1. ସରକାରୀ ସ୍କିମ

ନୂତନ ଇଲେକ୍ଟ୍ରୋନିକ୍ସ ଉପାଦାନ ଉତ୍ପାଦନ ଯୋଜନା....

ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଏକ ଐତିହାସିକ ବିକାଶ ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ହରିୟାଣାର ମାନେସରଠାରେ କମ୍ପାନୀର ଗ୍ଲୋବାଲ ଇନୋଭେସନ ପାର୍କରେ ଭିଭିଡିଏନ ଟେକ୍ନୋଲୋଜିର ଅତ୍ୟାଧୁନିକ ସର୍ଫେସ୍ ମାଉଣ୍ଟ ଟେକ୍ନୋଲୋଜି (ଏସଏମଟି) ଲାଇନ୍ ଏବଂ ମେକାନିକାଲ ଇନୋଭେସନ ପାର୍କକୁ ଉଦଘାଟନ କରିଛନ୍ତି ।

Tanushree Mahapatra
Tanushree Mahapatra
New Electronics Component Manufacturing Scheme, image source - pexels

New Electronics Component Manufacturing Scheme, image source - pexels

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି, ରେଳବାଇ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୦ ବର୍ଷ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଭାରତ କରିଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଉପରେ ଆଲୋକପାତ କରିଛନ୍ତି । ହରିୟାଣାର ମାନେସରଠାରେ ଥିବା ଭିଭିଡିଏନ୍ ଶିଳ୍ପ ପ୍ରତିଷ୍ଠାନରେ ଉଦବୋଧନ ଦେଇ ମନ୍ତ୍ରୀ ଆଲୋକପାତ କରିଥିଲେ ଯେ ନିକଟରେ କ୍ୟାବିନେଟ୍ ଦ୍ୱାରା ଅନୁମୋଦନ ପ୍ରାପ୍ତ ନୂତନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ଯୋଜନା ବିଶ୍ୱଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାରେ ଭାରତର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଖୁବଶୀଘ୍ର ଏହି ଯୋଜନାର ଗାଇଡଲାଇନ ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଏକ ଐତିହାସିକ ବିକାଶ ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ହରିୟାଣାର ମାନେସରଠାରେ କମ୍ପାନୀର ଗ୍ଲୋବାଲ ଇନୋଭେସନ ପାର୍କରେ ଭିଭିଡିଏନ ଟେକ୍ନୋଲୋଜିର ଅତ୍ୟାଧୁନିକ ସର୍ଫେସ୍ ମାଉଣ୍ଟ ଟେକ୍ନୋଲୋଜି (ଏସଏମଟି) ଲାଇନ୍ ଏବଂ ମେକାନିକାଲ ଇନୋଭେସନ ପାର୍କକୁ ଉଦଘାଟନ କରିଛନ୍ତି ।

ଏହି କେନ୍ଦ୍ର ପରିଦର୍ଶନ ସମୟରେ ଶ୍ରୀ ବୈଷ୍ଣବ ଭାରତର ଡିଜାଇନ ଇକୋସିଷ୍ଟମର ବଢୁଥିବା ଶକ୍ତି ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଦର୍ଶାଇଥିଲେ ଯେ ଏହି ସ୍ଥାନରେ ଜଟିଳ, ଏଆଇ-ଏମ୍ବେଡେଡ୍ ସିଷ୍ଟମ ଉପରେ କାର୍ଯ୍ୟ କରୁଥିବା ୫,୦୦୦ରୁ ଅଧିକ ଇଞ୍ଜିନିୟରଙ୍କ ଏକ ଦଳ ରହିଛି । ଭାରତରେ ଏବେ କେବଳ ଉତ୍ପାଦନ ନୁହେଁ ବରଂ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଡିଜାଇନ୍ କରିବାର ପ୍ରତିଭା ରହିଛି ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦ୍ର ମନ୍ତ୍ରୀ ଏହି କାରଖାନାର ଇଞ୍ଜିନିୟର ଏବଂ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଭାରତରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ ଜାରି ରଖିବାକୁ ଅନୁରୋଧ କରିଥିଲେ ।

ସ୍ୱଦେଶୀ ଉତ୍ପାଦିତ ଉପକରଣର ଗୁରୁତ୍ୱ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତ ବର୍ତ୍ତମାନ ଘରୋଇ ସ୍ତରରେ ଡିଜାଇନ ଉପକରଣ ଡିଜାଇନ୍ ଏବଂ ଉତ୍ପାଦନ କରୁଛି – ଯାହାକି ବୈଷୟିକ ଆତ୍ମନିର୍ଭରଶୀଳତା ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ନିକଟରେ ଭିଭିଡିଏନ୍ ଦ୍ୱାରା ୬,୦୦୦ ଏଆଇ ସର୍ଭର ନିୟୋଜିତ ହୋଇଥିବା ଦର୍ଶାଇ ଶ୍ରୀ ବୈଷ୍ଣବ ଏହାକୁ ଏକ ମାଇଲଖୁଣ୍ଟ ବୋଲି କହିଥିଲେ ଯାହା ଭାରତର ହାର୍ଡୱେର କ୍ଷମତାକୁ ପ୍ରଦର୍ଶନ କରେ ।

ନୂତନ ଇଲେକ୍ଟ୍ରୋନିକ୍ସ ଉପାଦାନ ଉତ୍ପାଦନ ଯୋଜନା

ଶ୍ରୀ ବୈଷ୍ଣବ ନିକଟରେ ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ ମାନୁଫାକ୍ଚରିଂ ସ୍କିମ୍ ର କ୍ୟାବିନେଟ୍ ଅନୁମୋଦନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଜାତୀୟ ସେମିକଣ୍ଡକ୍ଟର ମିଶନ ଅଧୀନରେ ସକ୍ରିୟ ଉପାଦାନଗୁଡ଼ିକ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏହି ଯୋଜନା ମାଧ୍ୟମରେ ନିଷ୍କ୍ରିୟ ଉପାଦାନଗୁଡ଼ିକୁ ସମର୍ଥନ କରାଯିବ। ଏହି ଯୋଜନା ଘରୋଇ ଉତ୍ପାଦନକୁ ଯଥେଷ୍ଟ ବୃଦ୍ଧି କରିବ, ନିଯୁକ୍ତି ସୃଷ୍ଟି କରିବ ଏବଂ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବ ବୋଲି ଆଶା କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଡିଜାଇନ୍, ଉତ୍ପାଦନ, ଦକ୍ଷତା ଏବଂ ବିଶ୍ୱସ୍ତ ଉଦ୍ଭାବନ କ୍ଷେତ୍ରରେ ଭାରତର ସମନ୍ୱିତ ଆଭିମୁଖ୍ୟ ଦେଶକୁ ବିଶ୍ୱ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏକ ଅଗ୍ରଣୀ ସ୍ଥାନକୁ ନେଇଯିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

Read more

୧ ହେକ୍ଟରରେ କରନ୍ତୁ ଏହି ଚାଷ ,୨ ମାସରେ ପାଇବେ ପ୍ରଚୁର ଲାଭ!

ପ୍ରାକୃତିକ ଗ୍ୟାସ ସୁନିଶ୍ଚିତ ପାଇଁ ସରକାରଙ୍କ ପଦକ୍ଷେପ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ