1. ସରକାରୀ ସ୍କିମ

କୃଷକଙ୍କ ପାଇଁ ଖୁସି ଖବର, ଏବେ ସହଜ ହେବ ଋଣ ଉଠାଇବା

ସରକାର ଚାଷୀଙ୍କ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି l ବିହନ ଠାରୁ ଆରମ୍ଭ କରି ଆର୍ଥିକ ସହାୟତା ପର୍ଯ୍ୟନ୍ତ ସରକାରୀ ସହାୟତା ପ୍ରଦାନ କରାଯାଉଛି l ତେବେ ଚାଷୀ କମ ସୁଦ୍ଧା ହାରରେ ମଧ୍ୟ ଋଣ ପାଇପାରୁଛନ୍ତି l ଅଧିକ ଟଙ୍କା କମ ଋଣରେ ପ୍ରଦାନ କରାଯାଉଛି ଯାହା ସେମାନେ ଖୁବ ସହଜରେ ଭରଣା କରିପାରୁଛନ୍ତି l

Tanushree Mahapatra
Tanushree Mahapatra
Kcc loan for farmers scheme know the details, image source - pexels.com

Kcc loan for farmers scheme know the details, image source - pexels.com

ସରକାର ଚାଷୀଙ୍କ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି l ବିହନ ଠାରୁ ଆରମ୍ଭ କରି ଆର୍ଥିକ ସହାୟତା ପର୍ଯ୍ୟନ୍ତ ସରକାରୀ ସହାୟତା ପ୍ରଦାନ କରାଯାଉଛି l ତେବେ ଚାଷୀ କମ ସୁଦ୍ଧା ହାରରେ ମଧ୍ୟ ଋଣ ପାଇପାରୁଛନ୍ତି l ଅଧିକ ଟଙ୍କା କମ ଋଣରେ ପ୍ରଦାନ କରାଯାଉଛି ଯାହା ସେମାନେ ଖୁବ ସହଜରେ ଭରଣା କରିପାରୁଛନ୍ତି l ତେବେ ଏହାରି ମଧ୍ୟରେ କୃଷକମାନଙ୍କ ପାଇଁ ଆସିଛି ଆଉ ଏକ ଖୁସି ଖବର ।

କୃଷକମାନେ ସହଜରେ ଋଣ ପାଇପାରିବେ । ଥରକରେ ଚାଷୀ ପାଇବେ ୬୦ ହଜାର ଟଙ୍କା । ଏକ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ ଚଷିଙ୍କୁ ଏହି ଖୁସି ଖବର ଦେଉଛି l ତେବେ ଦେଶରେ ପ୍ରଚଳିତ କେନ୍ଦ୍ର ସରକାରଙ୍କ ଦ୍ୱାରା କିସାନ କ୍ରେଡିଟ କାର୍ଡ ଯୋଜନା ଅଧୀନରେ କୃଷକମାନେ ସହଜରେ ଋଣ ପାଇପାରିବେ ବୋଲି ଜଣାପଡିଛି । ସାଧାରଣତଃ କୃଷକମାନଙ୍କୁ ଋଣ ପାଇଁ ବ୍ୟାଙ୍କ ଯିବାକୁ ପଡିବ । ବର୍ତ୍ତମାନ ଏହାର କୌଣସି ଆବଶ୍ୟକତା ନାହିଁ କାରଣ ଜଣେ କୃଷକ ଅନଲାଇନରେ ଏହାକୁ ଆବେଦନ କରିପାରିବ l

ଏହି ସ୍କିମ ଅଧୀନରେ ଅନେକ ସାର୍ବଜନୀନ ବ୍ୟାଙ୍କ୍‌ ରହିଛି ଯାହା ପାଖରେ ଜଣେ ଚାଷୀ ଅନଲାଇନ୍‌ରେ କେସିସି ଋଣ ପାଇଁ ଆବେଦନ କରିପାରିବ । ଏହି ସମସ୍ତ ବ୍ୟାଙ୍କ ମଧ୍ୟରେ ୟୁନିଅନ୍ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ  ଅନ୍ୟତମ । ଆସନ୍ତୁ ଜାଣିବା ଏହି ବ୍ୟାଙ୍କରେ ଜଣେ ଚାଷୀ ଘରେ ବସି ବସି କିପରି ଅନ୍‌ଲାଇନ୍‌ରେ କେସିସି ଋଣ ଆବେଡାନ କରି ପାରିବେ । ଏହି ବ୍ୟାଙ୍କ ଚାଷୀଙ୍କୁ ଡିଜିଟାଲ୍ ଭାବେ କେସିସି ଋଣ ପ୍ରଦାନ କରେ । ଏଥିପାଇଁ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ୱେବସାଇଟକୁ ଯିବା ପାଇଁ ପଡ଼ିବ । ଡିଜିଟାଲ୍ କେସିସି ଋଣ ନାମକ ଏକ ବିକଳ୍ପ ରହିଛି । ଏଠାରେ ସମସ୍ତ ତଥ୍ୟ ଆପଣ ସଂଗ୍ରହ କରିପାରିବେ କିମ୍ବା ସିଧାସଳଖ ଆପଣ ବ୍ୟାଙ୍କ ଯାଇ ମଧ୍ୟ ଏହା ବିଷୟରେ ତଥ୍ୟ ପାଇ ପାରିବେ । କିମ୍ବା ଆପଣ ସିଧାସଳଖ https://tinyurl.com/3yxppmen ଲିଙ୍କ୍ ମାଧ୍ୟମରେ KCC କାର୍ଡ ଡିଜିଟାଲ୍ ଋଣ ପେଜ୍‌କୁ ଯାଇପାରିବେ ।

ଏହି ଲିଙ୍କ ମଧ୍ୟରେ ଆପଣ ଯାଇ ଋଣ ଆବେଦନ ବିକଳ୍ପ ପାଇବେ l ଏଥିରେ ଆପଣଙ୍କୁ ଅନଲାଇନ୍‌ରେ KCC ଋଣ ଆବେଦନ କରିବାକୁ ପଡ଼ିବ । ଏହା ପରେ ଏକ ନୂତନ ପେଜ୍‌ ଖୋଲିବ । ଏଥିରେ କିସାନ୍ କ୍ରେଡିଟ୍ କାର୍ଡ ସମ୍ବନ୍ଧୀୟ ସମସ୍ତ ବିବରଣୀ ରହିଛି । ଏଠାରେ ଆପଣ ଆବେଦନ କରିପାରିବେ ଋଣ ଯାହା ପ୍ରକ୍ରିୟାକରଣ ଶୁଳ୍କ ବିନା ଋଣ ମିଳିବ ଚାଷୀଙ୍କୁ। ସିଧାସଳଖ ଏହି ଋଣ ଟଙ୍କା ଆକାଉଣ୍ଟରେ ଜମା ହେବ । ସର୍ବାଧିକ ଚାଷୀଙ୍କୁ ୧.୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ । ଏହି ପ୍ରକ୍ରିୟାରେ କୌଣସି ସନ୍ଦେହ କିମ୍ବା ଭୁଲ ହେବାରୁ ନିଜକୁ ବଞ୍ଚିତ କରିବାକୁ ହେଲେ ନିକଟସ୍ଥ ବ୍ୟାଙ୍କରେ ଯାଇ ବୁଝିପାରିବେ l

ଆପଣ ଋଣ ଆବେଦନ କରିବା ସମୟରେ ଯଦି ଆପଣଙ୍କର ୟୁନିୟନ ବ୍ୟାଙ୍କ ଆକାଉଣ୍ଟ ଅଛି ତେବେ ହଁ ବିକଳ୍ପ ବାଛନ୍ତୁ । ଧ୍ୟାନ ରଖିବା ଉଚିତ ଯେ, ଅନ୍ୟଥା କୌଣସି ବିକଳ୍ପ ଚୟନ କରନ୍ତୁ ନାହିଁ । ଯଦି ଆପଣଙ୍କର  ଆକାଉଣ୍ଟ ଅଛି, ତେବେ ସେଠାରେ ଖାତା ନମ୍ବର ପ୍ରବେଶ କରନ୍ତୁ । ଜମି ଯାଞ୍ଚ ମଧ୍ୟ ହେବ । କେଉଁ ଫସଲ ଚାଷ କରାଯାଏ ତାହା ପ୍ରକାଶ କରାଯିବା ଉଚିତ୍ । ତେବେ ଏହି କେସିସି ଋଣ ମଞ୍ଜୁର ହେବ ସଠିକ ଆବେଦନ ପରେ । ଏହି ଋଣ ପିଇବାକୁ ହେଲେ ଆପଣଙ୍କୁ ସାଇନ୍ କରିବାକୁ ପଡିବ । ଏହା କରିବା ପରେ ହିଁ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ଏହି ପିଏମ୍‌ କିସାନ ଯୋଜନା ଅଧୀନରେ ଉପକୃତ ହେଉଥିବା କୃଷକମାନେ ମଧ୍ୟ କେସିସି ଋଣ ସହଜରେ ପାଇପାରିବେ। ଅନ୍ୟପକ୍ଷରେ SBI ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛି । ଯଦି ଆପଣ ଏହି ଯୋଜନା ଅଧୀନରେ ଋଣ ନେବାକୁ ପ୍ରସ୍ତୁତ, ତେବେ ଆପଣ ସୁଧର  ସବସିଡି ଲାଭ ପାଇ ପାରିବେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments