1. ସରକାରୀ ସ୍କିମ

ଏସ୍‌‌ଏଚ୍‌‌ଜି ମହିଳାଙ୍କୁ ମିଳିବ ମାର୍କେଟିଂ ସୁବିଧା: ସରକାର ଖୋଲିବେ ଏହି ଜିଲ୍ଲାରେ ମିଶନ ଶକ୍ତି ବଜାର

ମୁଖ୍ୟମନ୍ତ୍ରୀ ସବୁବେଳେ ମିଶନ ଶକ୍ତି ଉପରେ ଗୁରୁତ୍ୱ ଦେଇଛନ୍ତି । ନାରୀଙ୍କୁ ସବୁବେଳେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ମହିଳାଙ୍କୁ ଗୁରୁତ୍ୱ ଦେଇ ପ୍ରତି ଜିଲ୍ଲାରେ ନିର୍ମାଣ କରାଯାଉଛି ମିଶନ ଶକ୍ତି ଭବନ, ଏଥିପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା ।

Tanushree Mahapatra
Tanushree Mahapatra
Marketing facilities for shg mission shakti bazar

Marketing facilities for shg mission shakti bazar

ମୁଖ୍ୟମନ୍ତ୍ରୀ ସବୁବେଳେ ମିଶନ ଶକ୍ତି ଉପରେ ଗୁରୁତ୍ୱ ଦେଇଛନ୍ତି ( mission sakti bazar )  । ନାରୀଙ୍କୁ ସବୁବେଳେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ମହିଳାଙ୍କୁ ଗୁରୁତ୍ୱ ଦେଇ ପ୍ରତି ଜିଲ୍ଲାରେ ନିର୍ମାଣ କରାଯାଉଛି ମିଶନ ଶକ୍ତି ଭବନ, ଏଥିପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ମା ମାନଙ୍କର ଅର୍ଥନୈତିକ ବିକାଶ ପାଇଁ ସରକାର ସବୁବେଳେ ଚେଷ୍ଟା କରିଛନ୍ତି ଯାହା ନାରୀଙ୍କୁ ଆତ୍ମନିର୍ଭରଶୀଳ କରୁଛି । ଏହାସହିତ ମିଶନ ଶକ୍ତି ଉତ୍ପାଦ ଦ୍ରବ୍ୟ ବିକ୍ରି ପାଇଁ ଇ-ପୋର୍ଟାଲ ବ୍ୟବସ୍ଥାର ଶୁଭାରମ୍ଭ  କରିଥିଲେ ରାଜ୍ୟରେ ।

ମିସନ ଶକ୍ତି ଦ୍ବାରା ଉତ୍ପାଦିତ ଦ୍ରବ୍ୟକୁ ବିଶ୍ବ ବଜାରରେ ବିକ୍ରି କରିବା ପାଇଁ ମାର୍କେଟିଂ ବ୍ୟବସ୍ଥା, ନେଇଥିବା ଋଣର ସୁଧରେ ରିହାତି, ଅନ୍‌ ଲାଇନ୍‌ ମାର୍କେଟ ବ୍ୟବସ୍ଥା, ଶୁଭାରମ୍ଭ କରିଥିଲେ । ଏହା ଦ୍ବାରା ତୃଣମୂଳ ସ୍ତରରେ ମିଶନ ଶକ୍ତି ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ଆରମ୍ଭ ହୋଇଥିଲା ଏହା l

ମିଶନ ଶକ୍ତିର ମା ମାନଙ୍କ ଦ୍ବାରା ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ଗୁରୁତ୍ବପୂର୍ଣ୍ଣ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ମିଶନ ଶକ୍ତି ବଜାର ପାଇଁ ଭିତ୍ତିଭୂମି ରଖିବା ସହିତ ମିଶନ ଶକ୍ତିର ଅନ୍‌ଲାଇନ ମାର୍କେଟିଂର ଶୁଭାରମ୍ଭ ମଧ୍ୟ କରିଥିଲେ । ଏହାଦ୍ବାରା ସାରା ବିଶ୍ବରେ ମିଶନ ଶକ୍ତି ମା ମାନଙ୍କର ଦ୍ରବ୍ୟ ବିକ୍ରୟ ହୋଇପାରିବ ।

ଏହି ସ୍କିମ ଦ୍ୱାରା ବର୍ଷ ତମାମ ବିକ୍ରି ହେବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦିତ ସାମଗ୍ରୀ ଯାହା ତାଙ୍କୁ ରୋଜଗାର ଦେବା  । ଏଥିପାଇଁ ଆରମ୍ଭ ହୋଇଛି ଖୋଲା ବଜାର । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଉତ୍ପାଦିତ ଗ୍ରାମୀଣ ସାମଗ୍ରୀ ପହଞ୍ଚିବ ସମସ୍ତଙ୍କ ପାଖରେ । ଏଥିରେ ମିଶନ୍‌‌ ଶକ୍ତିକୁ ନେଇ କରାଯାଉଛି  ସ୍ୱତନ୍ତ୍ର ବ୍ରାଣ୍ଡିଂ। ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ମହିଳାମାନେ ଏବେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ପାରଦର୍ଶିତା ପ୍ରଦର୍ଶିତ କରିପାରିଛନ୍ତି ମିୟସନ ଶକ୍ତି ଦ୍ୱାରା । ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ଓ ଓର୍‌‌ମାସ୍‌‌ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କ ହାତରେ ଗୁରୁ ଦାୟିତ୍ୱ ଦେଇଛନ୍ତି ।

ଏବେ ରାଜ୍ୟରେ ଥିବା ମିଶନ ଶକ୍ତି ମହିଳାଙ୍କୁ ଆଉ ଏକ ଖୁସି ଖବର ଦେଇଛନ୍ତି ରାଜ୍ୟ ସରକାର l ଭୁବନେଶ୍ୱର ସମେତ ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ବି ହେବ ମିଶନ ଶକ୍ତି ବଜାର ଯେଉଁଠି ମହିଳାଙ୍କୁ ମିଳିବ ନିଜ ସାମଗ୍ରୀ ସହଜରେ ବିକ୍ରି କରିବା ପାଇଁ ବଜାର । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ଅନୁମୋଦନ ମଧ୍ୟ ମିଳିସାରିଛି । ଏଥିପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି ରାଜ୍ୟ ସରକାର  । ରାଜ୍ୟର ମହିଳା ଏସ୍‌‌ଏଚ୍‌‌ଜିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ଏକ ନୂଆ ଦିଗ୍‌‌ଦର୍ଶନ ଦେବା ପାଇଁ ଓ ସେମାନଙ୍କ ପାଇଁ ମାର୍କେଟିଂର ସୁବିଧା ଯୋଗାଇଦେବା ପାଇଁ ସରକାର ଯାଜପୁର ସଠିପୁରରେ ହେବ ‘ମିଶନ୍‌‌ଶକ୍ତି ଭିଲେଜ୍‌‌ ବା ଗ୍ରାମ’ କରାଯିବ ଯେଉଁଠି ଜିଲ୍ଲାର ମହିଳାଙ୍କୁ ମିଳିବ ସୁଯୋଗ । ଏଥିପାଇଁ ରାଜ୍ୟସରକାର ଓ ମିଶନ ଶକ୍ତି ବିଭାଗ ତରଫରୁ ଅନୁମୋଦନ ମିଳିସାରିଛି । ଖୁବଶୀଘ୍ର ଏହି ମିଶନ୍‌‌ ଶକ୍ତି ଭିଲେଜ୍‌‌ ନିର୍ମାଣ କରାଯାଇ ମା’ମାନଙ୍କୁ ଆହୁରି ସଶକ୍ତ କରିବା ପାଇଁ ନିଷ୍ପତ୍ତି ହୋଇଛି । ସେହିପରି ବାଲେଶ୍ୱର ଜିଲ୍ଲାରେ ମଧ୍ୟ ମିଶନ୍‌‌ ଶକ୍ତି ବଜାର ନିର୍ମାଣ କରାଯିବ l ମହିଳାମାନଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସଶକ୍ତ କରିବା ସହ ଏସ୍‌‌ଏଚ୍‌‌ଜିଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ପାଇଁ ମିଳିବ ସୁଯୋଗ ।

ଏହି ସ୍କିମ ଦ୍ୱାରା ତଥା ଏହି ଯୋଜନା ଦ୍ୱାରା ରାଜ୍ୟର ମହିଳା ମହାସଂଘର ମହିଳା ଏସ୍‌‌ଏଚ୍‌‌ଜିର ସଦସ୍ୟାମାନେ ମିଶନ ଶକ୍ତି ବଜାରର ସମସ୍ତ ଦାୟିତ୍ୱ ସମ୍ଭାଳିବେ । ମହିଳା ଏସ୍‌‌ଏଚଜିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିଭିନ୍ନ ପ୍ରକାରର ପିଠା, ହଳଦୀ, ବଡ଼ି, ପାମ୍ପଡ଼, ସବାଇ ହସ୍ତଶିଳ୍ପ, ଡୋକ୍ରା, ଝୋଟ ସାମଗ୍ରୀ ବ୍ୟତୀତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ଆଦିର ବ୍ୟବସାୟିକରଣ ପାଇଁ ବର୍ଷତମାମ ସୁବିଧା ସୁଯୋଗ ପାଇବେ ଆଉ ନିଜେ ହୋଇପାରିବେ ଆତ୍ମନିର୍ଭରଶୀଳ । ଏହାସହିତ ଗ୍ରାମାଞ୍ଚଳର ସାମଗ୍ରୀକୁ ସହଜ ଉପାୟରେ ବ୍ରାଣ୍ଡିଂ ଓ ପ୍ୟାକେଜିଂ କରାଯାଇ ବିକ୍ରି ମଧ୍ୟ କରାଯାଇପାରିବ । ଏଥିପାଇଁ ମିଶନ ଶକ୍ତି ପକ୍ଷରୁ ପଦକ୍ଷେପ ନିଆଯାଉଥିବାବେଳେ ମା’ମାନଙ୍କ ପ୍ରସ୍ତୁତ ସାମଗ୍ରୀ ପାଇଁ ବିକ୍ରିବଟା ଓ ମାର୍କେଟ ଲିଙ୍କେଜ୍‌‌ ପାଇଁ ମିଶନ ଶକ୍ତି, ଓଡ଼ିଶା ଜୀବିକା ମିଶନ ଓ ଓର୍‌‌ମାସ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ଯାହାର ସଠିକ ଫାଇଦା ମିଳିବ ମହିଳାଙ୍କୁ ।

ଯେଉଁଥିରେ କି ଯେକୌଣସି ସମୟରେ ଗ୍ରାହକମାନେ ‘ମିଶନ ଶକ୍ତି ବଜାର’ କୁ ଯାଇ ମା’ଙ୍କ ହାତ ତିଆରି ସାମଗ୍ରୀ ଦେଖିବା ସହ କିଣିପାରିବେ ମଧ୍ୟ । ଭୁବନେଶ୍ୱରରେ ଖୁବ୍‌‌ଶୀଘ୍ର ଏହି ବଜାର ର କାମ ଶେଷ ହେବାପରେ ବିକ୍ରି ବ୍ୟବସ୍ଥା କରାଯିବ । ସହଜ ଓ ସରଳ ଉପାୟରେ ସାମଗ୍ରୀ ବିକ୍ରି କରିବା ପାଇଁ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ମାର୍କେଟିଂ ସୁବିଧା ପାଇଁ ସହଯୋଗ ମଧ୍ୟ ଯୋଗାଇଦିଆଯିବ । ଉତ୍ପାଦକ ବିକ୍ରି ପରେ ଲାଭାଂଶ ସିଧାସଳଖ ଏସ୍‌‌ଏଚ୍‌‌ଜିଙ୍କ ନିକଟକୁ ଯିବ। ତେବେ ଆସନ୍ତା ୫ବର୍ଷ ମଧ୍ୟରେ ସାରା ରାଜ୍ୟରେ ୫ ଶହଟି ମିଶନ୍‌‌ ଶକ୍ତି ବଜାର ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ତଥା ନିଷ୍ପତ୍ତି କରାଯାଇଛି ।

କୃଷି ଉନ୍ନତି ପାଇଁ ବଢିଛି କୃଷି ଯାନ୍ତ୍ରୀକରଣର ବ୍ୟବହାର

କୃଷି ଉନ୍ନତି ପାଇଁ ବଢିଛି କୃଷି ଯାନ୍ତ୍ରୀକରଣର ବ୍ୟବହାର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments