Government Schemes

କାର୍ଯ୍ୟକାରୀ ହେଲା ନୂଆ ସରକାରୀ ଯୋଜନା, ପ୍ରତି ମାସରେ ମହିଳାଙ୍କ ଆକାଉଣ୍ଟକୁ ଯିବ ୧୦୦୦ ଟଙ୍କା...

କରିଛନ୍ତି। ମହିଳା ଆବେଦନକାରୀଙ୍କୁ ଏହି ଯୋଜନା ଅଧୀନରେ ପଞ୍ଜିକରଣ କରିବାକୁ ପଡିବ। ଏହା ପରେ, ସମ୍ପୂର୍ଣ୍ଣ ଅନୁସନ୍ଧାନ ପରେ ପ୍ରତି ମାସରେ ୧୦୦୦ ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ପଠାଯିବ ।ଜୁନ୍ ୧୦ ପରଠୁ ମହିଳାମାନେ ଏହି ରାଶି ପାଇବା ଆରମ୍ଭ କରିବେ ।

21 April, 2023 10:51 AM IST By: Priyambada Rana

ମହିଳା ସଶକ୍ତିକରଣ ପାଇଁ ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେଉଛନ୍ତି। ମହିଳାମାନେ ସେମାନଙ୍କର ଅଧିକାର ପାଇବା ଉଚିତ୍ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ହୁଅନ୍ତୁ ଅବା ବିଭିନ୍ନ ରାଜ୍ୟ ସରକାରମାନେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ମଧ୍ୟପ୍ରଦେଶ ସରକାର ମଧ୍ୟ ମହିଳାମାନଙ୍କ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମହିଳାମାନଙ୍କ ପାଇଁ ସେ ଏଭଳି ଏକ ଯୋଜନା ଆଣିଛନ୍ତି ଯାହା ଅଧୀନରେ ଏକ କୋଟିରୁ ଅଧିକ ମହିଳା ସାମିଲ ହୋଇ ଏହାର ଲାଭ ଉଠାଇପାରିବେ । ସେମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ତେବେ ଏହି ଯୋଜନାର ପ୍ରତିଫଳନ ମଧ୍ୟ ଦେଖାଯାଉଛି। ଏଥିସହ ମହିଳାମାନଙ୍କୁ ସମୃଦ୍ଧ କରିବା ହେଉଛି ପ୍ରଥମ ପ୍ରାଥମିକତା ବୋଲି ମଧ୍ୟପ୍ରଦେଶ ସରକାର କହିଛନ୍ତି।

ପ୍ରତି ମାସରେ ୧୦୦୦ ଟଙ୍କା ପାଇବେ ମହିଳା-

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ‘ମୁଖ୍ୟମନ୍ତ୍ରି ଲାଡଲି ବେହେନ’ ଯୋଜନା ଆରମ୍ଭ କରିଛନ୍ତି। ମହିଳା ଆବେଦନକାରୀଙ୍କୁ ଏହି ଯୋଜନା ଅଧୀନରେ ପଞ୍ଜିକରଣ କରିବାକୁ ପଡିବ। ଏହା ପରେ, ସମ୍ପୂର୍ଣ୍ଣ ଅନୁସନ୍ଧାନ ପରେ ପ୍ରତି ମାସରେ ୧୦୦୦ ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ପଠାଯିବ ।ଜୁନ୍ ୧୦ ପରଠୁ ମହିଳାମାନେ ଏହି ରାଶି ପାଇବା ଆରମ୍ଭ କରିବେ ।

କେତେ ଦିନ ମଧ୍ୟରେ କରିପାରିବେ ପଞ୍ଜିକରଣ-

‘ମୁଖ୍ୟମନ୍ତ୍ରି ଲାଡଲି ବେହେନ’ ଯୋଜନାରେ ସାମିଲ ହେବା ପାଇଁ ଆବେଦନ ତାରିଖ ୩୦ ଏପ୍ରିଲ ପର୍ଯ୍ୟନ୍ତ ରଖାଯାଇଛି । ଆବେଦନକାରୀଙ୍କ ସମସ୍ତ ଆବେଦନ ପତ୍ର ଯାଞ୍ଚ କରିବା ପରେ ମେ ୧୫ ରୁ ୩୦ ପର୍ଯ୍ୟନ୍ତ ସମାଧାନ ହେବ । ରାଜ୍ୟ ସରକାରୀ କର୍ମଚାରୀମାନେ ଏହି ଯୋଜନା ସମ୍ବନ୍ଧୀୟ ସମସ୍ତ ତଥ୍ୟ ପୋର୍ଟାଲରେ ମେ ୩୧ ସୁଦ୍ଧା ଅପଲୋଡ୍ କରିବେ।

୨୩ ରୁ ୬୦ ବର୍ଷର ମହିଳାମାନେ ଏହାର ଲାଭ ଉଠାଇପାରିବେ-

କେବଳ ୨୩ ରୁ ୬୦ ବର୍ଷ ମଧ୍ୟରେ ମହିଳାମାନେ ଏହି ଯୋଜନାର ଲାଭ ପାଇବେ । କିନ୍ତୁ ଏହାକୁ ବିଶେଷ ଧ୍ୟାନରେ ରଖିବାକୁ ହେବ ଯେ ପରିବାର ଆୟକର ପ୍ରଦାନକାରୀ ହେବା ଉଚିତ ନୁହେଁ, ଘରେ ଚାରି ଚକିଆ ଯାନ ରହିବା ଉଚିତ ନୁହେଁ ଏବଂ ଅନ୍ୟାନ୍ୟ ନିୟମକୁ ମଧ୍ୟ ଧ୍ୟାନ ଦିଆଯିବ ।

ଏହି ଡକ୍ୟୁମେଣ୍ଟ୍ ଆବଶ୍ୟକ-

‘ମୁଖ୍ୟମନ୍ତ୍ରି ଲାଡଲି ବେହେନ’ ଯୋଜନାରେ ସାମିଲ ହେବା ପାଇଁ କିଛି ଡକ୍ୟୁମେଣ୍ଟ୍ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ଆଧାର କାର୍ଡର ଏକ କପି, ପାସବୁକ୍ ର ଫଟୋ, ମୋବାଇଲ୍ ନମ୍ବର ଏବଂ ଏକ ଫଟୋ ଆବଶ୍ୟକ ହେବ । ଏହା ମଧ୍ୟ ରାଜ୍ୟ ସରକାରଙ୍କ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ହସ୍ତକୃତ ଭାବରେ ଅପଲୋଡ୍ କରାଯାଇପାରିବ ।ଅଧିକ ଅନୁସନ୍ଧାନ ପାଇଁ ସାଧାରଣ ସେବା କେନ୍ଦ୍ରରେ ପଞ୍ଜୀକରଣ ମଧ୍ୟ କରାଯାଇପାରିବ ।

ତେବେ ଆମ ରାଜ୍ୟ ସରକାର ମଧ୍ୟ ମହିଳା ଶସକ୍ତିକରଣ ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି ।ମିଶନ ଶକ୍ତି ଭଳି ଯୋଜନା ଏବେ ରାଜ୍ୟର ମହିଳାମାନଙ୍କୁ ତୃଣମୂଳ ସ୍ତରରୁ ଶସକ୍ତ କରିବା ପାଇଁ ସହାୟକ ହୋଇପାରିଛି ।

ବର୍ତ୍ତମାନ ଘରେ ମହିଳା କମାଇବେ ମାସକୁ ୧୫,୦୦୦ ଟଙ୍କା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)