1. ସରକାରୀ ସ୍କିମ

Kisan Vikas Patra: ମାତ୍ର ୨୦୦ ଟଙ୍କାରେ ଚାଷୀଙ୍କୁ ମିଳିବ ଲକ୍ଷେ

୨୦୦ ଟଙ୍କା ବିନିଯୋଗ କଲେ, କିଛି ନିର୍ଦ୍ଦିଷ୍ଟ ସମୟସୀମା ପରେ ଆପଣଙ୍କୁ ୧,୪୬,୦୦୦ ଟଙ୍କା ମିଳିବ...

Tanushree Mahapatra
Tanushree Mahapatra
kisan vikas patra scheme for farmers, image source - pixeles

kisan vikas patra scheme for farmers, image source - pixeles

କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଏବଂ ଚାଷରେ ଅସୁବିଧାର ସମ୍ମୁଖୀନ ହେଉଥିବା ଆର୍ଥିକ ସମସ୍ୟାକୁ ଦୂର କରିବା ହେଉଛି କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ । ସେଥିପାଇଁ ସେ ଚାଷୀଙ୍କ ପାଇଁ ଦେଶରେ ପ୍ରଚଳନ କରିଛନ୍ତି ଅନେକ କୃଷି ଯୋଜନା l

ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l ତେବେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ l ପିଏମ କିସାନ ଯୋଜନା ଠାରୁ ଆରମ୍ଭ କରି ଚାଷୀ ପେନସନ ଯୋଜନା ଭଳି ଅନେକ ସରକାରୀ ଯୋଜନା ପ୍ରଚଳିତ ହୋଇଛି ଦେଶରେ ଚାଷୀଙ୍କ ପାଇଁ l

ଚାଷୀଙ୍କୁ ମିଳିବ ଲକ୍ଷେ

ତେବେ ବିଭିନ୍ନ ବ୍ୟାଙ୍କ ମଧ୍ୟ ଚାଷୀଙ୍କ ପାଇଁ ଅନେକ ସୁବିଧା ଉପଲବ୍ଧ କରୁଛନ୍ତି l ଆପଣ ଜଣେ ଚାଷୀ ଆଉ ଆପଣ ମଧ୍ୟ ଏହି ସୁବିଧା ପାଇବାକୁ ଇଛା କରୁଛନ୍ତି ତେବେ ଏହି ଆର୍ଟିକଲକୁ ସମ୍ପୂର୍ଣ୍ଣ ପଢନ୍ତୁ l ପ୍ରତିଦିନ ୨୦୦ ଟଙ୍କା ବିନିଯୋଗ କଲେ, କିଛି ନିର୍ଦ୍ଦିଷ୍ଟ ସମୟସୀମା ପରେ ଆପଣଙ୍କୁ ୧,୪୬,୦୦୦ ଟଙ୍କା ମିଳିବ ଏହି ଯୋଜନା ମାଧ୍ୟମରେ । ଏହାକୁ ଏକ ଭଲ ଯୋଜନା ଭାବେ ବିବେଚନା କରାଯାଇପାରେ । ତେବେ ଏହି ଯୋଜନାର ନାମ ହେଉଛି କିସାନ ବିକାଶ ପତ୍ର। ଏହାକୁ ଆମେ KVP ବୋଲି ମଧ୍ୟ କହିପାରିବା । ଏହା ସର୍ବନିମ୍ନ ୧୦୦୦ ଟଙ୍କାରେ ଆରମ୍ଭ ହୋଇପାରିବ । ଯେଉଁମାନେ ୧୮ ବର୍ଷରୁ ଅଧିକ ବୟସର ହୋଇଥିବେ ସେମାନେ ଏହି ଆକାଉଣ୍ଟକୁ ଜଣେ ବ୍ୟକ୍ତି କିମ୍ବା ୩ ଜଣ ବ୍ୟକ୍ତି ଭାବେ ଖୋଲିପାରିବେ । ୧୦ ବର୍ଷରୁ ଅଧିକ ବୟସ ଥିବା ପିଲାମାନେ ଅଭିଭାବକଙ୍କ ଉପସ୍ଥିତିରେ ଏହି ଯୋଜନାରେ ସାମିଲ ହୋଇପାରିବେ ।

KVP ହେଉଛି ଏକ ଅର୍ଥ ସଞ୍ଚୟ ଯୋଜନା। ଯାହା ଆପଣଙ୍କୁ ଭବିଷ୍ୟତରେ ଆର୍ଥିକ ସାହାଯ୍ୟ କରିବ l ଏହା ହେଉଛି ଇଣ୍ଡିଆନ୍ ପୋଷ୍ଟ ଅଫିସ୍ ସ୍କିମ୍ ଯାହା ଆପଣ ଡାକଘରେ ଖୋଲି ପାରିବେ । ଏହି ସ୍କିମ କିମ୍ବା ଯୋଜନାକୁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ଯଦି ଏକଲକ୍ଷ ଟଙ୍କା ବିନିଯୋଗ କରାଯାଏ, ତେବେ ପ୍ରାୟ ୯.୫ ବର୍ଷ ମଧ୍ୟରେ ଟଙ୍କା ଦ୍ୱିଗୁଣିତ ହେବ । କାରଣ ଏହା ୭.୫ ପ୍ରତିଶତ ସୁଧ ହାର ବହନ କରିଥାଏ ।

ଜିରୋ ରିସ୍କ ପାଇଁ ଏହି ଯୋଜନାକୁ ସମସ୍ତେ ପସନ୍ଦ କରୁଛନ୍ତି । ଯଦି ଜଣେ KVP ଅଧୀନରେ ୫୦୦୦ ଟଙ୍କା ବିନିଯୋଗ କରିବ ତେବେ ପରିପକ୍ବତା ପରେ ତାଙ୍କୁ ୧୦,୦୦୦ ଟଙ୍କା ମିଳିବ । ନିବେଶକମାନେ ଏହି ଯୋଜନାରେ ଯେକୌଣସି ରାଶି ବିନିଯୋଗ କରିପାରିବ ଜଣେ l କାରଣ, ଏହାର କୌଣସି ସମୟ ସୀମା ନାହିଁ । ଯଦି ବର୍ଷକୁ ୨୦୦ ଟଙ୍କା ହାରରେ ବିନିଯୋଗ ହୁଏ, ତେବେ ସେମାନେ ମୋଟ ୭୩,୦୦୦ ଟଙ୍କା ଏଥିରେ ବିନିଯୋଗ କରି ପାରିବେ । ୧୦ ବର୍ଷରୁ କମ୍ ସମୟ ମଧ୍ୟରେ ଜଣଙ୍କ ଟଙ୍କା ଦ୍ୱିଗୁଣିତ ହେବ । ଏହାର ଅର୍ଥ ଆପଣ ସମୁଦାୟ ୧,୪୬,୦୦୦ ଟଙ୍କା ପର୍ଯ୍ୟନ୍ତ ପାଇବେ ।

ଏହି ଯୋଜନା ପାଇଁ ଦ୍ୱିଗୁଣିତ ପରିପକ୍ୱତା ଅବଧି ହେଉଛି ମୋଟ ୧୧୫ ମାସ । ତାହା ହେଉଛି ୯ ବର୍ଷ ୭ ମାସ ସମୟକାଳ । ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ଏକ ଯୋଜନା l ଏହି ସ୍କିମରେ ଠକାମୀର ଶିକାର ହେବା ଖୁବ କମ l ତେଣୁ ଅଧିକ ଲୋକ ଏହି ସ୍କିମକୁ ପସନ୍ଦ କରୁଛନ୍ତି l

Clove: ଏହି ଚାଷରେ ପ୍ରବଳ ଲାଭ

PM Kisan: ଆକାଉଣ୍ଟକୁ ଆସିବ ନାହିଁ କିସ୍ତି ଟଙ୍କା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments