1. ସରକାରୀ ସ୍କିମ

୧୪ ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କିସାନ କ୍ରେଡିଟ କାର୍ଡ

ମଙ୍ଗଳବାର ଦିନ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷକମାନଙ୍କ ପାଇଁ ତିନୋଟି ନୂତନ ସେବା ଆରମ୍ଭ କରିଛନ୍ତି । ଯେଉଁଥିରେ କିସାନ୍ ଋଣ ପୋର୍ଟାଲ୍ , ପାଣିପାଗ ସୂଚନା ନେଟୱାର୍କ ଡାଟା ସିଷ୍ଟମ୍ ମାନୁଆଲ୍ ଏବଂ କେସିସି ଦ୍ୱାର ରୁ ଦ୍ୱାର ଅଭିଯାନ ଅନ୍ତର୍ଭୁକ୍ତ କରାଯାଇଛି |

Tanushree Mahapatra
Tanushree Mahapatra
KC card upto rs 5 lakh loan how can you apply , image source - @sbi

KC card upto rs 5 lakh loan how can you apply , image source - @sbi

ମଙ୍ଗଳବାର ଦିନ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷକମାନଙ୍କ ପାଇଁ ତିନୋଟି ନୂତନ ସେବା ଆରମ୍ଭ କରିଛନ୍ତି । ଯେଉଁଥିରେ କିସାନ୍ ଋଣ ପୋର୍ଟାଲ୍ , ପାଣିପାଗ ସୂଚନା ନେଟୱାର୍କ ଡାଟା ସିଷ୍ଟମ୍ ମାନୁଆଲ୍ ଏବଂ କେସିସି ଦ୍ୱାର ରୁ ଦ୍ୱାର ଅଭିଯାନ ଅନ୍ତର୍ଭୁକ୍ତ କରାଯାଇଛି |ଅଧିକରୁ ଅଧିକ କୃଷକଙ୍କୁ କିସାନ କ୍ରେଡିଟ୍ କାର୍ଡ  ସୁବିଧା ଯୋଗାଇବା ପାଇଁ ଏହି ଅଭିଯାନ ୧ ଅକ୍ଟୋବରରୁ ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଚାଲିବ ।

ତିନିମାସ ଧରି ଚାଲିବାକୁ ଥିବା ଏହି ଅଭିଯାନ ଅଧୀନରେ ପିଏମ କିସାନ ଯୋଜନାର ହିତାଧିକାରୀଙ୍କ ପାଇଁ କେସିସି ଗଠନ କରାଯିବ । ଏହି କାର୍ଯ୍ୟକ୍ରମରେ ସୀତାରମଣ କହିଛନ୍ତି ଯେ ଦ୍ୱାରରୁ ଦ୍ୱାର କେସିସି ଅଭିଯାନର ସଫଳତା ପାଇଁ ବ୍ୟାଙ୍କଗୁଡିକ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବେ । କେସିସି ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଆବଣ୍ଟନ କରାଯାଇଛି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୯,୦୦୦ କୋଟିରୁ ଅଧିକ ପ୍ରିମିୟମ ରାଶି ବିରୋଧରେ କୃଷକମାନଙ୍କୁ ୧,୪୦,୦୦୦ କୋଟିରୁ ଅଧିକ ବୀମା ରାଶି ବଣ୍ଟନ କରାଯାଇଛି ।

ତେବେ ଚାଷୀ ହେଉଛି ଦେଶର ଆର୍ଥିକ ମେରୁଦଣ୍ଡ l ଯାହାକୁ ନେଇ ସରକାର ସର୍ବଦା ତତ୍ପର l ଚାଷୀଙ୍କ ପାଇଁ ସରକାର ସମସ୍ତ ସୁବିଧା ଯୋଗାଉଛନ୍ତି ଯାହାର ଚାଷୀ ସିଧାସଳଖ ସୁବିଧା ଉଠାଇପାରୁଛନ୍ତି l ତେଣୁ ଏବେ କିଷାନ କ୍ରେଡିଟ୍ କାର୍ଡ ପ୍ରକ୍ରିୟାକୁ କେନ୍ଦ୍ର ସରକାର ଆହୁରି ସହଜ କରିଛନ୍ତି । ଆଉ ଚାଷୀଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବନାହିଁ l ସରକାରୀ ତଥ୍ୟ ଅନୁଯାୟୀ, ଏଣିକି ଚାଷୀ ଏହି କାର୍ଡ ଆବେଦନ କରିବାର ୧୪ ଦିନ ମଧ୍ୟରେ ସେମାନଙ୍କୁ କାର୍ଡ ପ୍ରଦାନ କରିବ ବ୍ୟାଙ୍କ । ସେହିପରି କେନ୍ଦ୍ର କୃଷି ମନ୍ତ୍ରାଳୟ ପକ୍ଷରୁ ବୁଧବାର ଏ ସଂପର୍କରେ ଘୋଷଣା ମଧ୍ୟ କରାଯାଇଛି । 

ଯେଉଁଥିରେ ସରକାର ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି l ତେବେ ମନ୍ତ୍ରାଳୟର ଘୋଷଣା ଅନୁସାରେ କିଷାନ କ୍ରେଡିଟ କାର୍ଡର କାଗଜପତ୍ର ଉପରେ ଲାଗୁ ହେଉଥିବା ଅତିରିକ୍ତ ଚାର୍ଜକୁ ମଧ୍ୟ ହଟାଇ ଦିଆଯାଇଛି । ଯାହା ଗରିବ ଚାଷୀଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାରୁ ବଞ୍ଚିତ କରିବ l ଚାଷୀଙ୍କ ପାଇଁ ଏହି ଆବେଦନ ପ୍ରକ୍ରିୟାକୁ  ସରଳୀକରଣ ମଧ୍ୟ କରାଯାଇଛି । ତେବେ ଚାଷୀଙ୍କୁ ଏ ସଂପର୍କରେ ଅଧିକ ସଚେତନ କରିବା ପାଇଁ ପ୍ରଚାର ମଧ୍ୟ କରାଯାଉଛି । ଯେପରି ଚାଷୀ କୌଣସି ଠକାମୀର ଶିକାର ନ ହୁଅନ୍ତି l

ତେବେ କିସାନ କ୍ରେଡିଟ କାର୍ଡ ଆବେଦନ ପାଇଁ ଆହୁରି ସହଜ କରାଯିବ ଆବଶ୍ୟକ କାଗଜପତ୍ରକୁ । ଚାଷୀଙ୍କୁ ଆବେଦନ ପତ୍ର ସହ ଏକ ପାସପୋର୍ଟ ସାଇଜ ଫଟୋ, ନିଜ ଜମି କାଗଜପତ୍ର, ପାନ କିମ୍ବା ଆଧାର କାର୍ଡ ଇତ୍ୟାଦି ଓ ଠିକଣା ପ୍ରମାଣପତ୍ର  ଭୋଟର ପରିଚୟ ପତ୍ର କିମ୍ବା ଡ୍ରାଇଭିଂ ଲାଇସେନ୍ସ ଭଳି ପ୍ରମାଣ ଏସବୁ ମୁଖ୍ୟତଃ ଆବଶ୍ୟକ ହୋଇଥାଏ ।

ସୂଚନାଯୋଗ୍ୟ ଯେ କିଷାନ କ୍ରେଡିଟ୍ କାର୍ଡ ଯୋଜନା ହେଉଛି ଏକ ସରକାରୀ ଯୋଜନା ଯାହା କୃଷକମାନଙ୍କୁ ଅତିରିକ୍ତ ଋଣ ଦେବା ପାଇଁ ୧୯୯୮ ମସିହାରେ ଆରମ୍ଭ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ତରଫରୁଏହାକୁ ଆରମ୍ଭ କରାଯାଇଥିଲା । ଏହି ଯୋଜନା ମାଧ୍ୟମରେ କୃଷକ ଭାଇମାନେ ନିଜ ଚାଷ ଜମି ପାଇଁ ଋଣ ପାଆନ୍ତି । ଏହାବ୍ୟତୀତ ଯୋଗ୍ୟ କୃଷକମାନଙ୍କୁ କିଷାନ କ୍ରେଡିଟ୍ କାର୍ଡ ଦ୍ୱାରା ଏକ ସଞ୍ଚୟ ଖାତା ମଧ୍ୟ ପ୍ରଦାନ କରାଯାଏ । ଯେଉଁଥିରେ ଚାଷୀ ଅର୍ଥ ସଞ୍ଚୟ କରିପାରିବେ l ଯେଉଁଥିରେ ଚାଷୀଙ୍କୁ ଭଲ ଦରରେ ସୁଧ ମଧ୍ୟ ମିଳୁଛି । 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments