
Mo ghara urban yojana will be start in odisha , pic source - @cmodisha
ସେ ରାଜ୍ୟ ହେଉ କି କେନ୍ଦ୍ର ସରକାର ଦେଶର ନାଗରିକଙ୍କ ପାଇଁ ଅନେକ ସମୟରେ ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି l ଯାହାଦ୍ୱାରା ସେମାନେ ଉପକୃତ ହୋଇପାରୁଛନ୍ତି l ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ସମସ୍ତ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି ସରକାରଙ୍କ ତରଫରୁ l ଗ୍ରାମ ରୁ ଆରମ୍ଭ କରି ଅର୍ବନ ସହର ପର୍ଯ୍ୟନ୍ତ ସମସ୍ତ ସୁବିଧା କରୁଛନ୍ତି ରାଜ୍ୟ ସରକାର l ଜଳ ରୁ କୃଷି ସମସ୍ତ ବିଭାଗ ତାଙ୍କ ଆଖି ଆଗରେ ରହିଛି l ଗତ କିଛିଦିନ ତଳେ ରାଜ୍ୟର ସମସ୍ତ ନାଗରିକଙ୍କୁ ଆଖି ଆଗରେ ରଖି ରାଜ୍ୟ ସରକାର କେବିନେଟ ବୈଠକରେ ୧୭ ଟି ପ୍ରସ୍ତାବ ଉପରେ ମୋହର ମାରିଥିଲେ l ‘ମୋ ଘର ଅର୍ବାନ’ ଯୋଜନା ମଧ୍ୟ ସେହି ୧୭ ପ୍ରସ୍ତାବ ମଧ୍ୟରେ ସାମିଲ ରହିଛି l
ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ତେବେ ଏହାରି ମଧ୍ୟରେ ସହରାଞ୍ଚଳରେ ରହୁଥିବା ବାସହୀନଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ‘ମୋ ଘର ଅର୍ବାନ’ ଯୋଜନା । ଏହି ଯୋଜନାରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ ଯୋଗାଇଦିଆଯିବ l ଏହି ଆର୍ଥିକ ସାହାଯ୍ୟରେ ସେମାନେ ଘର ତିଆରି ଓ ଉନ୍ନତିକରଣ ପାଇଁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ ରାଜ୍ୟ ସରକାରଙ୍କ ଦ୍ୱାରା । ଏନେଇ ଚିଠା ଗାଇଡଲାଇନ୍ ମଧ୍ୟ ପ୍ରସ୍ତୁତି ସାରିଛି ସରକାରଙ୍କର ।
ତେବେ ସୂଚନା ଅନୁଯାୟୀ ଓଡ଼ିଶା ଅର୍ବାନ ହାଉସିଂ ମିଶନ ଏହି ଯୋଜନା ପାଇଁ ଗାଇଡଲାଇନ୍ ପ୍ରସ୍ତୁତ କରିଛି । ଏନେଇ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଠାରୁ ମତାମତ ଲୋଡିଛନ୍ତି ରାଜ୍ୟ ସରକାର । ମତାମତ ଆସିବା ପରେ ସପ୍ତାହକ ମଧ୍ୟରେ ନଗର ଉନ୍ନୟ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ ବୋଲି ଆଲୋଚନା କରାଯାଉଛି । ପ୍ରସ୍ତାବିତ ଯୋଜନା ଅନୁଯାୟୀ ୧ ଲକ୍ଷ, ଦେଢ଼ ଲକ୍ଷ, ୨ ଲକ୍ଷ ଓ ୩ ଲକ୍ଷର ଋଣ ବ୍ୟବସ୍ଥା ରହିଛି । ସେଥିମଧ୍ୟରୁ ହିତାଧିକାରୀମାନେ ଯେ କୌଣସି ଗୋଟିଏ ଋଣକୁ ବାଛି ପାରିବେ ନିଜ ଘର ପ୍ରସ୍ତୁତ ପାଇଁ । କିନ୍ତୁ ଏହି ଯୋଜନା ପାଇଁ ପରିବାରର ମାସିକ ଆୟ ୫୦ ହଜାର ଟଙ୍କାରୁ କମ୍ ଥିଲେ ସେମାନେ ଏହି ଯୋଜନାରେ ସାମିଲ ହୋଇ ପାରିବେ । ନଚେତ ଏହି ଯୋଜନା ର ଲାଭ ସେମାନେ ପାଇ ପାରିବେ ନାହିଁ l
ହିତାଧିକାରୀଙ୍କୁ ବ୍ୟାଙ୍କରୁ ସର୍ବାଧିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବା ସହିତ ୧୦ ବର୍ଷ ମଧ୍ୟରେ ତାହା ଫେରସ୍ତ ନିଆଯିବ ତାଙ୍କଠାରୁ । ବାସଗୃହ ନିର୍ମାଣ ସରିବା ପରେ ରାଜ୍ୟ ସରକାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ କ୍ୟାପିଟାଲ ସବସିଡି ମଧ୍ୟ ଜମା କରିବେ । ୧ ଲକ୍ଷ ଋଣ ନେଇଥିଲେ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ମିଳିବ । ସେହିପରି ୨ ଲକ୍ଷ କିମ୍ବା ୩ ଲକ୍ଷ ଋଣ ନେଇଥିଲେ ସାଧାରଣ ବର୍ଗଙ୍କୁ ୬୦ ହଜାର ଏବଂ ସ୍ୱତନ୍ତ୍ର ବର୍ଗର ଲୋକଙ୍କୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ମିଳିବ । ୧୦ ବର୍ଷ ପାଇଁ ବ୍ୟାଙ୍କଗୁଡ଼ିକ ୯ ପ୍ରତିଶତ ହାରରେ ସୁଧ ଆଦାୟ କରିପାରିବେ ବୋଲି କୁହାଯାଇଛି । ୨ଟି କୋଠରୀ ବିଶିଷ୍ଟ ଘର ବା ତା’ଠାରୁ ଅଧିକ କୋଠରୀ ଥିଲେ, ପୂର୍ବରୁ କୌଣସି ସରକାରୀ ଯୋଜନାରେ ଘର ପାଇଁ ଲକ୍ଷେ ଟଙ୍କା ପାଇଥିଲେ କିମ୍ବା ପରିବାରର କୌଣସି ସଦସ୍ୟ ସରକାରୀ ଚାକିର କରିଥିଲେ, ପେନସନ ପାଉଥିଲେ ଏହି ଯୋଜନାର ଲାଭ ମିଳିବନି ।
Share your comments