1. ସରକାରୀ ସ୍କିମ

ଏବେ ଚାଷୀଙ୍କୁ ୬୦୦୦ ପରିବର୍ତ୍ତେ ବାର୍ଷିକ ମିଳିବ ୧୨,୫୦୦ ଟଙ୍କା

ସରକାର ଚାଷୀଙ୍କୁ ଏବେ ସରକାରୀ ସହାୟତା ଦେଉଛନ୍ତି ଯାହା ତାଙ୍କୁ ଚାଷ କାର୍ଯ୍ୟରେ ଆହୁରି ଉତ୍ସାହିତ କରିବ l ସେଥିପାଇଁ ତ କୃଷକଙ୍କ ଆୟ ବୃଦ୍ଧି ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ମଧ୍ୟ ଅନେକ ବଡ଼ ବଡ଼ ନିଷ୍ପତ୍ତି ନେଇଛନ୍ତି ।

Tanushree Mahapatra
Tanushree Mahapatra
Now farmers will get 12500 rupees in organic farming , image source - twitter

Now farmers will get 12500 rupees in organic farming , image source - twitter

ସରକାର ଚାଷୀଙ୍କୁ ଏବେ ସରକାରୀ ସହାୟତା ଦେଉଛନ୍ତି ଯାହା ତାଙ୍କୁ ଚାଷ କାର୍ଯ୍ୟରେ ଆହୁରି ଉତ୍ସାହିତ କରିବ l ସେଥିପାଇଁ ତ କୃଷକଙ୍କ ଆୟ ବୃଦ୍ଧି ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ମଧ୍ୟ ଅନେକ ବଡ଼ ବଡ଼ ନିଷ୍ପତ୍ତି ନେଇଛନ୍ତି । ତେବେ ଏବେ ବିହାର ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତି ଯଦି ଆପଣ ଜଣେ କୃଷକ ହୋଇଥିବେ, ତେବେ ବର୍ତ୍ତମାନ ଆପଣଙ୍କର ଆୟ ବୃଦ୍ଧି ପାଇବାକୁ ଯାଉଛି ।

କାରଣ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପରେ ବର୍ତ୍ତମାନ ରାଜ୍ୟ ସରକାର ଚାଷୀଙ୍କୁ ୬୫୦୦ ଟଙ୍କା ଦେବାକୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।ଅର୍ଥାତ୍ ଏବେ କୃଷକମାନେ ବାର୍ଷିକ ୧୨,୫୦୦ ଟଙ୍କା ଲାଭ ପାଇ ପାରିବେ l ମାତ୍ର ଅଳ୍ପ କେତେକ କୃଷକ ଏହି ୬୫୦୦ ଟଙ୍କାର ଲାଭ ପାଇ ପାରିବେ ।

ଏବେ ବିହାର ସରକାର ଚାଷୀଙ୍କ ପାଇଁ ଏକ ନିଷ୍ପତ୍ତି ନେଇଛନ୍ତି । ଯାହା ଏହି ରାଜ୍ୟର ଚାଷୀଙ୍କୁ ଚାଷ କାମ କରିବାରେ ଆହୁରି ଉତ୍ସାହିତ କରିବ l ଏହି ରାଜ୍ୟ ସରକାର ଏବେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଏକର ପିଛା ୬୫୦୦ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଜୈବିକ କରିଡର ଯୋଜନା ଅଧୀନରେ କୃଷକମାନେ ଏହି ଟଙ୍କା ପାଇବେ ବୋଲି କୁହାଯାଇଛି । ତେବେ ୨୦ ହଜାର ଏକରରେ ଜୈବ ଚାଷ ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଏହି ସରକାର କହିଛନ୍ତି l ଯେଉଁଥିପାଇଁ ଚାଷୀଙ୍କୁ ଏକର ପିଛା ଏହି ଟଙ୍କା ଉତ୍ସାହିତ କରିବ l ସରକାରଙ୍କ ଏହି ନିଷ୍ପତ୍ତି ଏବେ ଚାଷୀଙ୍କୁ ଜୈବିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବା ପାଇଁ ଆହୁରି ଉତ୍ସାହିତ କରିବ ବୋଲି ଆଶା ରଖିଛନ୍ତି ସରକାର l

ଜୈବିକ ଚାଷକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି । ଯଦି ଆପଣ ଜଣେ ଚାଷୀ ଆଉ ଏହି ବର୍ଷ ଅର୍ଥାତ୍ ଆସନ୍ତା ବର୍ଷ ଏହି ଯୋଜନା ଲାଗି ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ପ୍ରତି ଏକର ପିଛା ୬୫୦୦ ଟଙ୍କା ସର୍ବାଧିକ ଅଢେଇ ଏକର ପାଇଁ ଅନୁଦାନ ବା ଏହି ଯୋଜନାର ଲାଭ ପାଇ ପାରିବେ । ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ପ୍ରତି ଚାଷୀଙ୍କୁ ଏଥିପାଇଁ ସ୍ୱତନ୍ତ୍ର ତାଲିମ ମଧ୍ୟ ଦିଆଯିବ ବୋଲି କୁହାଯାଇଛି । ତେବେ ଜୈବ ପଦ୍ଧତିରେ ଚାଷକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସ୍ତରରେ ୨ ଟି ତାଲିମ କାର୍ଯ୍ୟକ୍ରମ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏହା ବ୍ୟତୀତ ରାଜ୍ୟ ସରକାର ପ୍ରଗତିଶୀଳ କୃଷକମାନଙ୍କୁ ରାଜ୍ୟ ବାହାରେ ପରିଦର୍ଶନ କରିବେ ବୋଲି ମଧ୍ୟ ଯୋଜନା ରଖିଛନ୍ତି । ତେବେ ସରକାର ଏଥିପାଇଁ ମୃତ୍ତିକା ପରୀକ୍ଷା, ପଞ୍ଜୀକରଣ, ପ୍ୟାକେଜିଂ, ଲେବେଲିଂ ଏବଂ ବ୍ରାଣ୍ଡିଂ ପାଇଁ ମଧ୍ୟ ଟଙ୍କା ଉପଲବ୍ଧ କରାଇବେ ଯାହା ଚାଷୀଙ୍କ ରୋଜଗାର ଦ୍ଵିଗୁଣ କରିବ ।

ଜୈବିକ ଚାଷ ପଦ୍ଧତିରେ ଏବେ ଅନେକ ପ୍ରକାର ଚାଷ କରାଯାଉଛି l ଯାହାଦ୍ୱାରା ଚାଷୀ ଫୁଲରୁ ଫଳ ଏବଂ ପନିପରିବା ସହିତ ଅନେକ ଔଷଧୀୟ ବୃକ୍ଷ ଚାଷ କରି ଲାଭ ଉଠାଉଛନ୍ତି l ଏହି ଚାଷ ପଦ୍ଧତିରେ ଅଳ୍ପ ଖର୍ଚ୍ଚ ହେଉଥିବା ବେଳେ ଆୟ ଅଧିକ ହୋଇଥାଏ l ତେବେ ସରକାର ଏହି ଯୋଜନା ଉପରେ ନିଷ୍ପତ୍ତି ଦେବା ପରେ କହିଛନ୍ତି ଯେଉଁ ଚାଷୀ ଏହି ଯୋଜନାରେ ଅନୁଦାନ ନେଇ ଜୈବିକ ଚାଷ ନ କରନ୍ତି ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ l

ଗୋପାଳକଙ୍କ ପାଇଁ ଖୁସି ଖବର, ସରକାର ଦେବେ 40ହଜାର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ