1. ସରକାରୀ ସ୍କିମ

8th Pay Commission: ଫେରିବ ପୁରୁଣା ପେନସନ ଯୋଜନା!

ସେମାନେ GPFରେ ଚାକିରି ସମୟରେ ଜମା ହୋଇଥିବା ରାଶି ପାଇଥା’ନ୍ତି ।

Tanushree Mahapatra
Tanushree Mahapatra
old pension system update, image source - pexels

old pension system update, image source - pexels

ପୁରୁଣା ପେନସନ ଯୋଜନା ଲାଗୁ କରିବା ପାଇଁ ଦାବି ଉଠିଛି ଯାହାର ଅର୍ଥ ମନ୍ତ୍ରାଳୟ ଉତ୍ତର ଦେଇଛି ।  ଜାନୁଆରୀରେ କେନ୍ଦ୍ର ସରକାର ପୁରୁଣା ପେନ୍ସନ୍ ସ୍କିମ୍ ବଦଳରେ ସିଷ୍ଟମ୍ ଆରମ୍ଭ କରିବା ଦିନଠାରୁ ଆଜି ପର୍ଯ୍ୟନ୍ତ ପୁରୁଣା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ କ୍ରମାଗତ ଭାବେ ଦାବି ହୋଇଆସୁଛି । ନିକଟରେ ଅଲ ଇଣ୍ଡିଆ ରେଲୱେମେନ ଫେଡେରେଶନ କ୍ୟାବିନେଟ ସଚିବ, ଭାରତ ସରକାରଙ୍କୁ ଏକ ଚିଠି ମାଧ୍ୟମରେ ପୁରୁଣା ୨୦୦୪ ପେନ୍‌ସନ୍‌ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଦାବି କରିଥିଲେ l

ଫେଡେରେସନ୍ ଏହାର ଚିଠିରେ ଲେଖିଛି l ଦେଶରେ ୨୦ ଲକ୍ଷରୁ ଅଧିକ ନାଗରିକ କେନ୍ଦ୍ର ସରକାରୀ କର୍ମଚାରୀ ଜାତୀୟ ପେନ୍ସନ୍ ସିଷ୍ଟମ ଅଧୀନରେ ପରିଚାଳିତ ହେଉଛନ୍ତି l ଏହା ଅଧୀନରେ ପ୍ରତ୍ୟେକ ମାସରେ ସେମାନଙ୍କର ମୌଳିକ ବେତନ ଏବଂ ଡିଏର ୧୦ ପ୍ରତିଶତ NPS ରେ ଜମା କରିବାକୁ ପଡିବ । ଜାନୁଆରୀ ୧, ୨୦୦୪ କିମ୍ବା ପରେ ନିଯୁକ୍ତ ହୋଇଥିବା ସରକାରୀ କର୍ମଚାରୀଙ୍କ ପାଇଁ CCS  ନିୟମ, ୧୯୭୨ ଅନୁଯାୟୀ ପେନ୍‌ସନ୍‌ ସ୍କିମ ପୁନଃ ସ୍ଥାପନ କରିବା । ଜାନୁଆରୀ ୧, ୨୦୨୬ରୁ ଅଷ୍ଟମ କେନ୍ଦ୍ରୀୟ ଆୟୋଗ ଗଠନ ଏବଂ ଅନ୍ୟାନ୍ୟ ଆସୋସିଏସନ ଦାବି ଚାହିଦା ବଢାଇଛି । କେନ୍ଦ୍ର ପ୍ରତି ୧୦ ବର୍ଷରେ ଠାରେ ନୂତନ ପେ କମିଶନ ସୁପାରିଶ କାର୍ଯ୍ୟକାରୀ କରେ l ତେବେ ୨୦୧୪ ରେ ଶେଷ ପେ କମିଶନ ଗଠନ ହୋଇଥିଲା l ଏହାର ସୁପାରିଶ ଜାନୁଆରୀ ୨୦୧୬ରୁ କାର୍ଯ୍ୟକାରୀ ହୋଇଥିଲା ।

ଅନ୍ୟପଟେ AIRF କେନ୍ଦ୍ର ସରକାରଙ୍କୁ ଲେଖିଥିବା ଚିଠିରେ ସମସ୍ତ ଦିଗ ଏବଂ ଆବଶ୍ୟକତାକୁ ବିଚାର କରିବା ତଥା ସରକାରୀ ସେବାରେ ଯୋଗ୍ୟ ଦକ୍ଷ ପ୍ରାର୍ଥୀଙ୍କ ପାଇଁ ତୁରନ୍ତ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଗଠନ କରିବାର ସମୟ ଆସିଛି । ପେନସନ ଏବଂ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅନ୍ୟାନ୍ୟ ସୁବିଧା ପାଇଁ ପାରସ୍ପରିକ ଆଲୋଚନା ଏବଂ ଚୁକ୍ତିନାମା ମାଧ୍ୟମରେ ସଂଶୋଧିତ ହେବା ଉଚିତ୍ ।

ପୁରୁଣା ପେନ୍ସନ୍ ବ୍ୟବସ୍ଥାର ପୁନରୁଦ୍ଧାର କରିବା ପାଇଁ ଚାହିଦାକୁ ଦୃଷ୍ଟିରେ ରଖି ରାଜସ୍ଥାନ, ଛତିଶଗଡ, ଝାଡଖଣ୍ଡ, ପଞ୍ଜାବ ଓ ହିମାଚଳ ପ୍ରଦେଶ ଭଳି ରାଜ୍ୟ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍ସନ ଯୋଜନାକୁ ପୁନଃ କାର୍ଯ୍ୟକାରୀ କରିଛନ୍ତି। 

ପୁରୁଣା ପେନ୍ସନ୍ ଅଧୀନରେ ମୁଖ୍ୟ ଲାଭ କ’ଣ?

ପୁରୁଣା ପେନ୍ସନ୍ ସ୍କିମ୍ ଅଧୀନରେ କର୍ମଚାରୀମାନେ ଏକ ସ୍ଥିର ପେନ୍ସନ୍ ପାଆନ୍ତି l ଯାହା ସେମାନଙ୍କର ଶେଷ ବେତନର ୫୦% ସହିତ ସମାନ ହୋଇଥାଏ । ସେମାନେ ମଧ୍ୟ ପ୍ରତି ଛଅ ମାସରେ ମହଙ୍ଗା ରିଲିଫ୍ ତଥା DR ସଂଶୋଧନର ଲାଭ ମଧ୍ୟ ପାଆନ୍ତି ।

ଏହା ସହିତ, OPS ରେ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି ମଧ୍ୟ ଅନ୍ତର୍ଭୁକ୍ତ ରହିଛି କର୍ମଚାରୀଙ୍କ ପାଇଁ l ଯେଉଁଥିରେ କର୍ମଚାରୀମାନେ ଚାକିରି ସମୟରେ ସେମାନଙ୍କ ବେତନରୁ ଏକ ଅଂଶ ଜମା ମଧ୍ୟ କରିଥାନ୍ତି ଭବିଷ୍ୟତ ପାଇଁ । ଅବସର ପରେ, ସେମାନେ GPFରେ ଚାକିରି ସମୟରେ ଜମା ହୋଇଥିବା ରାଶି ପାଇଥା’ନ୍ତି ।

ଅଧିକ ପଢ଼ନ୍ତୁ

Petrol Price: କମିଲା ପେଟ୍ରୋଲ ରେଟ୍‌

Gold Price: ଏତିକି କମିଲା ସୁନାଦର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ