree Mahapatra
Tanushree Mahapatra
Kalia scholarship now apply for 2 times a year

Kalia scholarship now apply for 2 times a year

ରାଜ୍ୟ ସରକାରଙ୍କ କାଳିଆ ସ୍କଲାରସିପରେ ପିଲାଙ୍କ ପାଠପଢା ଠାରୁ ଆରମ୍ଭ କରି ହଷ୍ଟେଲ ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ l ଯେଉଁଥିରେ ପ୍ରତି ଗରିବ ମେଧାବୀ ଛାତ୍ରଛାତ୍ରୀ ପାଠ ପଢି ପାରିବେ l ଶିକ୍ଷା କ୍ଷେତ୍ରରେ ରାଜଜେୟ ସରକାର ଅନେକ ଯୋଜନା ତଥା ନୂଆ ନୂଆ ପଦକ୍ଷେପ ନେଇଛନ୍ତି ଯାହା ରାଜ୍ୟର ଶିକ୍ଷା କ୍ଷେତ୍ରକୁ ଆଗକୁ ନେଇଛି l

ଯୋଜନା ଅଧୀନରେ ହିତାଧିକାରୀଙ୍କ ପିଲାଙ୍କୁ ପାଠପଢ଼ିବା ପାଇଁ କୋର୍ସ ଫି ଠାରୁ ଆରମ୍ଭ କରି ହଷ୍ଟେଲ ସହିତ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରୁଛନ୍ତି ।

ତେବେ ଏବେ ଏହି ସ୍କଲାରସିପ ଯୋଜନା ଛାତ୍ରଛାତ୍ରୀଙ୍କ ନିକଟରେ ଆହୁରି କିପରି ଭାବେ ସହଜରେ ପହଁଞ୍ଚିପାରିବ ତା ପାଇଁ ସରଳୀକରଣ ବ୍ୟବସ୍ଥା ଲାଗି ସରକାର ଯୋଜନା କରିଛନ୍ତି ଏବେ । ତେବେ ଅନେକ ବୃତ୍ତିଗୁଡ଼ିକ ବିଷୟରେ ଛାତ୍ରଛାତ୍ରୀ କୌଣସି ତଥ୍ୟ ଜାଣିପାରୁନାହାଁନ୍ତି । ତେଣୁ ସାମ୍ସ ପୋର୍ଟାଲ ସହିତ ଏଣିକି ‘ଷ୍ଟେଟ୍‌‌ ସ୍କଲାରସିପ ପୋର୍ଟାଲ ’କୁ ଜୋଡାଯିବ ବିଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଯାହାଦ୍ୱାରା ନାମଲେଖା ସମୟରେ ପିଲାମାନେ ସହଜରେ ପୋର୍ଟାଲ ଦେଖି ବୃତ୍ତି ଆବେଦନ କରିପାରିବେ ।

ସମସ୍ତ କାଳିଆ ହିତାଧୀକାରୀଙ୍କ ପିଲାଙ୍କ ପାଇଁ ଖୁସିଖବର । ଏବେ ସହଜ ହେବ ‘କାଳିଆ ସ୍କଲାରସିପ୍’ ଆବେଦନ ପ୍ରକ୍ରିୟା । ଛାତ୍ରଛାତ୍ରୀ ଆବେଦନ ସମୟରେ ବୃତ୍ତି ବାବଦରେ ସମସ୍ତ ତଥ୍ୟ ପାଇ ପାରିବେ ପିଲାମାନେ । ସେହିପରି ଏଣିକି ବର୍ଷକୁ ୨ ଥର କାଳିଆ ବୃତ୍ତି ଲାଗି ଆବେଦନ କରିପାରିବେ ପିଲା । ଜୁଲାଇରୁ ଅଗଷ୍ଟ ପ୍ରଥମ ସପ୍ତାହରେ ଏବଂ ନଭେମ୍ୱରରୁ ଡିସେମ୍ୱର ଦ୍ୱିତୀୟ ସପ୍ତାହ ସୁଦ୍ଧା ଛାତ୍ରଛାତ୍ରୀମାନେ ଆବେଦନ କରିବେ ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଘରୋଇ ଏବଂ ସରକାରୀ କଲେଜରେ ପିଜି ସମକକ୍ଷ ସମସ୍ତ କୋର୍ସ କରୁଥିବା ଛାତ୍ରଛାତ୍ରୀଙ୍କୁ କାଳିଆ ସ୍କଲାରସିପ ପ୍ରଦାନ କରାଯିବ ରାଜ୍ୟରେ । ମେଡିକାଲ ଠାରୁ ଆରମ୍ଭ କରି ବୈଷୟିକ ଶିକ୍ଷା, ଆଇଆଇଟି, ଆଇଆଇଏମ, ଏନଆଇଟି, ପିଜି ମେଡିକାଲ ସାଇନ୍ସ, ପିଜି ଏଗ୍ରିକଲଚର ସାଇନ୍ସ, ଏମ-ଟେକ, ଏମଏସସି କୋର୍ସ କରୁଥିବା ପିଲାମାନେ ମଧ୍ୟ ସ୍କଲାରସିପର ଲାଭ ନେଇପାରିବେ ଏଥର । କାଳିଆ ଯୋଜନା ଅଧୀନରେ ଥବା ହିତାଧିକାରୀଙ୍କ ପିଲାମାନଙ୍କୁ ରାଜ୍ୟ ସରକାର ୨୦୨୧ -୨୨ ଆର୍ଥିକ ବର୍ଷରୁ କାଳିଆ ଛାତ୍ରବୃତ୍ତି ପ୍ରଦାନ କରିଆସୁଛନ୍ତି । ଯାହାର ଫାଇଦା ରାଜ୍ୟର ସମସ୍ତ ପିଲା ଉଠାଉଛନ୍ତି l

ତେବେ ଚାଷୀ ପରିବାରର ଦୀର୍ଘସ୍ଥାୟୀ ବିକାଶକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି l ତେବେ ଏହି ଅଧିକାରୀଙ୍କ ପିଲାଙ୍କ ପାଇଁ କାଳିଆ ସ୍କଲାରସିପ୍ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟସରକାର । ରାଜ୍ୟର ବିଭିନ୍ନ ସରକାରୀ, ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ଯୋଗ୍ୟତା ଆଧାରରେ ସ୍ଥାନ ପାଇଥିବା ପିଲାମାନଙ୍କ ସମସ୍ତ ଶିକ୍ଷାଗତ ଖର୍ଚ୍ଚ ସରକାର ବହନ କରିବେ । ତେବେ ୱେବ୍ ପୋର୍ଟାଲ୍ kalia.co.in/scholarship ଜରିଆରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ସ୍କଲାରସିପ୍ ଯୋଜନାରେ ନିଜକୁ ସାମିଲ୍ କରିପାରିବେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments