1. ସରକାରୀ ସ୍କିମ

କୃଷକଙ୍କ ପାଇଁ ବଡ ଖୁସି ଖବର, ମୋଦି ଦେବେ ୩ ଲକ୍ଷ !

କେନ୍ଦ୍ର ସହିତ ରାଜ୍ୟ ସରକାର ମଧ୍ୟ ଚାଷୀଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି l ଚାଷୀଙ୍କୁ କେଉଁଠି ବିହନ ତ ଆଉ କେଉଁଠି ଟଙ୍କା ଅନୁଦାନ ଭାବେ ପ୍ରଦାନ କରାଯାଉଛି l

Tanushree Mahapatra
Tanushree Mahapatra
Modi govt will give 3 lakh rupees to the farmers

Modi govt will give 3 lakh rupees to the farmers

କେନ୍ଦ୍ର ସହିତ ରାଜ୍ୟ ସରକାର ମଧ୍ୟ ଚାଷୀଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି l  ଚାଷୀଙ୍କୁ କେଉଁଠି ବିହନ ତ ଆଉ କେଉଁଠି ଟଙ୍କା ଅନୁଦାନ ଭାବେ ପ୍ରଦାନ କରାଯାଉଛି l ଆଉ ଏବେ ଆଗାମୀ ୩ ବର୍ଷ ମଧ୍ୟରେ ରାଜ୍ୟର ଏକ ଲକ୍ଷ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ଲକ୍ଷ ରଖିଛନ୍ତି  ରାଜ୍ୟ ସରକାର l

ରାଜ୍ୟ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ନୀତିଗତ ନିଷ୍ପତ୍ତି ନିଆଯାଇଛି । ଏନେଇ ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଏଥିପାଇଁ ଚୟନ ହୋଇଥିବା ହିତାଧିକାରୀଙ୍କ ତାଲିକା ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ଆସନ୍ତା ମେ ୨୫ ତାରିଖ ସୁଦ୍ଧା ଚାଷୀ ଓ ନିର୍ଦ୍ଦିଷ୍ଟ ଚାଷ ସମ୍ପର୍କିତ ବିବରଣୀର ସଠିକ ଯାଞ୍ଚ ଶେଷ କରିବାକୁ ସରକାର ଯୋଜନା ରଖିଛନ୍ତି ।

ସେହିପରି କୃଷକଙ୍କ ପାଇଁ ଏକ ବଡ ଖୁସିଖବର ଆଣିଛନ୍ତି କେନ୍ଦ୍ର ତଥା ମୋଦି ସରକାର । ସୂଚନା ଅନୁଯାୟୀ ଏଣିକି ଦେଶର କୋଟି କୋଟି କୃଷକଙ୍କୁ ମିଳିବ ୩ ଲକ୍ଷ ଟଙ୍କା । କୃଷକଙ୍କ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ବିଭିନ୍ନ ସମସ୍ୟା ଚାଲିଥିବା ବେଳେ କେନ୍ଦ୍ର ସରକାର ଦେଇଛନ୍ତି ଖୁସି ଖବର l ବର୍ତ୍ତମାନ ଏକ ଉପହାର ଆଣିଛନ୍ତି ସରକାର କୃଷକଙ୍କ ପାଇଁ  । ଏହି ଟଙ୍କା ଏବେ କୃଷକଙ୍କୁ ନିଜ ଚାଷ କ୍ଷେତ୍ରରେ ଆର୍ଥିକ ସାହାଯ୍ୟ କରିବ ଯାହା ତାଙ୍କ ଚାଷର ଆୟକୁ ଦ୍ଵିଗୁଣ କରିବ । ଦେଶର କୃଷକଙ୍କ ପାଇଁ ନୂଆ ଆର୍ଥିକ ବିକାଶ ନିୟମ ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ।

ପ୍ରଧାନମନ୍ତ୍ରୀ କିସାନ ଯୋଜନା ବ୍ୟତୀତ ସରକାର କୃଷକଙ୍କ ପାଇଁ କେସିସି ସୁବିଧା ମଧ୍ୟ ଦେଉଛନ୍ତି । ଆଶା ରହିଛି ଯେ ଏହାଦ୍ୱାରା ଦେଶରେ ଥିବା ଅନେକ କୃଷକଙ୍କୁ ଫାଇଦା ମିଳିପାରିବ । ଏଥିପାଇଁ ପିଏମ କିସାନ ଯୋଜନାର ସମସ୍ତ ହିତାଧିକାରୀ ଚାଷୀଙ୍କୁ କେନ୍ଦ୍ର ସରକାର କିସାନ କ୍ରେଡିଟ କାର୍ଡ ଇସୁ କରିବା ପାଇଁ ଆଦେଶ ଦେଇଛନ୍ତି । ତେବେ ଦେଶର ସବୁଠୁ କମ୍ ସୁଧ ଥିବା ଏହି ଯୋଜନା କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥାଏ । ଅନେକ ସମୟରେ କୃଷକଙ୍କୁ ଏହି କେସିସି ଲୋନ ରାଶିରେ ସବସିଡି ମଧ୍ୟ ମିଳିଥାଏ । ତେବେ ଅଧିକାଂଶ ଚାଷୀ ନିଜ କୃଷି କ୍ଷେତ୍ରରେ ଆବଶ୍ୟକ ହେଉଥିବା ଅନୁଯାୟୀ ଆର୍ଥିକ ସହାୟତା ନେଇଥାନ୍ତି ଏହି ଯୋଜନା ମାଧ୍ୟମରେ ।

ଏହି ଯୋଜନା ମାଧ୍ୟମରେ କୃଷକଙ୍କୁ ୭% ସୁଧହାରରେ ଲୋନ ଦିଆଯାଇଥାଏ । ସବୁଠାରୁ ଭଲ କଥା ଏହାକୁ ଉଚିତ ସମୟରେ ଦେଉଥିବା ଚାଷୀଙ୍କ ପାଇଁ ସୁଧହାର ୩ ପ୍ରତିଶତ ହ୍ରାସ କରାଯାଇଥାଏ l ମୋଟ ୪%ରେ ଲୋନ ଦିଆଯାଏ  ସେମାନଙ୍କୁ । ସୂଚନା ଅନୁଯାୟୀ  ୧୮ ରୁ ୭୫ ବର୍ଷ ବୟସ ମଧ୍ୟରେ ଥିବା କୃଷକ ଏହି ଲୋନ ନେବା ପାଇଁ ଆବେଦନ କରିପାରିବେ । ଆସନ୍ତା ଦିନରେ ଏହି ଲୋନ ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯାଇପାରେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments