1. ସରକାରୀ ସ୍କିମ

ମଧୁବାବୁ ପେନସନ୍ ଯୋଜନାରେ ବଡ ପରିବର୍ତ୍ତନ

ଆଜି ତଥା ସୋମବାର ମଧୁବାବୁ ପେନସନ ଯୋଜନାରେ ଆଉ ୪ ଲକ୍ଷ ୧୩ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ ଆଜି ଅନୁମୋଦନ କରିଛନ୍ତି।

Tanushree Mahapatra
Tanushree Mahapatra
madhu babu pension scheme , image source - pexels.com

madhu babu pension scheme , image source - pexels.com

ଆଜି ତଥା ସୋମବାର ମଧୁବାବୁ ପେନସନ ଯୋଜନାରେ ଆଉ ୪ ଲକ୍ଷ ୧୩ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ ଆଜି ଅନୁମୋଦନ କରିଛନ୍ତି। ଏଥିସହ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୨୮ ଲକ୍ଷ ୬୧ ହଜାରରୁ ୩୨ଲକ୍ଷ ୭୫ ହଜାରକୁ ବୃଦ୍ଧି ପାଇଥିବା ସୂଚନା ରହିଛି । ତେବେ ଅଗଷ୍ଟ ୧୫ ତାରିଖ ଜନସେବା ଦିବସରେ ନୂଆ ହିତାଧିକାରୀ ସେମାନଙ୍କ ପ୍ରଥମ ପେନସନ୍ ପାଇବେ ।

ଏହା ଗ୍ରାମପଞ୍ଚାୟତ ହେଡକ୍ୱାର୍ଟର ଓ ଓ୍ବାର୍ଡ କାର୍ଯ୍ୟାଳୟରେ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ସେମାନଙ୍କୁ ପେନସନ୍ ଦିଆଯିବ ବୋଲି କୁହାଯାଇଛି ସରକାରଙ୍କ ତରଫରୁ । ସେହିପରି କ୍ୟାମ୍ପ କରି ହିତାଧିକାରୀଙ୍କୁ ପେନସନ୍ ବଣ୍ଟନ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଛି । ସିଏମଓଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଓ ‘ମୋ ସରକାର’ରୁ ମିଳିଥିବା ଫିଡବ୍ୟାକ ଆଧାରରେ ଅଧିକ ରୁ ଅଧିକ ଲୋକଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ବିକାଶମୂଳକ କାମର ସମୀକ୍ଷା କରିବା ସହିତ ଲୋକଙ୍କ ସମସ୍ୟା ବୁଝୁଛନ୍ତି । ଏହାଦ୍ବାରା ଲୋକଙ୍କ ସମସ୍ୟାର ତ୍ବରିତ ସମାଧାନ ହୋଇପାରୁଛି । ସାମାଜିକ ସୁରକ୍ଷାକୁ ଗୁରୁତ୍ବ ସରକାର ବଢାଇଛନ୍ତି ମଧୁବାବୁ ପେନସନ୍ ଯୋଜନା ପରିସର । ଆଉ ଏଥିରେ ୪ଲକ୍ଷ ୧୩ ହଜାର ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ କରିଛନ୍ତି । ଏଥିସହ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୨୮ଲକ୍ଷ ୬୧ହଜାରରୁ ୩୨ଲକ୍ଷ ୭୫ହଜାରକୁ ବୃଦ୍ଧି ପାଇଛି। ଅଗଷ୍ଟ ୧୫ତାରିଖ ଜନସେବା ଦିବସରେ ନୂଆ ହିତାଧିକାରୀ ସେମାନଙ୍କ ପ୍ରଥମ ପେନସନ୍ ପାଇବେ।

ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଓ ମୋ ସରକାରରେ ମିଳିଥିବା ଫିଡବ୍ୟାକ ଆଧାରରେ ଅଧିକ ଲୋକଙ୍କୁ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ଏହି ଯୋଜନାରେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ କାମର ସମୀକ୍ଷା ମଧ୍ୟ କରୁଛନ୍ତି । ଯାହାଦ୍ୱାରା ଏବେ ଲୋକଙ୍କ ସମସ୍ୟାର ତ୍ବରିତ ସମାଧାନ ମଧ୍ୟ ହୋଇପାରୁଛି । ରାଜ୍ୟ ସରକାର ପ୍ରାୟ ୨୮ଲକ୍ଷ ୬୧ ହଜାର ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମାଜିକ ସୁରକ୍ଷା ପେନସନ୍ ଦେଉଥିବାର ସୂଚନା ରହିଛି ।

ତେବେ ବୟସ୍କ, ବିଧବା, ଦିବ୍ୟାଙ୍ଗ, ଅବିବାହିତ ମହିଳା, କୋଭିଡରେ ଅନାଥ ପିଲା, ଏଡସ ରୋଗୀଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ପେନସନ୍ ଦିଆଯାଉଛି । ୭୯ବର୍ଷ କିମ୍ବା ତାଠୁ କମ୍ ହିତାଧିକାରୀଙ୍କୁ ମାସିକ ୫ଶହ ଟଙ୍କା ଏବଂ ୮୦ରୁ ଅଧିକ ବୟସ୍କଙ୍କୁ ମାସିକ ୭ଶହ ଟଙ୍କା ଦିଆଯାଉଛି । ସେହିପରି ୪୦ରୁ ୫୯ପ୍ରତିଶତ ଦିବ୍ୟାଙ୍ଗଙ୍କୁ ୫ଶହ ଟଙ୍କା ଏବଂ ୬୦ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କୁ ୭ଶହ ଟଙ୍କା ୬୦ ପ୍ରତିଶତରୁ ଅଧିକ ଶାରିରୀକ ଅକ୍ଷମତା ଥିବା ୮୦ବର୍ଷରୁ ଅଧିକଙ୍କୁ ମାସିକ ୯ଶହ ଟଙ୍କା ପେନସନ୍ ଦିଆଯାଉଛି ଏହି ଯୋଜନା ମାଧ୍ୟମରେ । ୪ଲକ୍ଷ ୧୩ହଜାର ଅତିରିକ୍ତ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ଦ୍ବାରା ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଆଶା ରଖିଛନ୍ତି ରାଜ୍ୟସରକାର । 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments