1. ସରକାରୀ ସ୍କିମ

Subhadra Scheme: ସୁଭଦ୍ରା ଟଙ୍କା ପାଇବେ ନାହିଁ, କଟିଯାଇଛି ନାଁ !

ତେବେ ଖୁବଶୀଘ୍ର ସେହି ୨ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତର ଶେଷ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ୨ ଲକ୍ଷ ମହିଳାଙ୍କୁ ମାର୍ଚ୍ଚ ୮ ତାରିଖ ପୂର୍ବରୁ ପ୍ରଥମ କିସ୍ତି ମିଳିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ମହିଳାଙ୍କ କ୍ଷେତ୍ରରେ ଖୁସି ଦେଖିବାକୁ ମିଳିଛି l

Tanushree Mahapatra
Tanushree Mahapatra
march 8 these women will not get money

march 8 these women will not get money

ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମହିଳାଙ୍କ ବ୍ୟାଙ୍କ ଖାତାକୁ ଆସିଛି । ୧୮ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ମିଳିଛି ୪ର୍ଥ ପର୍ଯ୍ୟାୟରେ ଟଙ୍କା । ଆଉ ଅନ୍ୟ କିଛି ହିତାଧିକାରୀ ବାକି ରହିଥିବା ସୁଭଦ୍ରା କିସ୍ତି ମିଳିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ତେବେ ଆଗକୁ ୨ୟ କିସ୍ତି ଆସିବା ପୂର୍ବରୁ ସରକାର ମହିଳାଙ୍କୁ ପ୍ରଥମ କିସ୍ତିର ୫ମ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିପରନ୍ତି । କିନ୍ତୁ, ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇଛନ୍ତି ଏବଂ ଆଉ ୨ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା ।

ତେବେ ଖୁବଶୀଘ୍ର ସେହି ୨ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତର ଶେଷ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ୨ ଲକ୍ଷ ମହିଳାଙ୍କୁ ମାର୍ଚ୍ଚ ୮ ତାରିଖ ପୂର୍ବରୁ ପ୍ରଥମ କିସ୍ତି ମିଳିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ମହିଳାଙ୍କ କ୍ଷେତ୍ରରେ ଖୁସି ଦେଖିବାକୁ ମିଳିଛି l ମହିଳାଙ୍କୁ ଅଧିକ ରୁ ଅଧିକ ସଶକ୍ତ କରିବା ପାଇଁ ସରକାର ଏହି ଯୋଜନା ପ୍ରଚଳିତ କରିଛନ୍ତି l

ଯଦି ହିତାଧିକାରୀଙ୍କୁ ଟଙ୍କା ନ ଆସେ ତେବେ ସେମାନଙ୍କୁ ଅପେକ୍ଷା କରିବାକୁ ପଡିବ । ଅନ୍ୟାନ୍ୟ କାରଣ ପାଇଁ ସୁଭଦ୍ରା ଟଙ୍କା ନପାଇବେ ମହିଳା ସେମାନଙ୍କୁ ଏକାବେଳେ ଦୁଇଟି କିସ୍ତି ଟଙ୍କା ପ୍ରଦାନ କରାଯିବ । କିନ୍ତୁ ମାନେ ରଖିବା ଉଚିତ ଯେ ଯଦି ଅବେଦନକାରୀ ମହିଳାଙ୍କ ପରିବାରର ଜଳସେଚିତ ଜମିର ପରିମାଣ ୫ ଏକରରୁ ଅଧିକ ଏବଂ ଅଣ ଜଳସେଚିତ ଜମିର ପରିମାଣ ୧୦ ଏକରରୁ ଅଧିକ ରହିଛି ସେମାନେ ସୁଭଦ୍ରା ଟଙ୍କା ପାଇବେ ନାହିଁ । ଟ୍ରାକ୍ଟର, ମିନି-ଟ୍ରକ୍, ଛୋଟ ବାଣିଜ୍ୟିକ ମେସିନ ଏବଂ ଅନ୍ୟ ହାଲୁକା ଯାନ ବ୍ୟତୀତ ୪ ଚକିଆ ଗାଡି ଥିଲେ ସୁଭଦ୍ରା ଟଙ୍କା ମହିଳା ପାଇବେ ନାହିଁ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ