1. ସରକାରୀ ସ୍କିମ

ଗରିବ ପରିବାରଙ୍କୁ ୩୦ ହଜାର ଆର୍ଥିକ ସହାୟତା ଦେବେ ସରକାର

ଏବେ ଓଡ଼ିଶାରେ କମିଛି ଗରିବଙ୍କ ସଂଖ୍ୟା । ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୫୦ ପ୍ରତିଶତ ହ୍ରାସ ପାଇଛି ଦାରିଦ୍ର୍ୟତା । ରାଜ୍ୟ ସରକାରଙ୍କର ଖାଦ୍ୟ ସୁରକ୍ଷା ଯୋଜନା, ମାଗଣା ସ୍ବାସ୍ଥ୍ୟସେବାର ସୁବିଧା , ଗ୍ରାମାଞ୍ଚଳରେ ସ୍ବଚ୍ଛ ପାନୀୟ ଜଳର ସୁବିଧା , ସହରାଞ୍ଚଳରେ ଡ୍ରିଙ୍କ ଫ୍ରମ ଟ୍ୟାପ ଭଳି ଉନ୍ନତ ଜଳ ସୁବିଧା ଏହା ସହିତ ଉନ୍ନତ ଶିକ୍ଷା ଭିତ୍ତିଭୂମି ଯୋଗୁଁ ଦାରିଦ୍ୟ ହ୍ରାସ କରିବାରେ ଏବେ ରାଜ୍ୟ ପାଇଛି ସଫଳତା ।

Tanushree Mahapatra
Tanushree Mahapatra
National family benefit scheme uttar pradesh , image source - pexels.com

National family benefit scheme uttar pradesh , image source - pexels.com

ଏବେ ଓଡ଼ିଶାରେ କମିଛି ଗରିବଙ୍କ ସଂଖ୍ୟା । ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୫୦ ପ୍ରତିଶତ ହ୍ରାସ ପାଇଛି ଦାରିଦ୍ର୍ୟତା । ରାଜ୍ୟ ସରକାରଙ୍କର ଖାଦ୍ୟ ସୁରକ୍ଷା ଯୋଜନା, ମାଗଣା ସ୍ବାସ୍ଥ୍ୟସେବାର ସୁବିଧା , ଗ୍ରାମାଞ୍ଚଳରେ ସ୍ବଚ୍ଛ ପାନୀୟ ଜଳର ସୁବିଧା , ସହରାଞ୍ଚଳରେ ଡ୍ରିଙ୍କ ଫ୍ରମ ଟ୍ୟାପ ଭଳି ଉନ୍ନତ ଜଳ ସୁବିଧା ଏହା ସହିତ ଉନ୍ନତ ଶିକ୍ଷା ଭିତ୍ତିଭୂମି ଯୋଗୁଁ ଦାରିଦ୍ୟ ହ୍ରାସ କରିବାରେ ଏବେ ରାଜ୍ୟ ପାଇଛି ସଫଳତା । କେନ୍ଦ୍ର ସରକାରଙ୍କର ନୀତି ଆୟୋଗ ପକ୍ଷରୁ ମଧ୍ୟ ପ୍ରକାଶ ପାଇଥିବା ଦରିଦ୍ରତା ହ୍ରାସ ନେଇ ରିପୋର୍ଟରେ ଓଡ଼ିଶା ଭଲ ସ୍ଥାନ ଅଧିକାର କରିଛି ।

ଆମ ଦେଶରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକଙ୍କ ସଂଖ୍ୟା ଏବେ ଧୀରେ ଧୀରେ କମିବାରେ ଲାଗିଛି । ଅସହାୟ ଲୋକଙ୍କୁ ପ୍ରତିଟି କ୍ଷେତ୍ରରେ ସାହାଯ୍ୟ କରିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ସମୟ ସମୟରେ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି l ଯାହା ଦ୍ୱାରା ଗରିବ ଲୋକଙ୍କ ବଞ୍ଚିବାରେ କୌଣସି ଅସୁବିଧା ହେଉନାହିଁ । ଏହା ସହିତ ସେ ସମସ୍ତ ସାମାଜିକ ସ୍ତରରେ ମଧ୍ୟ ସଶକ୍ତ ହୋଇପାରୁଛନ୍ତି । ଏବେ ଆର୍ଥିକ ସ୍ଥିତିକୁ ଆହୁରି ମଜବୁତ କରିବା ପାଇଁ ଉତ୍ତର ପ୍ରଦେଶ ସରକାର ଏକ ନିଷ୍ପତ୍ତି ନେଇଛନ୍ତି l ଏହି ଯୋଜନାର ନାମ ହେଉଛି “ଜାତୀୟ ପରିବାର ଲାଭ ଯୋଜନା” ଯେଉଁଥିରେ ରାଜ୍ୟର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏହି ଯୋଜନା ଅଧୀନରେ ସରକାର ରାଜ୍ୟରେ ରହୁଥିବା ଗରିବ ଲୋକଙ୍କୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ । ତେବେ ଆସନ୍ତୁ ଜାଣିବା ଏହି ସ୍କିମ୍ ବିଷୟରେ ।

ତେବେ ଏହି ଯୋଜନା ପାଇବା ପାଇଁ ସରକାରଙ୍କ କୀଚଚି ଗାଇଡଲାଇନ ରହିଛି l ଉତ୍ତରପ୍ରଦେଶ ସରକାରଙ୍କ ଜାତୀୟ ଲାଭ ଯୋଜନା ଅଧୀନରେ ଯଦି ଜଣେ ଏକ ଗରିବ ପରିବାରରେ ରୋଜଗାରକ୍ଷମ ବ୍ୟକ୍ତି ମରିଯାଏ, ତେବେ ଏହି ପରିସ୍ଥିତିରେ ସରକାର ସେହି ଗରିବ ପରିବାରକୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ତେବେ ଏହି ଯୋଜନା ଅଧୀନରେ ପରିବାରର ମୃତ୍ୟୁ ହୋଇଥିବା ମୁଖ୍ୟଙ୍କ ବୟସ ୧୮ ରୁ ୬୦ ବର୍ଷ ମଧ୍ୟରେ ହେବା ଉଚିତ୍।

ଯେତେବେଳେ ଆପଣଙ୍କ ପରିବାରର ଆୟ ୪୬ ହଜାର ଟଙ୍କାରୁ କମ୍ ହେବ ସେତେବେଳେ ଆପଣ ଏହି ଯୋଜନାରେ ଆବେଦନ କରିପାରିବେ । ଏହି ଯୋଜନା କେବଳ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଛି । ଯଦି ଆପଣ ସହରରେ ବସବାସ କରୁଛନ୍ତି ତେବେ ଆପଣ ଏହି ଯୋଜନା ପାଇଁ ଆବେଦନ କରିପାରିବେ ନାହିଁ । ସହରରେ ରହିବା ସହିତ ଆପଣଙ୍କ ପରିବାରର ମୋଟ ଆୟ ୫୬ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ତେବେ ଆପଣ ଏହି ଯୋଜନା ପାଇଁ ଯୋଗ୍ୟ ଅଟନ୍ତି । ଯଦି ଆପଣ ସରକାରଙ୍କ ଦ୍ୱାରା ଏହି ଯୋଜନାର ମାନଦଣ୍ଡ ପୂରଣ କରନ୍ତି, ତେବେ ଆପଣ ଉତ୍ତରପ୍ରଦେଶ ସରକାରଙ୍କ ଏହି " ଜାତୀୟ ପରିବାର ଲାଭ ଯୋଜନା " ର ଲାଭ ଉଠାଇ ପାରିବେ । ତେବେ ଭୁଲ ପ୍ରମାଣପତ୍ର ଦେଇ ଆପଣ ଏହାର ଲାଭ ଉଠାଇଲେ ସରକାର ଏଥିପାଇଁ ଦଣ୍ଡିତ ମଧ୍ୟ କରିବେ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments