1. ସରକାରୀ ସ୍କିମ

Lakhpati Didi Scheme: ମହିଳାଙ୍କୁ ଏଥର ମିଳିବ ୫ ଲକ୍ଷ

୨୦୨୩ରେ ଏହି ଯୋଜନା ଅଧୀନରେ ୨ କୋଟି ମହିଳାଙ୍କୁ ସୁବିଧା ପ୍ରଦାନ କରାଯାଇଥିଲା....

Tanushree Mahapatra
Tanushree Mahapatra
Lakhpati Didi Scheme for woman, image source - pixeles

Lakhpati Didi Scheme for woman, image source - pixeles

ଦେଶରେ ପୂର୍ବ ଅପେକ୍ଷା ମହିଳାଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ପ୍ରକାର ସରକାରୀ ସ୍ତରରେ ସହାୟତା ପ୍ରଦାନ କରାଯାଉଛି l ଚାଷ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସ୍ତରରେ ମଧ୍ୟ ସହଯୋଗ କରୁଛନ୍ତି ସରକାର l କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମହିଳାଙ୍କୁ ରୋଜଗାର ପ୍ରଦାନ କରିବା ପାଇଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି l ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି ଦେଶରେ l ତେବେ ସେହି ଯୋଜନା ମଧ୍ୟରେ ରହିଛି ଲକ୍ଷପତି ଦିଦି ଯୋଜନା l ଯାହା କେନ୍ଦ୍ର ସରକାରଙ୍କ ଅଧୀନରେ ପ୍ରଚଳିତ ରହିଛି l ଏହି ଯୋଜନା ମାଧ୍ୟମରେ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ସରକାର l ଯେଉଁ ଅର୍ଥ ସାହାଯ୍ୟରେ ମହିଳା ନିଜ ବ୍ୟବସାୟ ଆରମ୍ଭ କରି ଅର୍ଥ ରୋଜଗାର କରି ପାରିବେ l

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ଏହି ଲକ୍ଷପତି ଦିଦି ଯୋଜନା ଅନୁସାରେ ମହିଳାଙ୍କ ପାଇଁ ଏକ ସୁଯୋଗ ପ୍ରଦାନ କରାଯାଉଛି । ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ ସ୍ଥିତିକୁ ଆହୁରି ଅଧିକ ମଜବୁତ କରିବା ପାଇଁ  ଏବଂ ଆର୍ଥିକ ସ୍ୱାଧୀନତା ସ୍ଥାପନ ପାଇଁ ଏହି ଯୋଜନା । ବିନା ସୁଧରେ ମହିଳାଙ୍କୁ ୧ ଲକ୍ଷରୁ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଉଛନ୍ତି କେନ୍ଦ୍ର ସରକାର । ଗତବର୍ଷ ଅର୍ଥାତ ୨୦୨୩ ମସିହାରେ ଏହି ଯୋଜନା ଅଧୀନରେ ୨ କୋଟି ମହିଳାଙ୍କୁ ସୁବିଧା ପ୍ରଦାନ କରାଯାଇଥିଲା l ସେହିପରି ଚଳିତବର୍ଷ ମଧ୍ୟ ଏହି ଯୋଜନା ଅଧୀନରେ ୩ କୋଟି ମହିଳାଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।

କେନ୍ଦ୍ର ସରକାରଙ୍କ ଲକ୍ଷପତି ଦିଦି ଯୋଜନାରେ ବିନା ସୁଧରେ ମହିଳାମାନଙ୍କୁ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଦିଆଯାଉଛି । କିନ୍ତୁ ଦେଶରେ ସମସ୍ତ ମହିଳା ଏହାର ଫାଇଦା ଉଠାଇ ପାରିବେ ନାହିଁ । ଏଥିପଇଁ ସରକାରଙ୍କ ପକ୍ଷରୁ ଏକ ସର୍ତ୍ତ ରଖାଯାଇଛି । କେବଳ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେଏହି ଯୋଜନାର ଫାଇଦା ଉଠାଇପାରିବେ । ଏ ପର୍ଯ୍ୟନ୍ତ ୨ କୋଟି ମହିଳା ଏହାର ଫାଇଦା ପାଇଛନ୍ତି ଚଳିତବର୍ଷ ଏଥିରେ ବୃଦ୍ଧି କରାଯାଇ ୩ କୋଟିକୁ କରାଯାଇଛି । ଏହି ଯୋଜନାରେ ମହିଳା କିମ୍ବା ତାଙ୍କ ପରିବାରର ଆୟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିବା ପାଇଁ ପ୍ରୟାସ କରାଯାଉଛି l ତେଣୁ ଏହାକୁ ଲକ୍ଷପତି ଦିଦି ଯୋଜନା ବୋଲି ନାମିତ କରାଯାଇଛି ।

ଲକ୍ଷପତି ଦିଦି ଯୋଜନା ଅଧୀନରେ ବାର୍ଷିକ ଆୟ ୧ ଲକ୍ଷ ଟଙ୍କା ଅତି କମରେ ଚାରିଟି ବ୍ୟବସାୟ ଚକ୍ର ପାଇଁ ହିସାବ କରାଯାଇଥାଏ । ତେବେ ଯେଉଁ ମହିଳାମାନଙ୍କର ହାରାହାରି ମାସିକ ଆୟ ଦଶ ହଜାର ଟଙ୍କାରୁ ଅଧିକ ହୋଇଥିବା ସେମାନଙ୍କ ଆୟର ସ୍ଥିରତା ଅନୁଯାୟୀ ଏହି ଗଣନା କରାଯାଇଛି । ଏହି ଯୋଜନା ସରକାରଙ୍କ ଗ୍ରାମୀଣ ମନ୍ତ୍ରଣାଳୟ ଅଧୀନରେ କାର୍ୟ୍ୟକାରୀ ହୋଇଛି । ବ୍ୟବସାୟିକ ତାଲିମ ପ୍ରଦାନ କରିବା ଠାରୁ ଆରମ୍ଭ କରି ବଜାରକୁ ସାମଗ୍ରୀ ବିତରଣ, ଆବଶ୍ୟକ କୌଶଳ ଏବଂ ତାଲିମ ପ୍ରଦାନ ପାଇଁ ଏହି ଯୋଜନାରେ ସମ୍ଭବ ।

ଅଧିକ ପଢ଼ନ୍ତୁ

Jackfruit Farming: ମାଲେମାଲ କରିବ ପଣସ ଚାଷ

Onion: ପିଆଜ ଉପରୁ ହଟିଲା ବ୍ୟାନ, କମିଯିବ ଦାମ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments