1. ସରକାରୀ ସ୍କିମ

PM Kusum Yojana: ଜାଣନ୍ତୁ କେମିତି ଉଠାଇବେ ଲାଭ ?

ଯୋଜନାଗୁଡ଼ିକ ମଧ୍ୟରୁ ଅନ୍ୟତମ ହେଉଛି ପ୍ରଧାନମନ୍ତ୍ରୀ କୁସୁମ ଯୋଜନା......

Tanushree Mahapatra
Tanushree Mahapatra
know how to take advantage of this plan, image source - pexels

know how to take advantage of this plan, image source - pexels

କେନ୍ଦ୍ର ତଥା ଭାରତ ସରକାର ନିଜ ଦେଶ ପାଇଁ ବିଭିନ୍ନ ଯୋଜନା ଜାରି ରଖିଛନ୍ତି ଯାହାକି ନିମ୍ନ ଶ୍ରେଣୀର ଲୋକଙ୍କୁ ସହାୟତା ଦେଉଛି । ଅନ୍ୟପଟେ ସମସ୍ତ ଚାଷୀଙ୍କୁ ସୁବିଧା ଯୋଗାଇବା ପାଇଁ ସରକାର ବିଶେଷ ଧ୍ୟାନ ଦେଉଛନ୍ତି । କୃଷକମାନଙ୍କ ପାଇଁ ସରକାର ଅନେକ ପ୍ରକାରର ଯୋଜନା ଚଳାଉଛନ୍ତି ଦେଶରେ । ଏହି ଯୋଜନାଗୁଡ଼ିକ ମଧ୍ୟରୁ ଅନ୍ୟତମ ହେଉଛି ପ୍ରଧାନମନ୍ତ୍ରୀ କୁସୁମ ଯୋଜନା । ଏହି ଯୋଜନା ଅଧୀନରେ ସରକାର ଚାଷୀମାନଙ୍କୁ ସୋଲାର ପମ୍ପ କିଣିବା ପାଇଁ ସବସିଡି ପ୍ରଦାନ କରୁଛନ୍ତି । ଏହି ଯୋଜନା ମାଧ୍ୟମରେ ୨ ହର୍ସ ପାଓ୍ବାର ଏବଂ ୫ ହର୍ସ ପାଓ୍ବାର ଯୁକ୍ତ ସୋଲାର ପମ୍ପ କ୍ରୟ କରାଯାଇପାରିବ।

ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର କୃଷକମାନଙ୍କୁ ସୋଲାର ପମ୍ପ ନିଜ ଚାଷ ଜମିରେ ସ୍ଥାପନ ପାଇଁ ସବସିଡି ପ୍ରଦାନ କରୁଛନ୍ତି। ଏଥି ସହିତ ରାଜ୍ୟ ସରକାର ମଧ୍ୟ ଚାଷୀଙ୍କୁ ସବସିଡି ପ୍ରଦାନ କରୁଛନ୍ତି। ସମସ୍ତ ଚାଷୀ ଏହି ଯୋଜନାର ଲାଭ ଉଠାଇ ପାରିବେ। ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଅଧୀନରେ କେନ୍ଦ୍ର ସରକାର ଚାଷୀଙ୍କୁ ମୋଟ ୪୫ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି ।

ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏହା ପରିଚାଳିତ ରହିଛି ଯାହାଦ୍ୱାରା ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଟଙ୍କା ପ୍ରଦାନ କରିଥାନ୍ତି ସବସିଡି ମାଧ୍ୟମରେ l ଏହି ଯୋଜନା ମାଧ୍ୟମରେ ହରିୟାଣା ସରକାର ୩୦ ପ୍ରତିଶତ ସବସିଡି ପ୍ରଦାନ କରୁଛନ୍ତି ଚାଷୀଙ୍କୁ । ଏଥି ସହିତ ବିଭିନ୍ନ ରାଜ୍ୟ ସରକାର ଚାଷୀଙ୍କୁ ବିଭିନ୍ନ ପ୍ରତିଶତ ଅନୁଯାୟୀ ସବସିଡି ପ୍ରଦାନ କରୁଛନ୍ତି । ଏହି ଯୋଜନାର ଲାଭ ପାଇବାକୁ ହେଲେ ଆପଣଙ୍କୁ ପ୍ରଦାନ କରାଯାଇଥିବା ଏହି ଅଫିସିଆଲ୍ ୱେବସାଇଟ୍ https://pmkusum.mnre.gov.in/landing.html  ପରିଦର୍ଶନ କରି ଆବେଦନ କରିବାକୁ ପଡିବ ।

ପ୍ରଧାନମନ୍ତ୍ରୀ କୁସୁମ୍ ଯୋଜନା ଆବଶ୍ୟକୀୟ ଦସ୍ତାବିଜ-

-ଆଧାର କାର୍ଡ ଫଟୋଗ୍ରାଫି

-ରାସନ କାର୍ଡର ଫଟୋଗ୍ରାଫି

-ଜମି କାର୍ଯ୍ୟର ଏକ ନକଲ ପତ୍ର

-ମୋବାଇଲ୍ ନମ୍ବର

-ନିଜର ବ୍ୟାଙ୍କ ଆକାଉଣ୍ଟ ଷ୍ଟେଟମେଣ୍ଟ

-ପାସପୋର୍ଟ ଆକାରର ଫଟୋଗ୍ରାଫ୍

କିପରି କରିବେ ଏହି ଯୋଜନାରେ ପଞ୍ଜିକରଣ -

ଜଣେ ଚାଷୀ କୁସୁମ ଯୋଜନା ଅନଲାଇନ୍ ଏବଂ ଅଫଲାଇନରେ କରିପାରିବ | କୁସୁମ ଯୋଜନା ଅଧୀନରେ ଜଣେ ସୌର ଶକ୍ତି ୟୁନିଟ୍ ପ୍ରତିଷ୍ଠା ଏବଂ ନିଜ ଜମି ଭଡା ଉପରେ ଦେବା ପାଇଁ ମଧ୍ୟ ଆବେଦନ କରିପାରିବେ। ସବୁଠାରୁ ବଡ ବିଷୟ ହେଉଛି ଭଡ଼ା ଉପରେ ସେମାନଙ୍କର ଜମି ଏବଂ ପଞ୍ଜୀକୃତ ହୋଇଥିବା ଲୋକଙ୍କ ତାଲିକା RREC ର ଅଫିସିଆଲ୍ ୱେବସାଇଟରେ ଅପଲୋଡ୍ ହୋଇ ସୁରକ୍ଷିତ ରହିବ l

ଯଦି ଆବେଦନକାରୀଙ୍କ ଦ୍ୱାରା ଅନଲାଇନ୍ ପଞ୍ଜୀକରଣ କରାଯାଇଛି ତେବେ ଆବେଦନ ହୋଇଥିବା ID ଗ୍ରହଣ କରାଯିବ l ଅନଲାଇନ୍ ଆବେଦନ କରିଥିବା କ୍ଷେତ୍ରରେ, ବ୍ୟକ୍ତିଙ୍କୁ ଆବେଦନ ଫର୍ମରୁ ଏକ ପ୍ରିଣ୍ଟ୍ ବାହାର କରି ଏହାକୁ ତାଙ୍କ ପାଖରେ ସୁରକ୍ଷିତ ରଖିବାକୁ ପଡିବ l  ଅଫଲାଇନ୍ ରେ ଆବେଦନ କରିଥିବା ବ୍ୟକ୍ତିଙ୍କୁ ଏକ ରସିଦ ପ୍ରଦାନ କରାଯିବ l ଯାହା ପରବର୍ତ୍ତୀ ଜରୁରୀ କାମରେ ଆବଶ୍ୟକ ପଡ଼ିପାରେ l

ଅଧିକ ପଢ଼ନ୍ତୁ

ପଶୁଙ୍କ ଖାଦ୍ୟରେ ଲୁଣର ଆବଶ୍ୟକତା

ଶ୍ରମିକ ଶ୍ରେଣୀ ଲୋକଙ୍କ ପାଇଁ ଜିଲ୍ଲାରେ ଇଏସ୍‌ଆଇସି ଚିକିତ୍ସାଳୟ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ