1. ସରକାରୀ ସ୍କିମ

FREE RATION UPDATE: ୫ ମିନିଟ୍‌ରେ କରନ୍ତୁ ନୂଆ କାର୍ଡ଼

ଏକ ନୂଆ ରାସନ କାର୍ଡ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ଦସ୍ତାବିଜଗୁଡ଼ିକ ଜାଣିବା ଆବଶ୍ୟକ ....

Tanushree Mahapatra
Tanushree Mahapatra
New ration card in 5 minutes, image source - pixeles

New ration card in 5 minutes, image source - pixeles

ଦେଶରେ ବିଭିନ୍ନ ଜନକଲ୍ୟାଣ ଯୋଜନା ପ୍ରଚଳିତ ହୋଇଛି l ଯାହାର ଫାଇଦା ଗରିବ ଶ୍ରେଣୀର ଲୋକେ ପାଉଛନ୍ତି l ଅନେକ ଜନ କଲ୍ୟାଣ ଯୋଜନା ମଧ୍ୟରୁ ମାଗଣା ରାସନ କାର୍ଡ ହେଉଛି ଅନ୍ୟତମ l ରାସନ କାର୍ଡ ହେଉଛି ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ ମଧ୍ୟ ।

ରାସନ କାର୍ଡ ମାଧ୍ୟମରେ ସରକାର ଗରିବ ଏବଂ ଅଭାବୀ ଲୋକଙ୍କୁ ଖୁବ କମ୍ ମୂଲ୍ୟରେ ଖାଦ୍ୟ ସାମଗ୍ରୀ ଯୋଗାଉଛନ୍ତି କେନ୍ଦ୍ର ସରକାର । ରାସନ କାର୍ଡର ଲାଭ ପାଇବା ପାଇଁ, ଆପଣଙ୍କ ପାଖରେ ଏକ ରାସନ କାର୍ଡ ଥିବା ନିହାତି ଆବଶ୍ୟକ। ଯଦି ଆପଣଙ୍କ ପାଖରେ ଏହା ନାହିଁ ତେବେ ଆପଣ ଏଥିପାଇଁ ଆବେଦନ ମଧ୍ୟ କରିପାରିବେ l ତେବେ ଏହା କିପରି ପ୍ରସ୍ତୁତ କିମ୍ବା ଆବେଦନ କରିବେ ଏହି ଆର୍ଟିକଲରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଛି l

ନୂଆ ରାସନ କାର୍ଡ଼ ପାଇଁ ଆବେଦନ

ରାସନ କାର୍ଡ ତିଆରି ପାଇଁ ଖାଦ୍ୟ ବିଭାଗ ଦ୍ୱାରା ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ଏହି ସୁବିଧା ପ୍ରଦାନ କରାଯାଉଛି । ଯାହା ମାଧ୍ୟମରେ ରାସନ କାର୍ଡ ତିଆରି ପାଇଁ ସହଜରେ ଆପଣ ଆବେଦନ କରିପାରିବେ । ଏକ ନୂଆ ରାସନ କାର୍ଡ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ଦସ୍ତାବିଜଗୁଡ଼ିକ ଜାଣିବା ଆବଶ୍ୟକ l ଅନଲାଇନ୍ ଏକ ରାସନ କାର୍ଡ ପାଇଁ କିପରି ଆବେଦନ କରିବେ ଆପଣ ?

ରାସନ୍ କାର୍ଡ ଆବଶ୍ୟକ ଦସ୍ତାବିଜ

-ତିନୋଟି ପାସପୋର୍ଟ ଆକାରର ଫଟୋଗ୍ରାଫ୍

-ସମସ୍ତ ପରିବାର ସଦସ୍ୟଙ୍କ ଆଧାର କାର୍ଡ

-ଠିକଣା ପ୍ରମାଣପତ୍ର

-ବିଦ୍ୟୁତ୍ ବିଲ୍, ପାଣି ବିଲ୍

-ବ୍ୟାଙ୍କ ଆକାଉଣ୍ଟ ପାସବୁକ୍‌ ଫୋଟୋ

-ଆୟ ପ୍ରମାଣପତ୍ର

-ନିଜ ମୋବାଇଲ୍ ନମ୍ବର

ଯଦି ଆପଣ ନୂଆ ରାସନ କାର୍ଡ ତିଆରି କରିବାକୁ ଚାହୁଁଛନ୍ତି, ତେବେ ଏହି ଆର୍ଟିକଲରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଛି । ଅଧିକ ତଥ୍ୟ ଜାଣିବା ପାଇଁ ଆପଣ ନିକଟରେ ଥିବା ଜନ ସେବା କେନ୍ଦ୍ର ପରିଦର୍ଶନ କରିପାରିବେ l

ନୂତନ ରାସନ କାର୍ଡ ପାଇଁ ସର୍ବପ୍ରଥମେ ଆପଣଙ୍କୁ ଖାଦ୍ୟ ବିଭାଗର ଅଫିସିଆଲ୍ ୱେବସାଇଟକୁ ଖୋଲିବାକୁ ପଡିବ ନିଜ ଫୋନ ମାଧ୍ୟମରେ । ୱେବସାଇଟ୍‌ର ମେନ୍‌ପେଜ୍ ଆପଣଙ୍କ ସାମ୍ନାରେ ଖୋଲିବ ଏହାପରେ ଏକ ନୂଆ ରାସନ କାର୍ଡ ତିଆରି କରିବାକୁ ଅପସନ ଦୃଶ୍ୟମାନ ହେବ ଆପଣଙ୍କୁ l ସମ୍ପୃକ୍ତ ଫର୍ମର PDF ଡାଉନଲୋଡ୍ କରିବାକୁ ପଡ଼ିବ l ଆବେଦନ ଫର୍ମ ଗ୍ରହଣ କରିବା ପରେ, ଏହାକୁ ସଠିକ ଭାବେ ପଢ଼ନ୍ତୁ ଏବଂ ଏଥିରେ ପଚରାଯାଇଥିବା ସମସ୍ତ ତଥ୍ୟକୁ ସଠିକ ସହିତ ପ୍ରବେଶ କରନ୍ତୁ । ସୂଚନା ସଠିକ ଥିବା ଆବଶ୍ୟକ ନଚେତ ଆପଣଙ୍କ ଫର୍ମ ରଦ୍ଧ ମଧ୍ୟ ହୋଇଯାଇପାରେ l

ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ବିବରଣୀ ମଧ୍ୟ ସଠିକ ଭାବେ ପ୍ରବେଶ କରିବାକୁ ହେବ । ସଦସ୍ୟଙ୍କ ସଂଖ୍ୟା ଏବଂ ସୂଚନା ଆଧାରରେ ରାସନ କାର୍ଡ ମାଧ୍ୟମରେ ରାସନର ସୁବିଧା ପାଇବେ ଆପଣଙ୍କ ପରିବାର । ଆବେଦନ ଫର୍ମ ସହିତ ଆପଣ ରାସନ କାର୍ଡ ତିଆରି ସହିତ ଜଡିତ ସମସ୍ତ ଡକ୍ୟୁମେଣ୍ଟର ଗୋଟିଏ ଫଟୋଗ୍ରାଫ ମଧ୍ୟ ସଂଲଗ୍ନ କରନ୍ତୁ ଫର୍ମରେ । ପ୍ରଦାନ କରୁଥିବା ଡକ୍ୟୁମେଣ୍ଟଗୁଡ଼ିକ ହେଉଛି ଆଧାର କାର୍ଡ, ଇନକମ୍ ସାର୍ଟିଫିକେଟ୍, ଜମିବାଡ଼ି ପ୍ରମାଣପତ୍ର ଇତ୍ୟାଦି ।

ଆପଣଙ୍କ ଘର ନିକଟରେ ଥିବା ଜନସେବା କେନ୍ଦ୍ର ପରିଦର୍ଶନ କରିବା ପରେ, ଆବେଦନ ଫର୍ମ ଏବଂ ସମସ୍ତ ଡକ୍ୟୁମେଣ୍ଟ ଆପଣ ସ୍କାନ କରନ୍ତୁ ଏବଂ ଅନଲାଇନରେ ସମସ୍ତ ତଥ୍ୟ ଅପଲୋଡ୍ କରନ୍ତୁ । ଅନଲାଇନ୍ ଆବେଦନ ପାଇଁ ଆପଣଙ୍କୁ ଫି ମଧ୍ୟ ଦେବାକୁ ହେବ । ଯଦି ଆପଣ ଜନସେବା କେନ୍ଦ୍ରରେ ଆବେଦନ ପ୍ରକ୍ରିୟା ସମାପ୍ତ ହେବା କରିଛନ୍ତି , ତେବେ ସେଠାରୁ ରସିଦ ଆଣିବା ପାଇଁ ଭୁଲନ୍ତୁ ନାହିଁ । ନୂଆ ରାସନ କାର୍ଡ ପ୍ରାୟ ୩୦ ଦିନ ମଧ୍ୟରେ ପ୍ରଦାନ କରାଯାଇଥାଏ । ଆପଣ ଏହି ସହଜ ପ୍ରକ୍ରିୟାରେ ରାସନ କାର୍ଡ ଆବେଦନ କରିପାରିବେ l

Amrapali Mango: ମାର୍ଚ୍ଚ ଏପ୍ରିଲରେ ଲଗାନ୍ତୁ ଆମ୍ରପଲ୍ଲୀ ଆମ୍ବ ଗଛ

DUCK FARMING: ଏହି ଚାଷ ଦେବ ଦ୍ଵିଗୁଣ ଆୟ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments