1. ସରକାରୀ ସ୍କିମ

ବର୍ତ୍ତମାନ ଘରେ ମହିଳା କମାଇବେ ମାସକୁ ୧୫,୦୦୦ ଟଙ୍କା

ନିକଟରେ କିଛି ମାସ ତଳେ କେନ୍ଦ୍ର ସରକାର ବଜେଟରେ ମହିଳାଙ୍କ ପାଇଁ ଏକ ୨ ବର୍ଷିଆ ଯୋଜନା ଆରମ୍ଭ କରିଛନ୍ତି l ଯାହା ମହିଳା ଅଳ୍ପ ଖର୍ଚ୍ଚରେ ମାସକୁ ଅଧିକ ଇଣ୍ଟ୍ରେଷ୍ଟ ହାରରେ ସୁଧ ପାଇବେ । ନିର୍ମଳା ସୀତାରମଣ ବଜେଟରେ ଘୋଷଣା କରିଥିବା ଏହି ଯୋଜନାର ନାମ ହେଉଛି " ମହିଳା ସମ୍ମାନ ବଚ୍ଚତ ପାତ୍ର " ।

Tanushree Mahapatra
Tanushree Mahapatra
Mahila samman bachat patra scheme for women

Mahila samman bachat patra scheme for women

ନିକଟରେ କିଛି ମାସ ତଳେ କେନ୍ଦ୍ର ସରକାର ବଜେଟରେ ମହିଳାଙ୍କ ପାଇଁ ଏକ ୨ ବର୍ଷିଆ ଯୋଜନା ଆରମ୍ଭ କରିଛନ୍ତି l ଯାହା ମହିଳା ଅଳ୍ପ ଖର୍ଚ୍ଚରେ ମାସକୁ ଅଧିକ ଇଣ୍ଟ୍ରେଷ୍ଟ ହାରରେ ସୁଧ ପାଇବେ ।  ନିର୍ମଳା ସୀତାରମଣ ବଜେଟରେ ଘୋଷଣା କରିଥିବା ଏହି ଯୋଜନାର ନାମ ହେଉଛି " ମହିଳା ସମ୍ମାନ ବଚ୍ଚତ ପାତ୍ର "  ।

ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଦୁଇ ବର୍ଷ ପାଇଁ ଏହି ଯୋଜନା ଉପଲବ୍ଧ ହେବ ବୋଲି ଅର୍ଥମନ୍ତ୍ରୀ ନିଜ ବଜେଟ୍ ଅବିଭାଷଣରେ କହିଥିଲେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ସଂସଦରେ ବଜେଟ୍ ୨୦୨୩ ଉପସ୍ଥାପନ କରିଥିଲେ । ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏହି ଯୋଜନା ଘୋଷଣା କରାଯାଇଛି l ଯାହା ଦ୍ୱାରା ସେମାନେ ଘରେ ବସି ଟଙ୍କା ପାଇବେ ଯାହାକୁ ସେମାନେ ଅନ୍ୟ ଉପଯୁକ୍ତ ବ୍ୟବହାର କରିବା ଦ୍ୱାରା ଲଙ୍କଭବନ ହୋଇ ପାରିବେ l  ଚଳିତ ବର୍ଷର ବଜେଟରେ ମହିଳାମାନଙ୍କୁ ଏହା ଏକ ନୂଆ ସ୍ମଲ୍ ସେଭିଂ ସ୍କିମ୍ ।

ମହିଳା ସମ୍ମାନ ବଚ୍ଚତ ପତ୍ରରେ ସରକାର ୭.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର ସ୍ଥିର କରିଛନ୍ତି ଯାହା ଦ୍ୱାରା ମହିଳା ଅଧିକ ସୁଧର ଫାଇଦା ଉଠାଇପାରିବେ । ଏହି ସ୍ମଲ୍ ସେଭିଂ ସ୍କିମରେ ଜଣେ ମହିଳା ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ । ଏହି ଉପାୟରେ ଜଣେ ମହିଳା ୭.୫ ପ୍ରତିଶତ ହାରରେ ୧୫,୦୦୦ ଟଙ୍କା ଲାଭ ପାଇବେ । ଏହା ପୂର୍ବରୁ ମଧ୍ୟ ମହିଳଙ୍କ ପାଇଁ କୃଷି ରୁ ଆରମ୍ଭ କରି ଅନେକ କ୍ଷେତ୍ରରେ ଯୋଜନା ପ୍ରସ୍ତୁତ କରାଯାଇଛି ଯାହାଦ୍ଵାରା ଆଜି ଜଣେ ମହିଳା ନିଜେ ରୋଜଗାର କରିପାରୁଛି l

ତେବେ ସୂଚନା ଅନୁଯାୟୀ ଏହି ସ୍କିମ କେବେଳେ ୨ ବର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ ସରକାରଙ୍କ ଦ୍ୱାରା l ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଦୁଇ ବର୍ଷ ପାଇଁ ଏହି ସ୍କିମ୍ ଉପଲବ୍ଧ ହେବ ବୋଲି ଅର୍ଥମନ୍ତ୍ରୀ ବଜେଟ୍ ଅଭିଭାଷଣରେ ଘୋଷଣା କରିଥିଲେ । ପ୍ରଥମ କଥା ହେଲା ଏଥିରେ କେବଳ ମହିଳା କିମ୍ବା ଝିଅମାନେ ଏଥିରେ ନିବେଶ କରିବାକୁ ସମର୍ଥ ହେବେ । ଏହି  ସ୍ମଲ୍ ସେଭିଂ ସ୍କିମରେ ମହିଳାମାନେ ୭.୫ ପ୍ରତିଶତ ଫିକ୍ସ ଇଣ୍ଟ୍ରେଷ୍ଟ ହାରରେ ସୁଧ ପାଇବେ । ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ   'ମହିଳା ସମ୍ମାନ ବଚ୍ଚତ ପତ୍ର' ସ୍କିମରେ ସର୍ବାଧିକ ଜମା ରାଶି ୨ ଲକ୍ଷ ଟଙ୍କା ରଖାଯାଇଛି । ଏହା ବ୍ୟତୀତ ନିବେଶକମାନେ ଏହି ଯୋଜନାରେ ଆଂଶିକ ପ୍ରତ୍ୟାହାରର ସୁବିଧା ମଧ୍ୟ ପାଇ ପାଇବେ ।

ଅର୍ଥାତ ଚଳିତ ମାସ ଏପ୍ରିଲ ୩ ତାରିଖ ରୁ ଆରମ୍ଭ ହୋଇଛି ଏହି ଯୋଜନା । ଏହି ଯୋଜନାକୁ ଦେଶରେ ସବୁ ଡାକଘରେ ଆରମ୍ଭ କରାଯାଇଛି ମହିଳାଙ୍କ ପାଇଁ  । ଏହା ଡାକ ବିଭାଗ ଦ୍ଵାରା ନୂଆ ଏକ ସଞ୍ଚୟ ଯୋଜନା ବା ସେଭିଙ୍ଗ ସ୍କିମ କୁହା ଯାଇପାରେ । ଏହି ଯୋଜନା ମାଧ୍ୟମରେ ଆପଣ ଆସନ୍ତା ୨ ବର୍ଷ ପାଇଁ ୨ ଲକ୍ଷ ଟଙ୍କା ଯାଏଁ ଆପଣ ଟଙ୍କା ରଖି ପାରିବେ । ଏହି ଯୋଜନାରେ ୧୦୦୦ ଟଙ୍କାରୁ ଜମା ଆରମ୍ଭ ହୋଇପାରିବ । ୨ ବର୍ଷ ଡିପୋଜିଟ ପରେ ଆପଣ ସୁଧା ସହ ମୂଳ ଟଙ୍କା ପାଇ ପାରିବେ ।  ଏହି ଯୋଜନାରେ ୩୧ ମାର୍ଚ୍ଚ ୨୦୨୫ ଯାଏଁ ଖୋଲା ଯାଇ ପାରିବ ଖାତା । ଏଥିପାଇଁ ପୋଷ୍ଟ ଅଫିସ କୁ ଯାଇ ଆପ୍ଲିକେସନ ରେ ନିଜର ନାମ, ଠିକଣା, ଆଦି ସମସ୍ତ ଜରୁରୀ ତଥ୍ୟ ସହିତ, kyc ଫର୍ମ ଫିଲପ କରି ପେମେଣ୍ଟ ଦେବେ । ଏହା ପରେ ଆପଣ ଏହି ଯୋଜନା ମାଧ୍ୟମରେ ଆକାଉଣ୍ଟ ଖୋଲି ପାରିବେ  ।

ଚାଷୀଙ୍କୁ ମିଳିବ ୯୦% ସବସିଡି: କେନ୍ଦ୍ର ସରକାର ଆରମ୍ଭ କଲେ ନୂଆ ଯୋଜନା

ମଖାନା ମଞ୍ଜି କିଣିଲେ ସରକାର ଦେବେ ୭୫% ସବସିଡି

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments